୧୯ ତାରିଖରେ ଅବପାତର ରୂପ ନେବ ଲଘୁଚାପ, ୨୧ରୁ ଓଡ଼ିଶାର କିିଛି ସ୍ଥାନରେ ବର୍ଷା ସମ୍ଭାବନା

Published By : Prameya-News7 Bureau | November 17, 2022 IST

ଭୁବନେଶ୍ୱର, ୧୭/୧୧: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୧୯ରେ ଅବପାତର ରୁପ ନେବ । ଲଘୁଚାପ ଏବେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ରହିଛି । ଏହା ଧିରେ ଧିରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ତେବେ ଏହା ଆସନ୍ତା ୧୯ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗର ମଧ୍ୟ ଭାଗ ଅଞ୍ଚଳରେ ଏକ ଅବପାତ ରୂପ ନେବ ।

ପରବର୍ତ୍ତୀ ୩ଦିନ ଯାଏଁ ତାମିଲନାଡୁ-ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨୧ ତାରିଖରୁ ଦକ୍ଷିଣ ଓଡିଶାର ଗଂଜାମ, ଗଜପତି, ରାୟଗଡା, କୋରାପୁଟ, କନ୍ଧମାଳ ଓ ମାଲକାନଗିରି ଜିଲ୍ଲାର କିଛି ସ୍ଥାନରେ ବାଲୁହାର ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.