krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଶଳାକୁ ହତ୍ୟା କଲା ଭିଣୋଇ, କେରଳରେ ଏକାଠି କରୁଥିଲେ କାମ

25/06/2023 at 1:55 PM

ମୋହନା ୨୫।୦୬ :  କେରଳରେ ଯୁବକଙ୍କୁ ହତ୍ୟା ଅଭିଯୋଗ । ଶଳାକୁ ନିଜ ଭିଣୋଇ ହତ୍ୟା କରିଥିବା ଅଭିଯୋଗ ଆସିଛି । ମୃତକ ହେଲେ ଗଜପତି ଜିଲ୍ଲା ମୋହନା ଥାନା ବିଜିପୁର ଗାଁର ଅଭୟ ବୀର । କେରଳ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

ଖବର ଅନୁଯାୟୀ, ଉଭୟ ଶଳା ଓ ଭିଣୋଇ ଏକାଠି ଶ୍ରମିକ ଭାବେ କେରଳରେ କାମ କରୁଥିଲେ । ଶୁକ୍ରବାର କୌଣସି କାରଣକୁ ନେଇ ଉଭୟ ଶଳା ଓ ଭିଣୋଇଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ଶଳାକୁ ନିଜ ଭିଣୋଇ ହତ୍ୟା କରିଦେଇଛି ।

ତେବେ ହତ୍ୟା ପରେ ଅଭିଯୁକ୍ତ ଭିଣୋଇକୁ ଗିରଫ କରିଛି କେରଳର କଟାରକାରା ଥାନା ପୋଲିସ । ସାଇଣ୍ଟିଫିକ୍‌ ଟିମ୍ ମଧ୍ୟ ସହଯୋଗ ନେଇପାରେ କଟାରକାରା ଥାନା ପୋଲିସ ।

   Related Posts