ଥମୁନି ଆବାସ ରାଜନୀତି : ପ୍ରେସ୍‌ମିଟ୍‌ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ, ବିଜେଡି କହିଲା- କେନ୍ଦ୍ର କରୁଛି ପାତର ଅନ୍ତର

Published By : Prameya-News7 Bureau | January 25, 2023 IST

ଭୁବନେଶ୍ୱର ୨୫।୦୧ : ଥମୁନି ଆବାସ ରାଜନୀତି । ଥମିବ କଣ, ଜୋର ଧରିଛି ଏହି ପ୍ରସଙ୍ଗ। ଆବାସ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ରାଜ୍ୟ ପ୍ରତି ଅବହେଳା ପ୍ରସଙ୍ଗରେ ବିଜେଡି କରିଛି ପ୍ରେସମିଟ।

ବିଜେଡି ଅଭିଯୋଗ କରିଛି ଯେ, ବିଜେପି ଜନତାଙ୍କ ଭାବାବେଗ ସହିତ ଖେଳ ଖେଳୁଛି। ୧୫ ଲକ୍ଷ ଘର ଆବଶ୍ୟକ ଅଛି। ହେଲେ କେନ୍ଦ୍ର ସରକାର ମାତ୍ର ୮ ଲକ୍ଷ ଘର ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଗାଇଡ଼ ଲାଇନ ଅନୁସାରେ ଚୟନ ହୋଇଥାଏ। ଓଡ଼ିଶାର ବନ୍ଧୁ ମାନେ ଯେଉଁମାନେ ଘର ପାଇବାକୁ ଯୋଗ୍ୟ ସେମାନେ ତାଲିକା ଦିଅନ୍ତୁ। ଷଡ଼ଯନ୍ତ୍ର ହେଉଛି ଯୋଜନା ବନ୍ଦ କରିବାକୁ। ଆଉ ଦେବେନି ଘର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବିଜୁ ଜନତା ଦଳ ସରକାର ନିଜେ ଦେବେ। ଏ ନିଷ୍ପତ୍ତି ସରକାରଙ୍କର ରହିଛି। ମୋ ବୁଥ ସବୁଠୁ ମଜବୁତ କହୁଛି ବିଜେପି ।  ତାହେଲେ ପଲ୍ଲୀ ସଭା ହେବାବେଳେ କୁଆଡେ ଗଲେ ସେମାନଙ୍କ କ୍ୟାଡ଼ର। ସେଠି କାହିଁକି ବିରୋଧ କଲେନି ବୋଲି ପ୍ରଶ୍ନ କରିଛି ବିଜେଡି। ଅଭିଯୋଗ ଥିଲେ ଦିଅନ୍ତୁ, ସରକାର ତଦନ୍ତ କରିବେ। କେନ୍ଦ୍ର ପାତର ଅନ୍ତର କରୁଛି ବୋଲି ବିଜେଡି କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.