ଦିଲ୍ଲୀ ମଦ ଦୁର୍ନୀତି ମାମଲା: ଇଡିର ଚାର୍ଜସିଟରେ ଅରବିନ୍ଦ କେଜ୍ରିୱାଲଙ୍କ ନାଁ, ଦର୍ଶାଯାଇଛି ତାଙ୍କ ଭୂମିକା
2/02/2023 at 6:14 PM

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗୁରୁବାର ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ନୂଆ ଦାବି କରିଛି । କୋର୍ଟରେ ଦାଖଲ ଇଡି ଚାର୍ଜସିଟ୍ ଅନୁସାରେ ଦିଲ୍ଲୀ ମଦ ଦୁର୍ନୀତି ମାମଲାର ଜଣେ ଅଭିଯୁକ୍ତ ଇଣ୍ଡୋସ୍ପିରିଟ୍ସର ମୁଖ୍ୟ ସମୀର ମହେନ୍ଦୁ ଏବଂ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ମଧ୍ୟରରେ ନିଜ ଫୋନରୁ ଫେସଟାଇମ ଡିଭିଓ କଲ ବ୍ୟବସ୍ଥା କରାଇଥିଲା । ଏହାସହ ତଦନ୍ତରେ ସାମନାକୁ ଆସିଛି ଯେ ଏହି ପାଣ୍ଠିକୁ ଆପ୍ ନିର୍ବାଚନୀ ପ୍ରଚାରରେ ବିନିଯୋଗ କରିଥିଲା । ଚାର୍ଜସିଟରେ ଏଜେନ୍ସି କହିଛି ଆପ ନେତାଙ୍କ ପାଇଁ ବିଜୟ ନାୟର ଦିଲ୍ଲୀ ମଦ ଘୋଟାଲା ଲାଇସେନ୍ସ ପାଇଁ ଅଗ୍ରୀମ ରୂପେ ସାଉଥ୍ ଗ୍ରୁପଠାରୁ ୧୦୦ କୋଟି ଟଙ୍କା ନେଇଥିଲେ ।
ରିପୋର୍ଟ ଅନୁସାରେ ଚାର୍ଜସିଟରେ ଦାବି କରାଯାଇଛି ଯେ କେଜ୍ରିୱାଲଙ୍କ ଆମ ଆଦାମୀ ପାର୍ଟି ଗୋଆରେ ନିର୍ବାଚନ ପ୍ରଚାରରେ ଏହି ଟଙ୍କାର ବ୍ୟବହାର କରିଛନ୍ତି । ଇଡିର ଚାର୍ଜସିଟ୍ ଅନୁସାରେ, ଆମ ଆଦମୀ ପାର୍ଟିର ସର୍ଭେ ଟିମରେ କାମ କରୁଥିବା ଭଲେଣ୍ଟିୟର୍ସଙ୍କୁ ୭୦ ଲକ୍ଷ ଟଙ୍କା ନଗଦ ଆକାରରେ ଦିଆଯାଇଛି ।
ଚାର୍ଜସିଟରେ ଏହା ମଧ୍ୟ କୁହାଯାଇଛି ଯେ, ନାୟର ଆମ ଆଦାମୀ ପାର୍ଟି ପାଇଁ ୱାଇଏସଆରସିପି ସାଂସଦ ମଗୁଣ୍ଟା ଶ୍ରୀନିବାସୁଲୁ ରେଡ୍ଡୀ, ତାଙ୍କ ପୁଅ ରାଘବ ମଗୁଣ୍ଟା, ଅରବିନ୍ଦୋ ଫାର୍ମାର ନିର୍ଦ୍ଦେଶକ ପି.ସରଥ ଚନ୍ଦ୍ର ରେଡ୍ଡୀ, ତେଲେଙ୍ଗାନା ସିଏମ କେସିଆରଙ୍କ ଝିଅ କବିତା କଳବଙ୍କୁତଲାଙ୍କ ଗୋଟିଏ ଗୋଷ୍ଠୀରୁ ୧୦୦ କୋଟି ଟଙ୍କା ଲାଞ୍ଚ ଆକାରରେ ନେଇଛନ୍ତି । ଇଡି ଦାବି କରିଛି ଯେ ସମୀର ମେହନ୍ଦୁଙ୍କୁ କଜ୍ରିୱାଲ କହିଥିଲେ, ‘ବିଜୟ ଆମ ପିଲା, ଆପଣ ତା ଉପରେ ଭରସା କରିବା ଦରକାର ଏବଂ ତାଙ୍କ ସହ ଚାଲିବା ଦରକାର’ ।
ଅନ୍ୟପଟେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଇଡିର ଚାର୍ଜସିଟକୁ କାଳ୍ପନିକ ଦର୍ଶାଇ କହିଛନ୍ତି ଯେ ଏଜେନ୍ସିକୁ କେବଳ ସରକାର ଭାଙ୍ଗିବା ଏବଂ ଗଢିବାରେ ବ୍ୟବହାର କରାଯାଉଛି ।