ବିଜେପିରେ ସାମିଲ ହେବେ ପୂର୍ବତନ ଜଜ୍ ଜଷ୍ଟିସ୍ ଅଭିଜିତ୍ ଗଙ୍ଗୋପାଧ୍ୟାୟ, ଏହି ଲୋକସଭା ଆସନରୁ ଲଢିବେ ନିର୍ବାଚନ

Published By : Prameya-News7 Bureau | March 05, 2024 IST

କୋଲକାତା: କଲିକତା ହାଇକୋର୍ଟର ଜଜ୍ ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏହାସହ ଗୁରୁବାର ଅର୍ଥାତ୍ ମାର୍ଚ୍ଚ ୭ରେ ସେ ବିଜେପିରେ ସାମିଲ ହେବେ । ଇସ୍ତଫା ଦେବା ପରେ ଏକ ସାମ୍ୱାଦିକ ସମ୍ମିଳନୀକୁ ସମ୍ୱୋଧିତ କରି ସେ କହିଛନ୍ତି ଯେ ସମ୍ଭବତଃ ମାର୍ଚ୍ଚ ୭ ଅପରାହ୍ଣରେ ଏକ ସମ୍ଭାବିତ କାର୍ଯ୍ୟକ୍ରମ ଆୟୋଜନ କରାଯିବ, ଯେଉଁଥିରେ ସେ ବିଜେପିରେ ସାମିଲ ହେବେ ।

ପୂର୍ବତନ ଜଜ୍ କହିଛନ୍ତି ଯେ ପଶ୍ଚିମବଙ୍ଗରେ ଟିଏମସି ସହ କେବଳ ବିଜେପି ହିଁ ଲଢେଇ କରିପାରିବ । ଏହା ପୂର୍ବରୁ ଜଷ୍ଟିସ ଗଙ୍ଗୋପାଧ୍ୟାୟ ନିଜ ଇସ୍ତଫା ପତ୍ରକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପଠାଇଥିଲେ ଏବଂ ଏହାର କପି ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ ଏବଂ କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଟିଏସଙ୍କୁ ପଠାଇଛନ୍ତି ।

ପଢନ୍ତୁ: ବିଜେପିର ମାଷ୍ଟରଷ୍ଟ୍ରୋକ୍; କଟିଲା ୩୩ ସିଟିଂ ଏମ୍‌ପିଙ୍କ ଟିକେଟ୍, ଜାଣନ୍ତୁ କିଏ ନୂଆ ପ୍ରାର୍ଥୀ

ଜଷ୍ଟିସ ଗଙ୍ଗୋପାଧ୍ୟାୟ ମଙ୍ଗଳବାର ସକାଳେ ହାଇକୋର୍ଟର ନିଜ ଚାମ୍ୱରରେ ପହଞ୍ଚିଥିଲେ । ଏହାପରେ ସେ ନିଜ ଇସ୍ତଫା ପତ୍ର ପଠାଇଥିଲେ । ଜଷ୍ଟିସ ଗଙ୍ଗୋପାଧ୍ୟାୟ ରବିବାର ଘୋଷଣା କରିଥିଲେ ଯେ ସେ ମାର୍ଚ୍ଚ ୫ରେ ନିଜ ସେବାରୁ ଇସ୍ତଫା ଦେବେ । ଜଷ୍ଟିସ ଗଙ୍ଗୋପାଧ୍ୟାୟ ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନୀତିର ଶୁଣାଣି ସହ ଜଡିତ ଥିଲେ । ସେ ଚଳିତ ବର୍ଷ ଅଗଷ୍ଟରେ ଅବସର ଗ୍ରହଣ କରିଥାନ୍ତେ । ପୂର୍ବତନ ଜଜ୍ ନିଜ ଇସ୍ତଫା ଘୋଷଣା କରି ପଶ୍ଚିମବଙ୍ଗରେ କଥିତ ଦୁର୍ନୀତିର ଅଭିଯୋଗ ଆଣି ରାଜ୍ୟରେ କ୍ଷମତାରେ ଥିବା ଟିଏମସିକୁ ଟାର୍ଗେଟ୍ କରିଥିଲେ ।

wp:html /wp:html

ଚର୍ଚ୍ଚା କରାଯାଉଛି ଯେ ଜଷ୍ଟିସ ଗଙ୍ଗୋପାଧ୍ୟାୟ ପଶ୍ଚିମବଙ୍ଗର ତମଲୁକ ସଂସଦୀୟ ଆସନରୁ ଲୋକସଭା ନିର୍ବାଚନ ଲଢିପାରନ୍ତି । ନିକଟରେ ହୋଇଥିବା ଅନେକ ନିର୍ବାଚନରେ ଏହି ଆସନ ଟିଏମସି ହାତରେ ରହି ଆସିଛି । ତ୍ରୁଣମୂଳ କଂଗ୍ରେସ ୨୦୦୯ରୁ ଲଗାତାର ଏହି ଆସନରୁ ଟିଏମସି ଜିତି ଆସିଛି ।

ପଶ୍ଟିମବଙ୍ଗରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଏଠାରୁ ୨୦୦୯ ଏବଂ ୨୦୧୪ରେ ଲୋକସଭା ନିର୍ବାଚନ ଜିତିଥିଲେ । ସେତେବେଳେ ଶୁଭେନ୍ଦୁ ଟିଏମସି ନେତା ଥିଲେ । ଟିଏମସି ଛାଡ଼ିବା ପରେ ୨୦୧୬ରେ ଏଠାରେ ହୋଇଥିବା ଉପନିର୍ବାଚନରେ ଏଠାରୁ ଟିଏମସି ପ୍ରାର୍ଥୀ ବିଜୟୀ ହୋଇଥିଲେ । ୨୦୦୯ରୁ ୨୦୧୬ ମଧ୍ୟରେ ଶୁଭେନ୍ଦୁ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଡାହାଣ ହାତ ବୋଲି କୁହାଯାଉଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.