scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୨୦୨୪ ପାଇଁ ଅରୁଣାଚଳରେ ଅଣ୍ଟା ଭିଡ଼ୁଛି ଆପ୍; ଉଭୟ ପାର୍ଲାମେଣ୍ଟ ଓ ବିଧାନସଭା ନିର୍ବାଚନ ଲଢ଼ିବ ଦଳ

30/07/2023 at 9:18 PM

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ଗଡ଼ ମଜଭୁତ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ଦିଲ୍ଲୀର ଆମ୍‌ ଆଦ୍‌ମୀ ପାର୍ଟି। ଦଳ ଏଥର ରାଜ୍ୟରୁ  ଉଭୟ ପାର୍ଲାମେଣ୍ଟ ଓ ବିଧାନସଭା ନିର୍ବାଚନ ଲଢ଼ିବ। ଏନେଇ ଦଳର ଜାତୀୟ ସାଧାରଣ ସମ୍ପାଦକ ତଥା ସଂଗଠକ ଡ. ସନ୍ଦୀପ ପାଠକ କହିଛନ୍ତି।

ଅରୁଣାଚଳ ପ୍ରଦେଶର ଦଳୀୟ କର୍ମୀଙ୍କ ସହିତ ଆଲୋଚନା କରି ସନ୍ଦୀପ କର୍ମକର୍ତ୍ତାଙ୍କୁ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ସଂଗଠନ ମଜଭୁତ କରିବା ଦିଗରେ କାମ କରିବା ସହିତ ଗରିବ ଓ ଦଳିତଙ୍କୁ ଧ୍ୟାନ ରଖି କାମ କରିବାକୁ ସେ ରାଜ୍ୟର ଦଳୀୟ କର୍ମୀଙ୍କୁ କହିଛନ୍ତି। ରାଜ୍ୟ ଆପ୍ ମୁଖ୍ୟ ଟୋକୋ ନିକାମଙ୍କ ପ୍ରଶ୍ନରେ ଉତ୍ତର ଦେଇ ସନ୍ଦୀପ କହିଛନ୍ତି ଖୁବ୍‌ଶୀଘ୍ର ଦଳ ରାଜ୍ୟରେ ଏକ ରାଲି କରିବ।

ପଢ଼ନ୍ତୁ- ମଣିପୁରକୁ ତିନି କେନ୍ଦ୍ର ଶାସିତ ପ୍ରଦେଶରେ ବିଭାଜନ ପାଇଁ ଦାବି, କୁକି ନେତାଙ୍କ ପରାମର୍ଶ

ଅରୁଣାଚଳ ଆପ ସଭାପତି ୟମ୍ରା ତାୟା ରାଜ୍ୟରେ ଚାଲିଥିବା ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟର କେତୋଟି ପ୍ରସଙ୍ଗ ଆପ୍‌ର ମୁଖ୍ୟ ରହିବ ବୋଲି ସେ କହିଥିଲେ। ଯଥା- ଅରୁଣାଚଳ ପ୍ରଦେଶ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (APUAPA) ରଦ୍ଦ, ଅରୁଣାଚଳ ପ୍ରଦେଶ ଜନସେବା ଆୟୋଗ (ଏପିପିଏସସି) ପ୍ରଶ୍ନପତ୍ର ଲିକ୍ ସମସ୍ୟାର ସମାଧାନ, ସମସ୍ତଙ୍କୁ ମାଗଣା ଜଳ, ବିଦ୍ୟୁତ୍, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଆଦି ଯୋଗାଇ ଦେବା ଆପ୍‌ର ମୁଖ୍ୟ ଲକ୍ଷ୍ୟ ରହିବ ବୋଲି ୟାମ୍ରା ତାୟା କହିଛନ୍ତି।

   Related Posts