ନିଶା ବ୍ୟବସାୟ କରିବେ ଜୁନିୟର ଖାନ୍ ! ଭାରତରେ ପ୍ରିମିୟମ ଭୋଡକା ବ୍ରାଣ୍ଡର ଚାଲିଛି ଲଞ୍ଚିଂ ପ୍ରସ୍ତୁତି

Published By : Prameya-News7 Bureau | December 13, 2022 IST

ମୁମ୍ୱାଇ ୧୩/୧୨: ବଲିଉଡର କିଙ୍ଗ ଖାନ୍ ଏବେ ଫ୍ୟାନ୍ସଙ୍କୁ ଗୋଟିଏ ପରେ ଗୋଟିଏ ସରପ୍ରାଇଜ ଦେବାରେ ଲାଗିଛନ୍ତି । ପ୍ରଥମେ ଗୋଟିଏ ପର ଗୋଟିଏ ଫିଲ୍ମ ଆନାଫନ୍ସ କରି ଚକିତ କରିଦେଲେ । ଆଉ ଏବେ ଶାହାରୁଖଙ୍କ ପୁଅ ତଥା ଆର୍ଯ୍ୟନ ଖାନ୍ ବଲିଉଡରେ ଡେବ୍ୟୁ କରିବା ନେଇ ଖବର ଚର୍ଚ୍ଚା ହେଉଛି ।

ଶାହାରୁଖଙ୍କ ଶେହଜାଦା ଏବେ ଫିଲ୍ମ ଜଗତରେ ରାଇଟର-ଡାଇରେକ୍ଟର ଭାବେ ପାଦ ଥାପିବେ । ଫ୍ୟାନ୍ସ ଏକଥା ଶୁଣିଛନ୍ତି କି ନାହିଁ, ଆହୁରି ଗୋଟିଏ ଖବର ଏବେ ଡବଲ ଖୁସିରେ ପରିଣତ ହେବାକୁ ଯାଉଛି । ତାହା ହେଉଛି ଭାରତରେ ଭୋଡକା ବିକ୍ରି କରିବା ପ୍ରସ୍ତୁତିରେ ଲାଗିପଡିଛନ୍ତି ଆର୍ଯ୍ୟନ ।

ସୂଚନା ଥାଉକି, ୨୫ ବର୍ଷୀୟ ଆର୍ଯ୍ୟନ ଖାନ୍ ଭାରତରେ ପ୍ରିମିୟମ ଭୋଡକା ବ୍ରାଣ୍ଡ ଲଞ୍ଚ କରିବା ପ୍ରସ୍ତୁତିରେ ଲାଗିପଡିଛନ୍ତି । ଏଥିପାଇଁ ଆର୍ଯ୍ୟନ ବିଶ୍ୱର ସବୁଠୁ ବଡ ବ୍ରାଣ୍ଡ ମଦ କମ୍ପାନୀ ସହ ସହଭାଗିତାରେ ବ୍ୟବସାୟ ଆରମ୍ଭ କରିବେ । କୁହାଯାଉଛି, ଗତ ସପ୍ତାହରେ ଆର୍ଯ୍ୟନ ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ ସହ ଫଟୋ ସେୟାର କରିଥିଲେ । ଆହୁରି ମଧ୍ୟ ଆର୍ଯ୍ୟନ ଖାନ୍ ଗୋଟିଏ ସିରିଜ୍ ଲେଖିଛନ୍ତି ଯେଉଁଥିରେ ସେ ଦର୍ଶକଙ୍କ ସାମ୍ନାରେ ନିଜ ମନର କଥା ରଖିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.