ନୂଆଦିଲ୍ଲୀ: ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ନେତା ସ୍ୱାତୀ ମାଲିୱାଲଙ୍କୁ ମାଡ ମାରିବା ଅଭିଯୋଗରେ ପ୍ରତିକ୍ରିୟା ରଖିଛନ୍ତି ଆପ୍ ସାଂସଦ ସଞ୍ଜୟ ସିଂ। ଏହି ପ୍ରସଙ୍ଗକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁତର ସହ ନେଇଥିବା କହିଛନ୍ତି ସଂଜୟ। AAP ସାଂସଦ ସଞ୍ଜୟ ସିଂ କହିଛନ୍ତି ଯେ ଗତକାଲି ସକାଳେ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିବାକୁ ସ୍ୱାତୀ ମାଲିୱାଲ ଆସିଥିଲେ। ସେ ଡ୍ରଇଂ ରୁମ୍ରେ ଅପେକ୍ଷା କରିଥିଲେ। ବିଶ୍ୱ କୁମାର ତାଙ୍କ ସହ ଅସଦାଚରଣ କରିଛନ୍ତି। ଏହା ଉପରେ ଅରବିନ୍ଦ କେଜ୍ରିୱାଲ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଦଳ ଏଭଳି ଲୋକଙ୍କୁ ସମର୍ଥନ କରେ ନାହିଁ। ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ଗୁରୁତର ସହ ନେଇଛନ୍ତି।
#WATCH | AAP MP Sanjay Singh says, "Yesterday an incident took place. At the residence of Arvind Kejriwal incident of misbehaviour took place with Swati Maliwal by Vibhav Kumar (Arvind Kejriwal's PA). Swati Maliwal has informed about this incident to the Delhi Police. This is a… pic.twitter.com/l7Hbk4CKEM
— ANI (@ANI) May 14, 2024
ବାସ୍ତବରେ ବିଜେପି ନେତାମାନେ ଦାବି କରିଥିଲେ ଯେ ସ୍ୱାମୀ ମାଲିୱାଲ ସିଏମ ବାସଭବନରେ ପୋଲିସକୁ ଡାକିଥିଲେ। ଡିସିପି (ଉତ୍ତର) ଏମ୍ କେ ମୀନା କହିଛନ୍ତି ଯେ ସକାଳ 9.34ରେ ପୋଲିସ ଏକ PCR କଲ ପାଇଥିଲା ଯେଉଁଥିରେ ମହିଳା ଜଣକ କହିଥିଲେ ଯେ ତାଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆକ୍ରମଣ କରାଯାଇଥିଲା। ସେ କହିଛନ୍ତି, "କିଛି ସମୟ ପରେ ସାଂସଦ ପୋଲିସ ଷ୍ଟେସନକୁ ଆସିଥିଲେ। ତଥାପି ସେ ପରେ ଅଭିଯୋଗ କରିବେ କହି ଚାଲିଯାଇଥିଲେ।"