ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ବିରାଟ କୋହଲିଙ୍କ ୧୦୦ତମ ଟି-୨୦ ମ୍ୟାଚକୁ ନେଇ ABD ଉତ୍ସାହିତ, କହିଲେ- ଆମେ ସମସ୍ତେ ଆପଣଙ୍କୁ ନେଇ ଗର୍ବିତ

28/08/2022 at 5:39 PM

ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷ ମୁକାବିଲା ସହ ବିରାଟ କୋହଲି ଟି-ଟ୍ୱେଣ୍ଟି ଫର୍ମାଟ୍‌ରେ ୧୦୦ତମ ମ୍ୟାଚ୍‌ ଖେଳିବେ । କୋହଲି ବିଶ୍ୱର ଦ୍ୱିତୀୟ ଖେଳାଳି ଭାବେ ସବୁ ଫର୍ମାଟ୍‌ରେ ୧୦୦ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି । ଏହାରି ଭିତରେ ଏବିଡି ତାଙ୍କୁ ଏକ ଖାସ ସନ୍ଦେଶ ପଠାଇଛନ୍ତି।

ଏହି ଅବସରରେ ଦ.ଆଫ୍ରିକାର ମହାନତମ ବ୍ୟାଟର ଏବି ଡିଭିଲିୟର୍ସ କୋହଲିଙ୍କ ପାଇଁ ଶୁଭେଚ୍ଛା ପଠାଇଛନ୍ତି। ଏବିଡି କହିଛନ୍ତି, ‘ମୁଁ ମୋର ବନ୍ଧୁ ବିରାଟ କୋହଲିଙ୍କୁ ତିନୋଟି ଯାକ ଫର୍ମାଟରେ ୧୦୦ ମ୍ୟାଚ ଖେଳିବାରେ ପ୍ରଥମ ଭାରତୀୟ ଖେଳାଳି ହେବା ନେଇ ଶୁଭେଚ୍ଛା ଜଣାଉଛି। ଅସାଧାରଣ ଉପଲବ୍ଧି। ଆମେ ସମସ୍ତେ ଆପଣଙ୍କୁ ନେଇ ଗର୍ବିତ। ଆପଣଙ୍କ ୧୦୦ ତମ ଅନ୍ତରାଷ୍ଟ୍ରୀୟ ଟି-ଟ୍ୱେଣ୍ଟି ମ୍ୟାଚ ପାଇଁ ଶୁଭେଚ୍ଛା’।

ଚଳିତ ବର୍ଷ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ଖେଳି କୋହଲି ୧୦୦ତମ ଟେଷ୍ଟ ପୂରଣ କରିଥିଲେ । କେବଳ ନ୍ୟୁଜିଲାଣ୍ଡର ରସ ଟେଲର ସବୁ ଫର୍ମାଟ୍‌ରେ ୧୦୦ରୁ ଉଦ୍ଧ୍ୱର୍ ମ୍ୟାଚ୍‌ ଖେଳିଛନ୍ତି । କେବଳ ସେତିକି ନୁହେଁ, ରୋହିତ ଶର୍ମାଙ୍କ ପରେ ଦ୍ୱିତୀୟ ଭାରତୀୟ ଖେଳାଳି ଭାବେ ସେ ୧୦୦ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ଖେଳିବାକୁ ଯାଉଛନ୍ତି । ରୋହିତ ୧୩୨ଟି ଟି-ଟ୍ୱେଣ୍ଟି ଖେଳିସାରିଛନ୍ତି । ଟି-ଟ୍ୱେଣ୍ଟିରେ କୋହଲି ୯୩ଟି ଛକା ମାରି ସାରିଛନ୍ତି । ସେ ଏସିଆ କପ୍‌ରେ ୧୦୦ ଛକା ପୂରଣ କରିବାର ସୁଯୋଗ ରହିଛି ।

   Related Posts