Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅଭିଜିତ ଆୟାର ମିତ୍ର ପ୍ରସଂଗ: ଆସନ୍ତାକାଲି ବସିବ ଗୃହ କମିଟି ବୈଠକ

21/09/2018 at 3:06 PM

ଭୁବନେଶ୍ବର୨୧|୯: ଓଡିଶା, ଓଡିଆ, ଶ୍ରୀମନ୍ଦିର, କୋଣାର୍କ ମନ୍ଦିର, ବିଧାୟକ, ସାମ୍ବାଦିକଙ୍କ ସମ୍ପର୍କରେ ଅରୁଚିକ ଏବଂ ଉଦ୍ଭଟ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ମିତ୍ର ପ୍ରସଂଗରେ ଗଠିତ ଗୃହ କମିଟି ବୈଠକ ଆସନ୍ତାକାଲି ଅନୁଷ୍ଠିତ ହେବ । ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଆସନ୍ତା କାଲି ଅପରାହ୍ନ ୪ଟାରେ ବୈଠକ ବସିବ ବୋଲି କମିଟିର ଅଧ୍ୟକ୍ଷ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି।

ସୂଚନାଯୋଗ୍ୟ ଯେ, ବିଧାନସବା ମୌସୁମୀ ଅଧିବେଶନର ଶେଷ ଦିନରେ ଅଭିଜିତ ଆୟାରଙ୍କ ମନ୍ତବ୍ୟ ନେଇ ବେଶ ଉଦ୍‌ବେଗ ପ୍ରକାଶ ପାଇଥିଲା । ଅତୀତରେ ଓଡିଶା ଶଦ୍ଦ ଓରି-ଶାଲା ବୋଲି ବଂଗଳୀମାନେ କହୁଥିବା କଥାରୁ ଆସିଛି। ଓଡିଶାକୁ ବଂଗାଳିମାନେ ଆବିଷ୍କାର କରିଛନ୍ତି। ଜଗନ୍ନାଥ କୋଲକତାର । ତାଙ୍କୁ ଓଡିଆମାନେ ଚୋରୀ କରି ନେଇଆସିଛନ୍ତି।  ଓଡିଶା ପଶ୍ଚିମ ବଂଗର ଏକ ଅପାଙ୍କ୍ତେୟ ବନାଂଚଳ ଥିଲା ଆଦି ବିଭିନ୍ନ ଉଦ୍ଭଟ କଥା ଅଭିଜିତ ଗତ ବର୍ଷ ଟୁଇଟରରେ ଲେଖିଥିଲେ ।

ଏବେ ଗତ ୧୫ ତାରିଖଦିନ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହ ହେଲିକପ୍ଟରରେ କୋଣାର୍କ ମନ୍ଦିର, ଶ୍ରୀମନ୍ଦିର ଏବଂ ଚିଲିକା ଉପରେ ଉଡିଥିଲେ । କୋଣାର୍କ ମନ୍ଦିର ପରିସରରେ ଠିଆ ହୋଇ କୋଣାର୍କର କାରୁକାର୍ଯ୍ୟ ନେଇ ଅରୁଚିକର ମନ୍ତବ୍ୟ ଦେଇଥିଲେ । କୋଣାର୍କର ନଗ୍ନ ମୂର୍ତ୍ତି ହିନ୍ଦୁ ଧର୍ମର ପରିପନ୍ଥି ଏବଂ ଏହା ମୁସଲିମମାନଙ୍କ ପ୍ରଭାରେ ନିର୍ମିତ ବୋଲି କପୋଳ କଳ୍ପିତ କଥା କହିଥିଲେ ।

ଏଭଳି ଉଦ୍ଭଟ ଉକ୍ତି ପ୍ରସଂଗରେ ବିଭିନ୍ନ ମହଲରେ ପ୍ରତିକ୍ରୀୟା ପ୍ରକାଶ ପାଇଥିଲା । ବିଧାନସବାରେ ମଧ୍ୟ କଥା ଉଠିବା ସହ ତାଙ୍କ ଗିରଫ ଦାବୀ ହୋଇଥିଲା । ସମଗ୍ର ଘଟଣାକୁ ନେଇ ଗତ ବୁଧୁବାର ଦିନ ନ୍ୟୁଜ -୭ର ଦିଲ୍ଲୀ ପ୍ରତିନିଧି ସବନମ ଆଦେନୀ ଅଭିଜିତଙ୍କ ସାକ୍ଷାତକାର ନେଇଥିଲେ । ଏହି ସାକ୍ଷାତକାରରେ ମଧ୍ୟ ଅଭିଜିତ ଶାଳୀନତାର ସମସ୍ତ ସୀମା ପାର କରିଥିଲେ । ଓଡିଶା ବିଧାୟକମାନଙ୍କୁ ବୁଦ୍ଦୁ ବୋଲି ସେ କହିଥିଲେ । ତାଙ୍କୁ ଗରଫ ଦାବୀ ହେଉଛି ବୋଲି ସବନମଙ୍କ ଏକ ପ୍ରଶ୍ନର ଉତ୍ତରରେ ଅଭିଜିତ କହିଥିଲେ ଯେ, ଦମ ଅଛି ଯଦି ଗିରଫ କରି ଦେଖାଓ । ସ୍ବଧୀନଭାବେ କହିବା ତାଙ୍କ ମୌଳିକ ଅଧିକାର , ତେଣୁ ସେ ଏମିତି ବାରଂବାର କହିବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ସାକ୍ଷାତକାରରେ ବିଧାୟକମାନଙ୍କୁ ବୁଦ୍ଦୁ କହିବା ସ୍ବାଧୀକାର ଭଂଗ ପର୍ଯ୍ୟାୟଭୁକ୍ତ ବୋଲି ନ୍ୟୁଜ -୭ର ବଡ ଖବର କାର୍ଯ୍ୟକ୍ରମରେ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଚେତେଇ ଦେଇଥିଲେ ।

ଏହି ସାକ୍ଷାତକାରରେ ଅଭିଜିତ କହିଥିବା ବିଭିନ୍ନ ପ୍ରସଂଗ ନେଇ ଗତକାଲି(ଗୁରୁବାର ) ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଥିଲା । ପ୍ରଶ୍ନକାଳକୁ ବାତିଲ କରି ବାଚସ୍ପତି ସ୍ବତନ୍ତ୍ର ଆଲୋଚନା ପାଇଁ ଅନୁମତି ପ୍ରଦାନ କରିଥିଲେ । ଅଭିଜିତଙ୍କ ବିରୋଧରେ ବିରୋଧୀଦଳ ନେତା ନରସିଂହ ମିଶ୍ର ସ୍ବାଧୀକାର ଭଂଗ ପ୍ରସ୍ତାବ ଆଣିଥିଲେ । ଦଳମତ ନିର୍ବିଶେଷରେ ସବୁ ରାଜନୈତିକ ଦଳର ବିଧାୟକମାନେ ଅଭିଜିତ ବିରୋଧରେ କାର୍ଯାନୁଷ୍ଠାନ ପାଇଁ ମତ ଦେଇଥିଲେ ।

ଫଳରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଅଭିଜିତଙ୍କ ବିରୋଧରେ କଣ ପଦକ୍ଷେପ ନିଆଯିବ ଆଲୋଚନା କରିଥିଲେ । ଶେଷରେ ବାଚସ୍ପତି ସର୍ବଦଳୀୟ ବୈଠକ ପରାମର୍ଶ କକ୍ରମେ ଏ ସଂକ୍ରାନ୍ତରେ ଅନୁଧ୍ୟାନ କରି ରିପୋର୍ଟ ଦେବା ପାଇଁ ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ୬ଜଣିଆ ଗୃ କମିଟି ଗଠନ କରିଥିଲେ । କମିଟିରେ ନରସିଂହ ମିଶ୍ରଙ୍କ ବ୍ୟତୀତ ବିଦେପି ବିଧାୟକଦଳ ନେତା କନକ ବର୍ଦ୍ଧନ ସିଂ ଦେଓ, ବରିଷ୍ଠ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ସଂଜୟ ଦାସବର୍ମା, ଅରୁଣ ସାହୁ ସଦସ୍ୟ ରହିଥିଲେ।   ବିଧାନସଭା ଆଗାମୀ ଅଧିବେଶନର ପ୍ରଥମ ଦିନରେ କମିଟି ତାର ରିପୋର୍ଟ ଗୃହରେ ଉପସ୍ଥାପନ କରିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା ।

   Related Posts