ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଯାଜପୁର: ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
  • ||

ମଦ ଦୁର୍ନୀତିରୁ ଆଦାୟ ଟଙ୍କାକୁ ଗୋଆ ନିର୍ବାଚନରେ ଖର୍ଚ୍ଚ କରୁଥିଲା ଆପ୍‌: ଇଡି ଚାର୍ଜଶିଟ୍

2/02/2023 at 5:14 PM

ନୂଆଦିଲ୍ଲୀ: ମଦ ଦୁର୍ନୀତିରୁ ଆସୁଥିବା ଟଙ୍କାକୁ ଆପ୍ ଗୋଆରେ ନିର୍ବାଚନ ପ୍ରଚାର ପାଇଁ ଖର୍ଚ୍ଚ କରୁଥିଲା। ମଦ ଦୁର୍ନୀତି ଅଭିଯୋଗରେ ଏପର୍ଯ୍ୟନ୍ତ ହୋଇଥିବା ତଦନ୍ତରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଘଟଣାର ତଦନ୍ତ କରୁଥିବା ଇଡି ତା ଚାର୍ଜଶିଟ୍‌ରେ ଏହି କଥା ଉଲ୍ଲେଖ କରିଛି। ଦୁର୍ନୀତିରୁ ଆଦାୟ ହୋଇଥିବା ଟଙ୍କାରୁ କିଛି ନିର୍ବାଚନରେ ଖର୍ଚ୍ଚ କରିଥିଲା ବୋଲି ଇଡି କହିଛି। ସୂଚନା ଥାଉକି, ୨୦୨୨ରେ ହୋଇଥିବା ଗୋଆ ନିର୍ବାଚନରେ ଆପ୍ ମାତ୍ର ୨ଟି ସିଟ୍ ଜିତିଥିଲା।

ଇଡିର ରିପୋର୍ଟ ଅନୁସାରେ, ଆପ୍ ସର୍ଭେ ଟିମ୍‌ରେ ସାମିଲ୍ ଥିବା ଭଲ୍ୟୁଣ୍ଟରମାନେ ନଗଦ ୭୦ ଲକ୍ଷ ଯୋଗାଡ଼ କରିଥିଲେ । ଆପ୍‌ ଯୋଗାଯୋଗ ଦାୟିତ୍ୱରେ ଥିବା ବିଜୟ ନାୟର କହିଛନ୍ତି “ ନଗଦ ଆକାରର ଟଙ୍କା ଆଦାୟ କରିବା ପାଇଁ ସ୍ୱତନ୍ତ୍ର କିଛି ଲୋକ ନିଯୁକ୍ତି ହୋଇଥିଲେ।”

ଆପ୍ ପକ୍ଷରୁ ବିଜୟ ନାୟର ୧୦୦ କୋଟି ଟଙ୍କାର ଲାଞ୍ଚ ଗ୍ରହଣ କରିଛନ୍ତି। ଏହି ଟଙ୍କା ସେ ୱାଇଏସ୍‌ଆର୍‌ସିପି ସାଂସଦ ମଗୁନ୍ତା ଶ୍ରୀନିବାସୁଲୁ ରେଡ୍ଡୀ, ତାଙ୍କ ପୁଅ ରାଘବ ମଗୁନ୍ତା, ଅରୋବିନ୍ଦୋ, ଫାର୍ମା ନିର୍ଦ୍ଦେଶକ ପି ସରତ ଚନ୍ଦ୍ର ରେଡ୍ଡୀ, ତେଲେଙ୍ଗାନା ସିଏମ୍ କେସିଆରଙ୍କ ଝିଅ କବିତା କଲଭକୁନ୍ତିଆଙ୍କ ଠାରୁ ଏହି ଟଙ୍କା ଗ୍ରହଣ କରିଥିଲେ ବୋଲି ଇଢି ଚାର୍ଜଶିଟ୍‌ରେ କହିଛି।  

ଏହି ଟଙ୍କାକୁ ହସ୍ତାନ୍ତରଣ ପ୍ରକ୍ରିୟାରେ ହାଇଦ୍ରାବାଦର ବ୍ୟବସାୟୀ ଅଭିଷେକ  ବୋଇନାପଲ୍ଲୀ ସାମିଲ୍ ଥିଲେ। ସେ ମନୀଷ ସିସୋଦିଆଙ୍କ ବନ୍ଧୁ ଦିନେଶ ଅରୋରାଙ୍କ ସହ ମିଶି ଏହି କାମ କରିଥିଲେ ବୋଲି ଇଡି କହିଛି। ତେବେ ଘଟଣା ପ୍ରତିକ୍ରିୟା ଦେଇ ଆପ୍ କହିଛି ଇଡିର ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ କପୋଳକଳ୍ପିତ।   

ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ କହିଛନ୍ତି ଯେ ଇଡି ଚାର୍ଜଶିଟ୍‌ ପୂରା କାହାଣୀ। ଇଡିର ପୂରା କାର୍ଯ୍ୟକାଳରେ ୫୦୦ ଚାର୍ଜଶିଟ୍ ଦାଖଲ ହୋଇଥିବ। ତେବେ ଏଥିରୁ କେତେ ଲୋକଙ୍କୁ ଦଣ୍ଡ ମିଳିଛି ? ସବୁ ମାମଲା ମିଛ ହୋଇଥାଏ। ଇଡିର ବ୍ୟବହାର କେବଳ ବିଧାୟକ କିଣିବା ଓ ସରକାର ଭାଙ୍ଗିବା ଉଦ୍ଦେଶ୍ୟରେ କରାଯାଇଥାଏ ବୋଲି କେଜରିୱାଲ୍ କହିଛନ୍ତି।

   Related Posts