ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ମାମୁଁ –ଭଣଜାଙ୍କ ବିବାଦରେ ପେସି ହେଉଛନ୍ତି ଆରତୀ ସିଂ : କହିଲେ, ‘ଦୁହିଁଙ୍କ ମଧ୍ୟରେ ଯାହା ହୋଇଛି ମତେ ଭୋଗିବାକୁ ପଡୁଛି’…

26/09/2021 at 12:05 PM

ଟିଭିର ଲୋକପ୍ରିୟ ରିୟାଲିଟି ଶୋ ବିଗ୍‌ବସ୍‌ର ପ୍ରତିଯୋଗୀ ରହି ଆସିଛନ୍ତି ଆରତୀ ସିଂ ।କୃଷ୍ଣା ଅଭିଷେକ ଓ ଗୋବିନ୍ଦାଙ୍କ ଭିତରେ କିଛି ବର୍ଷ ହେବ ବିବାଦ ଚାଲିଛି। ଏବେ ଏହି କଥା ଲୋକଲୋଚନକୁ ଆସି ଯାଇଛି, ଯାହା ପରଠାରୁ ଲଗାତାର ପରିବାରର କେହି ନା କେହି ସଦସ୍ୟଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିବାରେ ଲାଗିଛି। ନିକଟରେ ଏହି ମାମଲା ଉପରେ କୃଷ୍ଣା ଅଭିଷେକଙ୍କ ଭଉଣୀ ତଥା ଅଭିନେତ୍ରୀ ଆରତି ସିଂ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି।

ଆରତି ଏ ବିଷୟରେ କହିଛନ୍ତି କି, ସେମାନଙ୍କ ଭିତରେ ଯାହା ବି ବିବାଦ ହୋଇଛି, ମୋତେ ଏବଂ ପରିବାରକୁ ମଧ୍ୟ ଏହାର ପରିଣାମ ଭୋଗିବାକୁ ପଡ଼ୁଛି। ଚିଚି ମାମା ଓ ତାଙ୍କ ପରିବାର ସଦସ୍ୟ ମୋ ସହିତ କଥାବାର୍ତ୍ତା କରନ୍ତି ନାହିଁ। ଆରତି ଏହା ମଧ୍ୟ କହିଛନ୍ତି ଯେ ସେ ମାମା ଓ ଭଣଜାଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ଶେଷ କରିବାକୁ ବି ଚେଷ୍ଟା କରିଥିଲେ। କିନ୍ତୁ ଏଥିରେ କୌଣସି ଫରକ ପଡ଼ି ନ ଥିଲା। କି ଏହାର କୌଣସି ସମାଧାନ ହୋଇ ନଥିଲା । ଏନେଇ ଆରତି କହିଥିଲେ, କି ମୁଁ କୃଷ୍ଣାଙ୍କ ସହିତ କଥା ହୋଇଥିଲି। ଏବେ କଥା ମାମାଙ୍କ ଉପରେ ରହିଛି କି, ସେ କୃଷ୍ଣାଙ୍କୁ କ୍ଷମା କରୁଛନ୍ତି କି ନାହିଁ। ଦୁଇ ପକ୍ଷ ପରସ୍ପରକୁ କିଛି ନା କିଛି କହିଛନ୍ତି। ଯଦିଓ ଆମେ ଫ୍ୟାମିଲିରେ ଅଛୁ, ତ ଆଶା କରୁଛି କି, ଏହି ବିବାଦ ଜଲ୍‌ଦି ସମାଧାନ ହେଇଯାଉ ଏବଂ ପୁଣିଥରେ ସେହି ଭଲ ଦିନ ଫେରି ଆସୁ’।

   Related Posts