ଅଭିଜିତ ଆୟାର ମିତ୍ରଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ
5/12/2018 at 1:16 PM

ଭୁବନେଶ୍ୱର ୫/୧୨: ଓଡିଶା, ଶ୍ରୀମନ୍ଦିର, କୋଣାର୍କ ମନ୍ଦିର ଆଦି ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇ ଦୀର୍ଘ ୪୦ ଦିନ ହେଲା ଜେଲରେ ଥିବା ଅଭିଜିତ ଆୟାରଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି | କୋଣାର୍କ ଓ ସହିଦ ନଗର ଥାନାରେ ତାଙ୍କ ବିରୋଧରେ ଏହି ପ୍ରସଙ୍ଗରେ ରୁଜୁ ହୋଇଥିବା ମାମଲାର ଶୁଣାଣି କରି ତାଙ୍କୁ ଜାମିନ ପ୍ରଦାନ କରାଯାଇଛି |
ସୂଚନାଯୋଗ୍ୟ ଯେ, ଗତକାଲି ରାଜ୍ୟ ସରକାର ଅଭିଜିତ ଆୟାର ମିତ୍ରଙ୍କ ଉପରୁ ସମସ୍ତ ଅପରାଧିକ ମାମଲା ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଥିଲେ | ସେହିଭଳି ଅଭିଜିତ ଆୟାର ମିତ୍ରଙ୍କ ବିରୋଧରେ ବିଧାନସଭାରେ ଆଗତ ସ୍ବାଧୀକାର ଭଙ୍ଗ ଅଭିଯୋଗ ନେଇ ଅଭିଜିତ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବା ପରେ ତାଙ୍କୁ ବିଧାନସଭା ଗୃହ କମିଟି କ୍ଷମା ପ୍ରଦାନ କରିଥିଲା |
ସୂଚନାଯୋଗ୍ୟ ଯେ, ଅକ୍ଟୋବର ୨୩ ତାରିଖରେ ଅଭିଜିତ ଆୟାର ମିତ୍ରଙ୍କୁ ଗିରଫ କରିଥିଲା ପୋଲିସ | ସେବେଠାରୁ ସେ ଭୁବନେଶ୍ୱର ଝାରପଡା ଜେଲରେ ରହିଛନ୍ତି | ଗତମାସ ୨୩ ତାରିଖରେ ଅଭିଜିତ ରାଜ୍ୟ ସରକାରଙ୍କୁ କ୍ଷମା ପ୍ରଦାନ ପାଇଁ ନିବେଦନ କରିଥିଲେ |