ସୁଟିଂ ବେଳେ ଆଶିକି ଫିଲ୍ମ ହିରୋଙ୍କୁ ବ୍ରେନ୍ ଷ୍ଟ୍ରୋକ୍, ଆଇସିୟୁରେ ଭର୍ତ୍ତି

Published By : Prameya-News7 Bureau | November 29, 2020 IST

ନୂଆଦିଲ୍ଲୀ ୨୯/୧୧ : ସୁପରହିଟ୍ ମ୍ୟୁଜିକାଲ ଡ୍ରାମା ପିଲ୍ମ ‘ଆଶିକି’ର ଅଭିନେତା ରାହୁଲ ରାୟଙ୍କୁ ବ୍ରେନ ଷ୍ଟ୍ରୋକ୍ ହୋଇଥିବା ସୂଚନା ମିଳିଛି । ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ବର୍ତ୍ତି କରାଯାଇଛି । ଶ୍ରୀନଗରର କାରଗିଲରେ ଫିଲ୍ମ ସୁଟିଂ ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଛି । ଫିଲ୍ମ ସୁଟିଂ ଚାଲିଥିବା ବେଳେ ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା ଏବଂ ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ଅଛି ଏବଂ ତାଙ୍କୁ ଆଇସିୟୁରେ ରଖାଯାଇଛି ।

{"id":369721,"sizeSlug":"large"}

ଡାକ୍ତରଙ୍କ କହିବା ଅନୁଯାୟୀ ରାହୁଲଙ୍କ ମୁଣ୍ଡର ବାମ ପାର୍ଶ୍ବରେ ଶକ୍ତ ଆଘାତ ଲାଗିବା କାରଣରୁ ମୁଣ୍ଡରେ ରକ୍ତ ଜମାଟ ବାନ୍ଧି ହୋଇଯାଇଛି । ତାଙ୍କୁ ଠିକ ହେବା ପାଇଁ ସମୟ ଲାଗିବ । ଶ୍ରୀନଗରରେ ବହୁତ ଉଚ୍ଚା ସ୍ଥାନରେ ଫିଲ୍ମ ସୁଟିଂ ହେଉଥିଲା । ବହୁତ ଉଚ୍ଚା  ସ୍ଥାନ ହୋଇଥିବାରୁ ଅମ୍ଳଜାନ କମ ଥିଲା ଏବଂ ସୁଟିଂ ପାଇଁ ଯାଇଥିବା ଟିମକୁ ନିଃଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ଦେଖାଯାଇଥିଲା । ଏହି କାରଣରୁ ରାହୁଲଙ୍କ ବ୍ରେନ ଷ୍ଟ୍ରୋକ୍ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି ।

{"id":369722,"sizeSlug":"large"}

୧୯୯୦ ମସିହାରେ ରିଲିଜ ହୋଇଥିବା ଫିଲ୍ମ ଆଶିକି ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ସେହି ଫିଲ୍ମ ମାଧ୍ୟମରେ ରାହୁଲଙ୍କୁ ବହୁ ଲୋକପ୍ରିୟତା ମିଳିଥିଲା । ଏହା ପରେ କାଙ୍କ ନିକଟକୁ ଫିଲ୍ମର ଲମ୍ବା ଅଫର ଆସିଥିଲା । ସେ ମୋଟ ୪୭ ଫିଲ୍ମ ସାଇନ୍ କରିଥିଲେ ଯେଉଁଥିରୁ ୧୯ ଟି ଫିଲ୍ମ ସୁପରହିଟ ହୋଇଥିଲା । କିନ୍ତୁ ବଲିଉଡରେ ଧିରେ ଧିରେ ତାଙ୍କର ଦବଦବା ଫିକା ପଡିଯାଇଥିଲା । ଫିଲ୍ମ ନମିଳିବାରୁ ସେ ଅଷ୍ଟେ୍ରଲିଆ ଚାଲିଯାଇଥିଲେ । ରାହୁଲ ରାୟଙ୍କୁ ଦର୍ଶକ ଏକ ରକମ ଭୁଲି ଯାଇଥିଲେ । ବିଗ୍ ବସ୍ ପୁଣି ତାଙ୍କୁ ଲୋକ ଲୋଚନକୁ ଆଣିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.