ଭାଙ୍ଗିଲା ଆୟାରଙ୍କ ଫୁଟାଣି , ୧୧ ତାରିଖରେ ବିଧାନସଭା ଗୃହକମିଟିରେ ହାଜର ହେବା ପାଇଁ ପୁରୀ ଏସପିଙ୍କୁ ମାଗିଲେ ସୁରକ୍ଷା
5/10/2018 at 7:15 PM

ଭୁବନେଶ୍ବର୫|୧୦: ଆୟାରଙ୍କ ଫୁଟାଣି ଭାଙ୍ଗିଲା । ସୁପ୍ରିମକୋର୍ଟଙ୍କ ଛାଟ ପରେ ଆୟାର ୧୧ ତାରିଖରେ ବିଧାନସଭାରେ ହାଜର ହେବା ପାଇଁ ପୁରୀ ଏସପିଙ୍କୁ ମେଲ ଯୋଗେ ସୁରକ୍ଷା ମାଗିଛନ୍ତି। ଜାମିନ ଆବେଦନ ସୁପ୍ରିମ କୋର୍ଟ ଖାରଜ କରି ଦେଇଥିବାରୁ ପୋଲିସ କେତେବେଳ ବି ଆୟାରଙ୍କୁ ଗିରଫ କରିପାରେ। କିନ୍ତୁ ଭୁବନେଶ୍ବରରେ ଆୟାର ପହଞ୍ଚିଥିବା ଖବର ପୋଲିସ ପାଖରେ ନାହିଁ। ଏପଟେ ଆୟାରଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି ରାଜନୈତିକ ଦଳ ।
ସୁପ୍ରିମକୋର୍ଟଙ୍କ ଛାଟ ପରେ ମନ ଘର ଧରିଲା । ଗୃହ କମିଟି ଆଗରେ ୧୧ ତାରିଖରେ ହାଜର ହେବେ ଅଭିଜିତ ଆୟାର । ସେଥିପାପାଇଁ ପୁରୀ ଏସପିଙ୍କୁ ମେଲ୍ ଯୋଗେ ସୁରକ୍ଷା ମାଗିଛନ୍ତି ଆୟାର । ଏମଧ୍ୟରେ କୋଣାର୍କ ଥାନାରେ ତାଙ୍କର ହାଜର ହେବାର ଥିବାରୁ ଆୟାର ଭୁବନେଶ୍ବରରେ ପହଞ୍ଚିଥିବା ଚର୍ଚ୍ଚା ହେଉଛି । ହେଲେ ଏ ନେଇ ପୋଲିସ ପାଖରେ ଖବର ନଥିବା କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି।
ଅଭିଜିତ ଆୟାର ମିତ୍ର ବିଧାନସଭାକୁ ଅବମାନନା ଏବଂ ବିଧାୟକଙ୍କ ପ୍ରତି ମାନହାନୀ ସୂଚକ ମନ୍ତବ୍ୟ ଦେଇଥିଲେ। ଯେଉଁଥିପାଇଁ ବିଧାନସଭା ଗୃହ କମିଟି ଅଭିଜିତ ଆୟାର ମିତ୍ରଙ୍କୁ ସମନ କରିଛି। ୧୧ ତାରିଖରେ ହାଜର ନହେଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନିରସିଂହ ମିଶ୍ର ।
ପ୍ରଥମେ ଆୟାରଙ୍କୁ ଗରିଫ କରିବାକୁ ଦିଲ୍ଳୀ ଯାଇଥିଲା ଓଡିଶା ପୋଲିସ। କିନ୍ତୁ ଜାମିନ ପାଇଁ ଗରିଫଦାରୀକୁ ଟାଳି ଦେଇଥିଲେ ଅଭିଜିତ । ଏବେ ଜାମିନ ଖାରଜ ହୋଇଯିବା ପରେ ଆଇନର ପଞ୍ଝା ଭିତରକୁ ଆସିଛନ୍ତି ଅଭିଜିତ ଆୟାର।