ଆରାଧ୍ୟାଙ୍କ ଲୁକ୍‌ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଫ୍ୟାନ୍ସ, କହିଲେ-ଜୁନିୟର ଐଶ୍ଵର୍ଯ୍ୟା

Published By : Prameya-News7 Bureau | March 04, 2024 IST

ମୁମ୍ଵାଇ ୦୪।୦୩: ଜାମନଗରରେ  ଅନନ୍ତ-ରାଧିକାଙ୍କ ପ୍ରିୱେଡିଂ କାର୍ଯ୍ୟକ୍ରମ ଶେଷ ହୋଇଛି । ଏଥିରେ ବଲିଉଡର ବହୁ ତାରକା ସାମିଲ ହୋଇଥିଲେ । ଦେଶ ହିଁ ନୁହେଁ  ବିଦେଶରୁ ମଧ୍ୟ ବହୁ ବଡ ବଡ ବ୍ୟକ୍ତିତ୍ଵ ଅଂଶ ଗ୍ରହଣ ରିଥିଲେ । ଦୁହିଁଙ୍କର  ବିବାହର ପୂର୍ବ କାର୍ଯ୍ୟକ୍ରମ ତିନିଦିନ  ଆୟୋଜନ କରାଯାଇଥିଲା। ଏହି ଅବସରରେ ସଲମାନ ଖାନ, ତାଙ୍କ ପରିବାର ସହ ଶାହାରୁଖ, ରଣବୀର ଏବଂ ଆଲିଆ , ରଣବୀର ସିଂ ଏବଂ ଦୀପିକା ପାଦୁକୋନ, ବିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ସହ ବଲିଉଡର ସମସ୍ତ ସେଲିବ୍ରିଟି ଅଂଶଗ୍ରହଣ କରିଥିଲେ। ରବିବାର ରାତିରେ ବଚ୍ଚନ ପରିବାରର ଅନେକ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସମସ୍ତଙ୍କ ଆଖି ଐଶ୍ୱର୍ଯ୍ୟାଙ୍କ ଲାଡଲୀ ଆରାଧ୍ୟା ଉପରେ ଧ୍ୟାନ ଦିଆଯାଇଥିଲା।

wp:html /wp:html

ଏଥର ଆରାଧ୍ୟାଙ୍କୁ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଥିଲା । ସେ ଏକ ଧଳା କ୍ରିମ୍ ଲେହେଙ୍ଗାରେ ମାଆଙ୍କ  ନଜର ଆସିଥିଲେ । ଏତିକି ହିଁ ନୁହେଁ ତାଙ୍କ ହେୟାର ଷ୍ଟାଇଲ୍‌ ମଧ୍ୟ ବଦଳି ଯାଇଥିଲା ।  ଏଥର ଆରାଧ୍ୟା ହିଁ ସମସ୍ତ ଲାଇମଲାଇଟ୍ ହାସଲ କରିଥିଲେ। ଆରାଧ୍ୟାଙ୍କ ପରିବର୍ତ୍ତନ ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ ଏବଂ ଆକର୍ଷିତ କରିଛି

wp:html
/wp:html

ବର୍ତ୍ତମାନ ଲୋକମାନେ ତାଙ୍କ ବିଷୟରେ କ୍ରମାଗତ ଭାବରେ ଆଲୋଚନା କରୁଛନ୍ତି । ବର୍ତ୍ତମାନ ଟ୍ୱିଟରରେ ମଧ୍ୟ ୟୁଜର୍ସ କହିବା ଆରମ୍ଭ କରି ଦେଇଛନ୍ତି ଯେ ୯୦ ଦଶକରେ ତାଙ୍କ ମାଆ ଯେପରି ଦେଖୁଥିଲେ ଆରାଧ୍ୟା ଠିକ୍ ସେହିପରି ଦେଖାଯାଉଛନ୍ତି। ଏହି ଫଟୋ ଭିଡିଓ ଇଣ୍ଟର ନେଟ୍‌ରେ ଟ୍ରେଣ୍ଡ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.