ଅଭିଜିତ ଆୟାର ମିତ୍ର ଗିରଫ
23/10/2018 at 6:10 PM

ଭୁବନେଶ୍ୱର ୨୩/୧୦ : ଅଭିଜିତ ଆୟାର ମିତ୍ର ଗିରଫ ହୋଇଛନ୍ତି | ଅଭିଜିତ ଆୟାରଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ | ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି | ଅଭିଜିତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି | ଓଡିଶା ସଂସ୍କୃତି ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଇଥିଲେ ଅଭିଜିତ | ଏହାଛଡା ଓଡିଶା ବିଧାୟକଙ୍କୁ ମଧ୍ୟ କଟୁ ମନ୍ତବ୍ୟ ଦେଇଥିଲେ | ଏନେଇ ତାଙ୍କ ବିରୋଧରେ ଏକାଧିକ ମାମଲା ରହିଛି | ଆଜି ବିଧାନସଭା ଗୃହ କମିଟିରେ ହାଜର ହୋଇଥିଲେ ଅଭଜିତ | ଆଜି ତାଙ୍କର ସମସ୍ତ ବୟାନ ରେକର୍ଡ କରାଯାଇଥିଲା | ପୁଣିଥରେ ନଭେମ୍ବର ୨ ତାରିଖରେ ଗୃହରେ ହାଜର ହେବାକୁ ତାଙ୍କୁ ନିର୍ଦେଶ ଦିଆଯାଇଥିଲା |
Related Posts
ରାଜଧାନୀ ଉପକଣ୍ଠରେ ଚୋରଙ୍କ ଆତଙ୍କ, ଲଗାତାର ଭାବେ ଗୋଟିଏ ଅଞ୍ଚଳରୁ ଚୋରି
29 January 2023
ଗଛରେ ଝୁଲୁଛି ମୃତଦେହ, ମୃତକଙ୍କ ପରିଚୟ ଓ ମୃତ୍ୟୁର କାରଣ ଅସ୍ପଷ୍ଟ
29 January 2023