ବଲାଙ୍ଗୀର ପର୍ଯ୍ୟନ୍ତ ଲମ୍ବିଛି ଅଭୟକାନ୍ତଙ୍କ କଳା ସାମ୍ରାଜ୍ୟର ଚେର: ସ୍ତ୍ରୀ-ପୁଅ ଏବଂ ଝିଅ-ଜ୍ବାଇଁଙ୍କ ନାଁରେ ରହିଛି କୋଟି କୋଟି ଟଙ୍କା

Published By : Prameya-News7 Bureau | December 03, 2020 IST

ବାଲାଙ୍ଗୀର୩/୧୨: ଆଇଏଫଏସ୍‌ ଅଭୟକାନ୍ତ ପାଠକଙ୍କ କଳା ସାମ୍ରାଜ୍ୟର ଚେର କେତେବାଟ ଲମ୍ବିଛି, ତାହାର ଖୋଳତାଡ଼ ଆରମ୍ଭ କରିଛି ଭିଜିଲାନ୍ସର ସ୍ବତନ୍ତ୍ର ଏସ୍‌ଆଇଟି ଟିମ୍‌। ଅଭୟକାନ୍ତ ପାଠକଙ୍କ ବଲାଙ୍ଗୀର ଲିଙ୍କ୍‌ ନେଇ ଖୋଳତାଡ ଆରମ୍ଭ ହୋଇଛି। ଲଗାତାର ୨ ଦିନ ଧରି ପାଠକଙ୍କ ବଲାଙ୍ଗୀର ଲିଙ୍କ୍‌ ନେଇ ଏସଆଇଟି ଟିମ୍‌ ତଦନ୍ତ ଜାରି ରଖିଛି। ଏବେ ପାଠକଙ୍କ ବ୍ୟାଙ୍କ୍ ଆକାଉଣ୍ଟର ଷ୍ଟେଟମେଣ୍ଟ୍ ଭିଜିଲାନ୍ସ ହାତରେ ଲାଗିଛି।

ସୂଚନାଥାଉକି ପାଠକଙ୍କ ୩ଟି ବ୍ୟାଙ୍କ ଆକାଉଣ୍ଟର ଷ୍ଟେଟ୍‌ମେଣ୍ଟ ଏସଆଇଟି ହାତରେ ଲାଗିଛି l ସେହିପରି ୨୦ଟି ବ୍ୟାଙ୍କରେ ଆକାଉଣ୍ଟ୍ ରହିଛି। ଏହି ସବୁର ଖୋଳତାଡ଼ ଆରମ୍ଭ ହୋଇଛି। ମିଳିଥିବା ସୂଚନା ମୁତାବକ, ଅଭୟ ଏବଂ ତାଙ୍କ ସ୍ତ୍ରୀ ପୁଷ୍ପା, ପୁଅ ଆକାଶ ସମେତ ଝିଅ-ଜ୍ବାଇଁ ନାଁରେ ଫିକ୍ସ ଡିପୋଜିଟ୍‌, ଋଣ ଜମା, ଲକର ସହ ଅନ୍ୟାନ୍ୟ ଟଙ୍କା କାରବାରର ତଦନ୍ତ କରୁଛି ଭିଜିଲାନ୍ସର ସ୍ଵତନ୍ତ୍ର ଟିମ୍l

୨୦୧୪ରୁ ୨୦୧୭ ମସିହା ଭିତରେ ଅର୍ଥାତ ବଲାଙ୍ଗୀରରେ ଅଭୟକାନ୍ତ ଚାକିରୀ କାଳ ଭିତରେ ସମସ୍ତ ଫାଇଲ୍‌ ତନତନ କରି ଯାଞ୍ଚ କରୁଛି ଏସ୍ଆଇଟି। ଏହି ଚଢ଼ଉ କରି ତାଲିକା ପ୍ରସ୍ତୁତ କରୁଛି ତଦନ୍ତକାରୀ ଟିମ୍‌। ଭିଜିଲାନ୍ସ ନିର୍ଦ୍ଦେଶାଳୟର ନିର୍ଦ୍ଦେଶରେ ବଲାଙ୍ଗୀର ମୁଖ୍ୟ ବନ ସଂରକ୍ଷକ ଅଫିସ୍ , ଓଡ଼ିଶା ବନ ଉନ୍ନୟନ ନିଗମ , ଡାକ ଘର, ଜୀବନ ବୀମା ନିଗମ ଓ ସମସ୍ତ ବ୍ୟାଙ୍କରେ ଅଭୟ ପାଠକ ଏବଂ ତାଙ୍କ ପରିବାର ଲୋକଙ୍କ ଲିଙ୍କ୍ର ତାଲିକା ପ୍ରସ୍ତୁତ କରୁଛି ଏସଆଇଟିର ଏହି ଟିମ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.