୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଏବିଇଓ, ମାଡିବସିଲା ଭିଜିଲାନ୍ସ

Published By : Prameya-News7 Bureau | August 23, 2021 IST

କଣ୍ଟାବାଞ୍ଜି, ୨୩|୦୮:  ଭିଜିଲାନ୍ସ ଜାଲରେ ମୁରିବାହାଲ ଏବିଇଓ । ଏକ ପୁରୁଣା ମାମଲାକୁ ରଫାଦଫା କରିବାକୁ ଟଙ୍କା ନେଇଥିଲା ବେଳେ ଭିଜିଲାନ୍ସ ଟିମ୍ ମାଡି ବସିଛି ।

ସୂଚନାନୁସାରେ, ମୁରିବାହାଲ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରନ୍ତି ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ ଏବିଇଓ ଦେବରାଜ ଦାସ । ସେ ଏକ ମାମଲା ରଫଦଫା ପାଇଁ ଚାଉଳଫୁଗୁଡା ପ୍ରାଥମିକ ବିଦ୍ୟାଳୟର ଅତିରିକ୍ତ ପ୍ରଧାନ ଶିକ୍ଷକ ବୈଧୂତ ସାହୁଙ୍କ ଠାରୁ ଟଙ୍କା  ନେଉଥିଲେ । ଏହି ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା।  ଏହାସହ ୫ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି।

ଅତିରିକ୍ତ ପ୍ରଧାନ ଶିକ୍ଷକ ବୈଧୂତଙ୍କ ଅଭିଯୋଗ ଅନୁସାରେ,  ୨୦୧୯ ରେ ଏକ ପ୍ରୋସେଡିଂ ରଫାଦଫା କରିବାକୁ ଏବିଇଓ ଟଙ୍କା ମାଗୁଥିଲେ । ବାରମ୍ବାର ଟଙ୍କା ମାଗିବା ସହ ମାନସିକ ନିର୍ଯ୍ୟାତନା ମଧ୍ୟ ଦେଉଥିଲେ ଏବିଇଓ  ।  ଶେଷରେ ସେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.