ପୁଣି ଜେଲ ଗଲେ ଅଭିଜିତ ଆୟାର ମିତ୍ର

Published By : Prameya-News7 Bureau | October 28, 2018 IST

ଭୁବନେଶ୍ୱର ୨୮/୧୦ : ପୁଣି ଜେଲ ଗଲେ ଅଭିଜିତ ଆୟାର ମିତ୍ର | ଭୁବନେଶ୍ବର ଏସଡିଜେଏମ କୋର୍ଟରେ ହାଜର ପରେ ଆଜି ତାଙ୍କୁ ପୁଣି ଜେଲକୁ ପଠାଇ ଦିଆଯାଇଛି | ଅଭିଜିତକୁ ୨ ଦିନିଆ ରିମାଣ୍ଡରେ ଆଣିଥିଲା କୋଣାର୍କ ପୋଲିସ | ରିମାଣ୍ଡ ଅବଧି ସରିବା ପରେ ଆଜି ତାଙ୍କୁ ହାଜର କରାଇଥିଲା ପୋଲିସ | ଓଡ଼ିଶା ପ୍ରତି କଟୁ ମନ୍ତବ୍ୟ ଦେଇ ଗିରଫ ହୋଇଥିଲେ ଅଭିଜିତ ଆୟାର ମିତ୍ର | ଓଡିଶାର ଐତିହ କୋଣାର୍କକୁ ନେଇ ଅରୁଚିକର ମନ୍ତବ୍ୟ ଦେବା ଘଟଣାରେ ଅଭିଜିତକୁ ଗିରଫ କରିଥିଲା ପୋଲିସ | ଏଥିସହ ଓଡିଶାର ବିଧାୟକମାନଙ୍କୁ କଟୁ ମନ୍ତବ୍ୟ ଦେଇଥିଲେ ଅଭିଜିତ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.