Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

Aashiqui-3ରେ କାର୍ତ୍ତିକ ସହ ରୋମାନ୍ସ କରିବେ ସାରା, ପଙ୍କଜ ତ୍ରିପାଠୀ ବି ଆସିବେ ନଜର !

4/02/2023 at 9:20 AM

ମୁମ୍ଵାଇ ୦୪।୦୨: ଆଶିକି ହେଉଛି ବଲିଉଡର ସବୁଠାରୁ ରୋମାଣ୍ଟିକ୍ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରର ପ୍ରଥମ ଭାଗ ବହୁ ପୂର୍ବରୁ ମୁକ୍ତିଲାଭ କରିଥିଲା। ଯାହାକୁ ଦର୍ଶକମାନେ ଭଲ ଭାବରେ ଗ୍ରହଣ କରିଥିଲେ । ଏହା ପରେ ୨୦୧୩ରେ ଏହି ଚଳଚ୍ଚିତ୍ରର ଦ୍ୱିତୀୟ ଭାଗ ମୁକ୍ତିଲାଭ କରିଥିଲା ​​। ଏହି ଚଳଚ୍ଚିତ୍ରକୁ ପ୍ରଶଂସକମାନେ ମଧ୍ୟ ଖୁବ୍‌ ପସନ୍ଦ କରିଥିଲେ। ଏଥିରେ ସିଦ୍ଧାର୍ଥ ରୟ କପୁର ଏବଂ ଶ୍ରଦ୍ଧା କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ବର୍ତ୍ତମାନ ଆଶିକ୍ ୩ ବିଷୟରେ ଶୁଣିବା ପରେ ପ୍ରଶଂସକମାନେ ବହୁତ ଉତ୍ସାହିତ । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଅଭିନେତା ଭାବରେ କାର୍ତ୍ତିକ ଆର୍ଯ୍ୟନଙ୍କ ନାମ ସାମ୍ନାକୁ ଆସିଛି । କିନ୍ତୁ ଅଭିନେତ୍ରୀଙ୍କ ନାମ ଏପର୍ଯ୍ୟନ୍ତ ଜଣାପଡି ନଥିଲା।

ଭଟ୍ଟ କ୍ୟାମ୍ପ ବ୍ୟାନରରେ ନିର୍ମିତ ଆଶିକ୍ ୩ ଏହାର ମୁଖ୍ୟ ଅଭିନେତ୍ରୀଙ୍କୁ ଦୀର୍ଘ ସମୟ ଧରି ଖୋଜାଯାଉଥିଲା।  ଯାହା ବର୍ତ୍ତମାନ ଜଣାପଡିଛି। ଆଶିକି ୩ରେ ସାରା ଅଲି ଖାନ ମୁଖ୍ୟ ଭାବରେ ନଜର ଆସିବେ । ଯଦି ଏହା ଘଟେ, ପୁଣି ଥରେ ସାରା ଏବଂ କାର୍ତ୍ତିକଙ୍କ ଯୋଡି ବଡ଼ ପରଦାରେ ଦେଖିବାକୁ ମିଳିବ। କହିବାକୁ ଗଲେ ପୂର୍ବରୁ କାର୍ତ୍ତିକ ଏବଂ ସାରାଙ୍କ ଯୋଡି ଲଭ୍ ଆଜ୍ କଲରେ ଦେଖିବାକୁ ମିଳିଥିଲା । ହେଲେ ଏହି ଫିଲ୍ମଟି ଫ୍ଲପ୍‌ ହୋଇଥିଲା ରିପୋର୍ଟ ଅନୁଯାୟୀ କାର୍ତ୍ତିକ ଆର୍ଯ୍ୟନ୍ ଏବଂ ସାରା ଅଲି ଖାନ୍ ଖୁବ୍ ଶୀଘ୍ର ଭଟ କ୍ୟାମ୍ପର ରୋମାଣ୍ଟିକ୍ ଚଳଚ୍ଚିତ୍ର ଆଶିକୀ-୩ରେ ନଜର ଆସିବେ।

पंकज त्रिपाठी

ନିର୍ମାତା ଏହି ଫିଲ୍ମକୁ ସବୁଠାରୁ ରୋମାଣ୍ଟିକ୍ ଚଳଚ୍ଚିତ୍ର କରିବାକୁ ଚାହୁଁଛନ୍ତି। କେବଳ ସାରା ଅଲି ଖାନ ନୁହଁନ୍ତି, ଏହି ଚଳଚ୍ଚିତ୍ରରେ ପଙ୍କଜ ତ୍ରିପାଠୀଙ୍କ ଉପସ୍ଥିତି ମଧ୍ୟ କଳ୍ପନା କରାଯାଉଛି। କୁହାଯାଉଛି ଯେ ଏହି ଚଳଚ୍ଚିତ୍ରରେ ତାଙ୍କର ଭୂମିକା ବିଶେଷ ହେବ। ପଙ୍କଜ ତ୍ରିପାଠୀ  ସବୁଠାରୁ ସଫଳ କଳାକାର। ଯେଉଁଥିପାଇଁ ନିର୍ମାତାମାନେ ତାଙ୍କୁ ଆଶିକ୍ ୩ ପାଇଁ ସାଇନ୍ କରୁଛନ୍ତି ।

   Related Posts