ଅବଦୁ ରୋଜିକଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ସଲମାନ୍ ଖାନଙ୍କ ଫିଲ୍ମରେ କରିବେ ବଲିଉଡ୍ ଡେବ୍ୟୁ!
27/12/2022 at 1:50 PM

ମୁମ୍ବାଇ୨୭।୧୨ : ବିଗ୍ ବସ୍-16’ର ସବୁଠାରୁ ପ୍ରିୟ ପ୍ରତିଯୋଗୀ ଅବଦୁ ରୋଜିକଙ୍କ ଫ୍ୟାନମାନଙ୍କ ପାଇଁ ଏକ ବଡ଼ ଖୁସି ଖବର। ରିପୋର୍ଟ ଅନୁସାରେ ଅବଦୁ ରୋଜିକ୍ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। କେବଳ ଏତିକି ନୁହେଁ ଅବଦୁଙ୍କ ପ୍ରଥମ ଫିଲ୍ମ ସଲମାନ ଖାନଙ୍କ ସହ ହେବାକୁ ଯାଉଛି। ଖବର ଅନୁଯାୟୀ, ଅବଦୁ ରୋଜିକ୍ ସଲମାନ ଖାନଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’ରେ ନଜର ଆସିବେ। କିନ୍ତୁ ବର୍ତ୍ତମାନ ତାଙ୍କ ଚରିତ୍ର ବିଷୟରେ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ।

ସଲମାନଙ୍କ ପ୍ରିୟ ଅବଦୁ। ଏହା କାହାକୁ ଅଛପା ନାହିଁ। ବିଗ୍ ବସ୍-16ର ୱିକେଣ୍ଡ କା ୱାରର ପ୍ରତ୍ୟେକ ଏପିସୋଡରେ ସଲମାନ୍ ଅବଦୁଙ୍କ ଖୁବ୍ ପ୍ରଶଂସା କରୁଥିବା ନଜର ଆସିଛନ୍ତି। ଆଉ ଯିଏ ସଲାମନଙ୍କ ଗୁଡ୍ ଲିଷ୍ଟରେ ତାଙ୍କର ତ କିଛି ଚିନ୍ତା ନାହିଁ ଜାଣ। ପୂର୍ବରୁ ଆମେ ଏମିତି ଅନେକ ଉଦାହରଣ ଦେଖିଥିବାବେଳେ ଏବେ ସେ ଲିଷ୍ଟରେ ଅଛନ୍ତି ଅବଦୁ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅବଦୁ ରୋଜିକ୍ ସଲମାନ ଖାନଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’ରେ ଅଭିନୟ କରିବାକୁ ଯାଉଛନ୍ତି।

ଅବଦୁ ରୋଜିକ୍ ସୋସିଆଲ୍ ମିଡିଆ ସେନସେସନ୍ । ଅବଦୁ ତାଜିକିସ୍ତାନର ବସୀନ୍ଦା। କିନ୍ତୁ ବିଗ୍ ବସ୍-16 ରେ ନଜର ଆସିବା ପରଠୁ ବଢ଼ିଛି ତାଙ୍କର ଲୋକପ୍ରିୟତା। ଆଉ ତାଙ୍କୁ ନେଇ ଚର୍ଚ୍ଚା। ରିପୋର୍ଟ ଅନୁଯାୟୀ, ବିଗ୍ ବସ୍-16ରେ ଅବଦୁ ରୋଜିକ୍ ପ୍ରତି ସପ୍ତାହ ପାଇଁ 2.5 ରୁ 4 ଲକ୍ଷ ଟଙ୍କା ଚାର୍ଜ କରନ୍ତି। ବର୍ତ୍ତମାନ, ଅବ୍ଦୁଙ୍କ ବଲିଉଡ ଡେବ୍ୟୁ ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରଠୁ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।