ୟୁପିରେ ରାଜନୀତି ସରଗରମ: ସମାଜବାଦୀ ପାର୍ଟି ସହ ମେଣ୍ଟ କରିବ କେଜରିଓ୍ବାଲଙ୍କ ଆପ୍‌ ! ଯୋଗୀଙ୍କୁ ଟକ୍କର ଦେବାକୁ ହାତ ମିଳାଉଛନ୍ତି ବିରୋଧୀ

Published By : Prameya-News7 Bureau | November 25, 2021 IST

ଲକ୍ଷ୍ନୌ ୨୫/୧୧ : ଉତ୍ତର ପ୍ରଦେଶରେ ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନ ପାଇଁ ଏବେଠାରୁ ସରଗରମ ହୋଇଗଲାଣି ରାଜନୀତି । ନେତାଙ୍କ ଦଳବଦଳ ସାଙ୍ଗକୁ ମେଣ୍ଟ ରାଜନୀତି ନିର୍ବାଚନ ମାହୋଲକୁ ଆହୁରି ଇନ୍ଧନ ଯୋଗାଇଛି । ଏହାରି ମଧ୍ୟରେ ଆଉ ଏକ ବଡ ଖବର ଶୁଣିବାକୁ ମିଳୁଛି । ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ସହିତ ମେଣ୍ଟ କରିପାରେ ଅରବିନ୍ଦ କେଜରିଓ୍ବାଲଙ୍କ ଆମ୍‌ ଆଦମୀ ପାର୍ଟି । ସପା ଅଧ୍ୟକ୍ଷ ଅଖିଳେଶ ଯାଦବ ଏବଂ ଆପ୍‌ ସାଂସଦ ସଞ୍ଜୟ ସିଂହଙ୍କ ମଧ୍ୟରେ ସାକ୍ଷାତକାର ପରେ ମେଣ୍ଟ ନେଇ ଚର୍ଚ୍ଚା ଜୋର ଧରିଛି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ସୁପ୍ରିମୋ ଅରବିନ୍ଦ କେଜରିଓ୍ବାଲ ମେଣ୍ଟ ହେବାନେଇ ସଙ୍କେତ ଦେଇଛନ୍ତି । ଉତ୍ତର ପ୍ରଦେଶ ରାଜନୀତିକୁ ନେଇ ଉଭୟ ନେତାଙ୍କ ମଧ୍ୟରେ ଚର୍ଚ୍ଚା ହୋଇଥିବା କହିଛନ୍ତି କେଜରିଓ୍ବାଲ । ଖବର ସରବରାହ ସଂସ୍ଥା ଏଏନ୍‌ଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୟୁପିରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଆଖିଆଗରେ ରଖି ଆପ୍‌ ସାଂସଦ ଏବଂ ସମାଜବାଦୀ ପାର୍ଟି ମୁଖ୍ୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଏହି ଆଲୋଚନାରେ ସପା ସହିତ ଆପ୍‌ ମେଣ୍ଟ କରିବା ନେଇ ଚର୍ଚ୍ଚା ହୋଇଛି । ସମାଜବାଦୀ ପାର୍ଟି ଛୋଟ ଛୋଟ ଦଳସହ ମେଣ୍ଟ କରି ନିର୍ବାଚନ ଲଢିବା ପାଇଁ ପୂର୍ବରୁ ଘୋଷଣା କରିସାରିଛି । ସେପଟେ ୟୁପିରେ ଆମ୍ ଆଦମୀ ପାର୍ଟିର ସ୍ଥିତି ସେତେଟା ଭଲ ନଥିବାରୁ ଦଳ ମେଣ୍ଟ ମାଧ୍ୟମରେ ଲୋକଙ୍କ ଆସ୍ଥା ଭାଜନ ହେବାକୁ ଚେଷ୍ଟା କରିବ ।

ସମାଜବାଦୀ ପ୍ରମୁଖ ଅଖିଳେଶ ଯାଦବ ଏବଂ ଆପ୍‌ ସାଂସଦ ତଥା ଆମ୍‌ ଆଦମୀ ପାର୍ଟିର ୟୁପି ପ୍ରଭାରୀ ସଞ୍ଜୟ ସିଂହଙ୍କ ମଧ୍ୟରେ ବୁଧବାର ଭେଟଘାଟ ହୋଇଥିଲା । ତେବେ ଗୋଟିଏ ଦିନ ପୂର୍ବରୁ ରାଷ୍ଟ୍ରୀୟ ଲୋକ ଦଳ (RLD) ସହ ମିଶି ନିର୍ବାଚନ ଲଢିବାକୁ ଘୋଷଣା କରିସାରିଛି ଅଖିଳେଶଙ୍କ ସମାଜବାଦୀ ପାର୍ଟି। ଆପ୍‌ ଏବଂ ସପା ମଧ୍ୟରେ ଆଲୋଚନା ପରେ ସମାଜବାଦୀ ପାର୍ଟି ପ୍ରବକ୍ତା ରାଜେନ୍ଦ୍ର ଚୌଧୁରୀ କହିଛନ୍ତି, ‘ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଏବଂ ଆପ୍‌ ସାଂସଦ ସଞ୍ଜୟ ସିଂହଙ୍କ ମଧ୍ୟରେ ଆଲୋଚନା ହୋଇଛି । ୨୦୨୨ ନିର୍ବାଚନରେ ଉଭୟ ଦଳ ମେଣ୍ଟକରି ଲଢିବାକୁ ସହମତି ପ୍ରକାଶ କରିଛନ୍ତି ।’

{"width":792,"height":487}
Election 2019: Before Lok Sabha Election 2019 Results Arvind Kejriwal And Akhilesh  Yadav Together - Election Results: चुनावी नतीजों से पहले अरविंद केजरीवाल और अखिलेश  यादव ने एक दूसरे को बताया ...
NDTV

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.