ଫ୍ୟାଶନ ଶୋ'ରେ ବଡ ବଡ ଅଭିନେତ୍ରୀଙ୍କୁ ଟକ୍କର ଦିଅନ୍ତି ଆରାଧ୍ୟା ବଚ୍ଚନ, କ୍ୟାଟ୍‌ୱକ୍‌ର ଭିଡିଓ ଭାଇରାଲ୍‌

Published By : Prameya-News7 Bureau | April 25, 2022 IST

ନୂଆଦିଲ୍ଲୀ ୨୫।୦୪ : ଅଭିଷେକ ବଚ୍ଚନ, ଐଶ୍ବର୍ଯ୍ୟା ରାୟ ବଚ୍ଚନ ଏବଂ ତାଙ୍କ ଝିଅ ଆରାଧ୍ୟା ବଚ୍ଚନ ବଲିଉଡର ଅନ୍ୟତମ ପ୍ରସିଦ୍ଧ ପରିବାର। ବଚ୍ଚନ ପରିବାରକୁ ନେଇ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଖୁବ୍‌ ଚର୍ଚ୍ଚା । ତାଙ୍କ ଜୀବନଶୈଳୀକୁ ବିଷୟରେ ଜାଣିବା ପାଇଁ ସମସ୍ତଙ୍କ ଇଚ୍ଛା । ଯେତେବେଳେ ବି ସେ ତାଙ୍କ ଘରୁ ବାହାରନ୍ତି, ତାଙ୍କ ପଛରେ ପାପାରାଜିମାନେ କ୍ୟାମେରା ଧରି ଦୌଡିଥାନ୍ତି । ଆରାଧ୍ୟା ବଚ୍ଚନ ପରିବାରର ସବୁଠୁ ସାନ ଏବଂ ସବୁଠୁ ଗେହ୍ଲି ସଦସ୍ୟ। ଏତେ କମ୍ ବୟସରେ ବି ବହୁତ ଚର୍ଚ୍ଚାରେ ଆସିଛନ୍ତି। ତାଙ୍କ ଫ୍ୟାଶନ, ଲୁକ୍‌, ଷ୍ଟାଇଲ୍‌ରେ ସେ ପୁରାପୁରି ମାଆଙ୍କ ପରି। ହେଲେ ନିକଟରେ ସୋସିଆଲ୍‌ ମିଡିଆରେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି । ଯାହା ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି ।

୧୦ ବର୍ଷର ଆରାଧ୍ୟା ତାଙ୍କ ଆତ୍ମବିଶ୍ବାସ ତଥା କନ୍‌ଫିଡେସ୍ ଲେବଲ୍‌ ଏତେ ଅଧିକ ଯେ ସେ ସମସ୍ତ ବଡ ବଡ କଳାକାରଙ୍କୁ ମାତ୍‌ ଦେବେ। ନିକଟରେ ତାଙ୍କର ଏକ ରାମ୍ପୱକ୍‌ ତଥା କ୍ୟାଟ୍‌ୱକ୍‌ର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ତାଙ୍କର ଏହି ଭିଡିଓ ଦେଖିବା ମାତ୍ରେ ବଡ ବଡ କଳାକାର ସହ ପ୍ରଶଂସକମାନେ ମଧ୍ୟ ସ୍ତବ୍ଧ ହୋଇଯାଇଛନ୍ତି ।

wp:html
/wp:html

ତେବେ ଆରାଧ୍ୟା ଏକ ପିଙ୍କ ତଥା ଗୋଲାପୀ ରଙ୍ଗର ସୁନ୍ଦର ଆଉଟ୍‌ଫିଟ୍‌ରେ ନଜର ଆସିଛନ୍ତି । ଭିଡିଓଟି ନୂଆ ନୁହଁ ବରଂ ପୁରୁଣା ଅଟେ । ଯେଉଁଥିରେ ଐଶ୍ବର୍ଯ୍ୟା ତାଙ୍କ ଝିଅଙ୍କ ସହ କୌଣସି ଏକ ଇଭେଣ୍ଟକୁ ଯାଇଥିଲେ । ସେଠାରେ ସେ ଏହି କାର୍ଯ୍ୟକ୍ରମରେ ସାମିଲ୍‌ ମଧ୍ୟ ହୋଇଥିଲେ । ଯେଉଁଥିରେ ଐଶ୍ବର୍ଯ୍ୟା ଝିଅକୁ ଖୁବ୍‌ ସମର୍ଥନ ମଧ୍ୟ କରୁଛନ୍ତି । ବର୍ତ୍ତମାନ ରାମ୍ପ ଚାଲିବା ସମୟରେ ଏହି ସୁନ୍ଦର ଭିଡିଓ ସୋସିଆଲ ମିଡିଆରେ ପୁଣି ଥରେ ଭୁରି ବୁଲୁଛି । ଅନେକ ୟୁଜର୍ସ କମେଣ୍ଟ ଆସିବା ସହ ଫ୍ୟାନ୍ସମାନେ ଖୁବ୍‌ ପ୍ରଶଂସା ମଧ୍ୟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.