krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମୁମ୍ବାଇରେ ‘ଇଣ୍ଡିଆ’ ବୈଠକରେ ସାମିଲ୍‌ ହେବ AAP, ସ୍ପଷ୍ଟ କଲେ କେଜ୍ରିଓ୍ବାଲ

21/08/2023 at 4:50 PM

I.N.D.I.A

ନୂଆଦିଲ୍ଲୀ, ୨୧/୦୮: ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ ହେବାକୁ ଥିବା I.N.D.I.A ମେଣ୍ଟର ବୈଠକରେ ସାମିଲ୍‌ ହେବ ଆମ୍‌ ଆଦମୀ ପାର୍ଟୀ (ଆପ୍‌)। ବୈଠକରେ ସାମିଲ୍ ହେବା ନେଇ ସ୍ପଷ୍ଟ କରିଛନ୍ତି ଆପ୍ ସଂଯୋଜକ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ।

ପ୍ରକୃତରେ ଅରବିନ୍ଦ କେଜ୍ରିଓ୍ବାଲ ଏବଂ କଂଗ୍ରେସ୍‌ ମଧ୍ୟରେ ଅନେକ ପ୍ରସଙ୍ଗରେ ଅସହମତି ଦେଖିବାକୁ ପ​‌ରେ ଏହା ଆଶଙ୍କା କରାଯାଉଥିଲା ଯେ, ସେ ବୈଠକରେ ସାମିଲ ହେବେ କି ନାହିଁ। କିନ୍ତୁ ଏବେ ସ୍ପଷ୍ଟ ହୋଇଛି ଯେ, ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ ଏହି ବୈଠକରେ ଭାଗ ନେବାକୁ ଯାଉଛନ୍ତି। ରିପୋର୍ଟ ଅନୁଯାୟୀ, ଏହି ବୈଠକ ମୁମ୍ବାଇ ଅଗଷ୍ଟ ୩୧ରେ ଏବଂ ସେପ୍ଟେମ୍ବର ୧ରେ ହେବ।

ଆହୁରି ପଢ଼ନ୍ତୁ: ବିରୋଧୀ ମେଣ୍ଟକୁ ୟୁପିଏ ହିଁ କହିବ ବିଜେପି, I.N.D.I.A. ନାଁରେ ଟାର୍ଗେଟ୍ କରିବେନି ଶାସକ ଦଳ ନେତା !

ମୁମ୍ବାଇରେ I.N.D.I.Aର ତୃତୀୟ ବୈଠକରେ ୨୬ରୁ ଅଧିକ ରାଜନୀତିକ ଦଳର ପ୍ରାୟ ୮୦ ନେତା ସାମିଲ୍‌ ହେବା ନେଇ ଅନୁମାନ କରାଯାଉଛି। ବର୍ତ୍ତମାନ ୨୬ଟି ଦଳଙ୍କ ମେଣ୍ଟର ଅଂଶ ରହିଛନ୍ତି। ଆଉ ଏହି ଦୁଇ ଦିନିଆ ବୈଠକରେ ଆହୁରି କିଛି ଦଳ ମେଣ୍ଟରେ ସାମିଲ୍ ହେବାକୁ ପ୍ରସ୍ତୁତ ଥିବା ନେଇ କୁହାଯାଉଛି। ଏହି ବୈଠକରେ ମେଣ୍ଟର ଲୋଗୋ ମଧ୍ୟ ଉନ୍ମୋଚନ ହୋଇପାରେ।

   Related Posts