ଭାରତୀୟଙ୍କ ଜଲୱା, ଜିତିଲେ ମିସ୍ ଇଣ୍ଡିଆ ୟୁସ୍ଏ 2022

Published By : Prameya-News7 Bureau | August 08, 2022 IST

ନୂଆଦିଲ୍ଳୀ ୦୮।୦୮: ଆମେରିକାର ଭର୍ଜିନିଆରେ ରହୁଥିବା ଭାରତୀୟ ମୂଳ ଆର୍ଯ୍ୟ ୱାଲଭେକର ଭାରତର ନାମକୁ ଉଜ୍ଵଳ କରିଛନ୍ତି। ଆର୍ଯ୍ୟ ୨୦୨୨ର ମିସ୍ ଇଣ୍ଡିଆ ୟୁଏସ୍ ଟାଇଟଲ୍ ଜିତିଛନ୍ତି । ଏହି ପ୍ରତିଯୋଗିତା ନ୍ୟୁ ଜର୍ସିରେ ଅନୁଷ୍ଠିତ ହୋଇଥିଲା। ୧୮ ବର୍ଷ ବୟସରେ ଆର୍ଯ୍ୟ ତାଙ୍କ ମୁଣ୍ଡରେ ସଜାଇଛନ୍ତି ମୁକୁଟ ।

ମିସ୍ ଇଣ୍ଡିଆ ୟୁଏସ୍ ୨୦୨୨ ଆର୍ଯ୍ୟ ଜଣେ ଅଭିନେତ୍ରୀ ହେବାକୁ ଇଚ୍ଛା କରନ୍ତି । ଆର୍ଯ୍ୟ କହିଛନ୍ତି ଯେ ନିଜକୁ ପରଦାରେ ଦେଖିବା ଏବଂ ଟିଭିରେ ଅଭିନୟ କରିବା ମୋର ପିଲାଦିନର ସ୍ୱପ୍ନ । ଏହି ଇଭେଣ୍ଟରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି ଭର୍ଜିନିଆ ବିଶ୍ୱବିଦ୍ୟାଳୟର ସୌମ୍ୟା ଶର୍ମା ଏବଂ ନ୍ୟୁ ଜର୍ସିର ସଞ୍ଜନା ଚେକୁରୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.