ଓଡିଶା ସଂସ୍କୃତି ବିରୋଧରେ ଅଶାଳୀନ ମନ୍ତବ୍ୟ ରଖିଥିବା ନେଇ ଗୃହରେ କ୍ଷମା ମାଗିଲେ ଅଭିଜିତ: ଜାଣନ୍ତୁ କଣ ଥିଲା ତାଙ୍କର ଉତ୍ତର
Published By : Prameya-News7 Bureau | October 23, 2018 IST

ଭୁବନେଶ୍ୱର ୨୩/୧୦ : ଶେଷରେ ବିଧାନସଭା ଗୃହ କମିଟି ଆଗରେ ହାଜର ହେଲେ ଅଭିଜିତ ଆୟାର ମିତ୍ର । କୋଣାର୍କ ମନ୍ଦିର ଓଡିଶାର ସଂସ୍କୃତି, ବିଧାନସଭା ସହ ବିଧାୟକଙ୍କ ଉପରେ ଯେଉଁ ଟିପ୍ପଣୀ ଦେଇଥିଲେ ସେଥିପାଇଁ ଗଠିତ ଗୃହ କମିଟି ଆୟାରଙ୍କୁ ଜେରା କରିଛି । ଜେରା ବେଳେ ତାଙ୍କର ବୟାନ ରେକର୍ଡ କରାଯାଇଛି । ଆସନ୍ତା ଦୁଇ ତାରିଖରେ ପୁଣି ଆୟାର ଗୃହ କମିଟି ଆଗରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଏକ ସତ୍ୟପାଠ ଦାଖଲ ପାଇଁ କୁହାଯାଇଛି । ଜେରା ବେଳେ ଆୟାର ପୂରାପୂରି ନମ୍ର ଭାବେ ସବୁକଥା ମାନିଯାଇଛନ୍ତି ଏବଂ ତାଙ୍କ ଭୁଲ ପାଇଁ ବାରମ୍ବାର କ୍ଷମା ପ୍ରାର୍ଥନା କରିଛନ୍ତି ।
ଅଭିଜିତ ଆୟାର ମିତ୍ର ପୂରାପୂରି ଥଣ୍ଡା । ଗୃହ କମିଟି ଆଗରେ ହାଜର ହୋଇ ଅଭିଜିତ ଆୟାର ନୀରିହ ପିଲାଟି ଭଳି ସବୁ ଉତ୍ତର ଦେଇଛନ୍ତି । ବିଧାନସଭା ଗୃହ କମିଟି ପ୍ରଶ୍ନରେ ବାରମ୍ବାର ଛେପ ଢୋକିଛନ୍ତି ଆୟାର । ଦେଖନ୍ତୁ କଣ ଥିଲା ପ୍ରଶ୍ନ ଏବଂ ଏହାର ଉତ୍ତର କିଭଳି ରଖିଛନ୍ତି ଆୟାର ।
ବିଧାନସଭା ଗୃହ କମିଟିର ପ୍ରଶ୍ନ ---ତୁମେ କୋଣାର୍କ ମନ୍ଦିର ଓ ଓଡିଶା ଉପରେ ଏଭଳି ଅରୁଚିକର ମନ୍ତବ୍ୟ ରଖିଲ କାହିଁକି ।
ଉତ୍ତର---ମୋର ନିର୍ବୋଧତା ପାଇଁ ମୁ ଏଭଳି କହିଥିବାରୁ କ୍ଷମା ମାଗୁଛି ।
ପ୍ରଶ୍ନ---- ତୁମେ ଏଭଳି ମନ୍ତବ୍ୟ ଦେଇସାରିବା ପରେ ବିଧାୟକ ମାନଙ୍କୁ କାହିଁକି ବୁଦ୍ଦୁ କହିଲ ।
ଉତ୍ତର--- ମୁଁ ଫେସବୁକ ଓ ଟ୍ବିଟର ରେ ଦେଇଥିବା ମନ୍ତବ୍ୟକୁ ନେଇ ଓଡିଶା ବିଧାନ ସଭାକୁ ଠପ କରିଦିଆଗଲା । ମୋର କୁଶ ପୁତ୍ତଳିକା ଦାହ କରାଗଲା । ତେଣୁ ମୋ ମନରେ ଆକ୍ରୋଶ ଆସିଲା । ମୁଁ ଭୀଷଣ ଭାବେ ରାଗି ଯାଇଏଭଳି ମନ୍ତବ୍ୟ ଦେଇଥିଲି । ଯାହା ଠିକ ନୁହେଁ ।
ପ୍ରଶ୍ନ—ତୁମେ ନିଜକୁ ଏକ ସାମ୍ବାଦିକ କହୁଛ
ଉତ୍ତର---ନା, ମୁଁ ଜଣେ ରିସର୍ଚ୍ଚ ଛାତ୍ର ।
ପ୍ରଶ୍ନ--- ତୁମେ ଓଡିଶା ବୁଲିବାକୁ ନିଜେ ଆସିଥିଲ ନା କେହି ନେଇ ଆସିଥିଲେ ।
ଉତ୍ତର---ମୁଁ ଜୟ ପଣ୍ଡାଙ୍କ ସହ ଓଡିଶା ବୁଲି ଆସିଥିଲି ।
ଅଭିଜିତ ଆୟାରଙ୍କ , ଏ ସବୁ ପ୍ରଶ୍ନ ଓ ଉତ୍ତରକୁ ରେକର୍ଡ କରାଯାଇଛି, ଏବଂ ତାଙ୍କୁ ନଭେମ୍ବର ୨ ତାରିଖରେ ପୁଣି ଥରେ କମିଟି ଆଗରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ନଭେମ୍ବର ୨ରେ ଗୃହ କମିଟିରେ ହାଜର ବେଳେ ଅଭିଜିତ ଆୟାରଙ୍କୁ ଏକ ସତ୍ୟପାଠ ଦେବାକୁ ହେବ। ସେଥିରେ ତାଙ୍କର ଯଦି କିଛି ଅଧିକ କହିବାର ଥିବ ସେ ଦର୍ଶାଇବେ । ଏପରିକି ସେ ତାଙ୍କର ଓକିଲକୁ ଆଣିବାକୁ ଚାହିଁଲେ ମଧ୍ୟ ସାଥିରେ ଆଣିପାରିବେ । ତେବେ କମିଟି ଉଭୟ ସତ୍ୟପାଠ ଓ ରେକର୍ଡ ହୋଇଥିବା ବୟାନକୁ ତର୍ଜମା କରି ପରବର୍ତ୍ତୀ ନିଷ୍ପତ୍ତି ଘୋଷଣା କରିବେ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର ।
ଗୃହକୁ ଅସମ୍ମାନ ନେଇ ଅଭିଜିତ୍ ହାଜର ହୋଇ ତାଙ୍କର ଉତ୍ତର ରଖିଥିବା ବେଳେ କୋଣାର୍କ ଏବଂ ଚିଲିକା ବାବଦରେ ତାଙ୍କଠାରୁ ଉତ୍ତର ଜାଣିବା ଲାଗି ପୋଲିସ ମଧ୍ୟ ଜେରା କରିଛି।