କୋଲାକାତା: ଦିଲ୍ଲୀ ଓ ପଞ୍ଜାବରେ ନିର୍ବାଚନ ଜିତିବା ପରେ ପଶ୍ଚିମବଙ୍ଗରେ ଏଣ୍ଟ୍ରି ମାରିବା ଚକ୍କରେ ଆମ୍ ଆଦ୍ମୀ ପାର୍ଟି। ଦଳ ରାଜ୍ୟର ମୋହଲ୍ଲା କ୍ଲିନିକ ଖୋଲିବାକୁ ଘୋଷଣା କରିଛି। ଏବଂ ପ୍ରାରମ୍ଭିକ ପର୍ଯ୍ୟାୟରେ ଆଜି ମୁର୍ଶିଦାବାଦ ଜିଲ୍ଲାରେ ଆମ୍ ଆଦ୍ମୀ ପାର୍ଟି ପ୍ରଥମ ମୋହଲ୍ଲା କ୍ଲିନିକ୍ ଖୋଲିଛି। ଏହି ଜିଲ୍ଲାର ୯ଟି ଗାଁରେ ମୋହଲ୍ଲା କ୍ଲିନିକ ଖୋଲିବାକୁ ଚୟନ କରାଯାଇଛି।
ପ୍ରଥମ ପର୍ଯ୍ୟାୟରେ ଲାଲ୍ଗୋଲ, ଦମକଲ, ସାଗରଦିଘି, ହରିହରପରା, ନାଓଦା ଏବଂ ଅନ୍ୟ କିଛି ବ୍ଲକ୍ରେ ଶନିବାର ଓ ରବିବାର ମୋହଲ୍ଲା କ୍ଲିନିକ୍ ଖୋଲାଯାଇ ଲୋକଙ୍କ ସେବା କରାଯିବ। ଏଠାରେ ଗରିବ ଲୋକଙ୍କ ପାଇଁ ମାଗଣା ଚିକିତ୍ସା ସହ ମାଗଣା ଔଷଧ ବି ବଣ୍ଟାଯିବ।
wp:heading {"level":4}ପଢ଼ନ୍ତୁ- କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ସମର୍ଥନ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେଜରିଓ୍ଵାଲ
/wp:headingଏନେଇ ମୁର୍ଶିଦାବାଦ ଜିଲ୍ଲା ଅଧ୍ୟକ୍ଷ ଶୋହେଲ ରାଣା ଆଲାମ କହିଛନ୍ତି “ଦିଲ୍ଲୀରେ ଅରବିନ୍ଦ କେଜରିୱାଲ ମୋହଲ୍ଲା କ୍ଲିନିକ ଖୋଲି ୧.୫ କୋଟି ଲୋକଙ୍କୁ ମାଗଣା ମେଡିକାଲ ସେବା ଯୋଗାଇ ଦେଉଛନ୍ତି। ପରେ ଆପ୍ ସରକାର ପଞ୍ଜାବରେ ମଧ୍ୟ ମୋହଲ୍ଲା କ୍ଲିନିକ ଖୋଲି ଲୋକଙ୍କୁ ମାଗଣା ଚିକିତ୍ସା ଦେଉଛନ୍ତି। ଯଦି ଦିଲ୍ଲୀ ଓ ପଞ୍ଜାବ ସରକାର ଏପରି କରିପାରୁଛନ୍ତି। ତେବେ ଆମ ପାଇଁ କାହିଁକି ନୁହେଁ? ଆମେ କେବଳ କ୍ଷମତା ପାଇଁ ରାଜନୀତିରେ ଯୋଗ ଦେଇନୁ। ଆମେ ସାଧାରଣ ଲୋକଙ୍କ ସେବା କରିବାକୁ ରାଜନୀତିରେ ଯୋଗ ଦେଇଛୁ।” ଅନେକ ଇଣ୍ଟର୍ଣ୍ଣ ଓ ଜୁନିଅର ଡାକ୍ତର କ୍ଲିନିକ୍ରେ ଯୋଗ ଦେଇ ଲୋକଙ୍କ ସେବା କରୁଛନ୍ତି ବୋଲି ଶୋହେଲ ରାଣା କହିଛନ୍ତି।
ଡାକ୍ତରୀ ଚିକିତ୍ସା ପାଇଁ ରାଜ୍ୟରେ ଅନେକ ଲୋକ ମାଇଲ ମାଇଲ ବାଟ ଯାଉଛନ୍ତି। ତେଣୁ ଆମେ ଗରିବ ଲୋକଙ୍କୁ ଡାକ୍ତରୀ ଚିକିତ୍ସା ଯୋଗା ଦେବାକୁ ମୋହଲ୍ଲା କ୍ଲିନିକ ଖୋଲିଲୁ। ଏହା ଆରମ୍ଭ ମାତ୍ର। ସାମାଜ ସେବାରେ ଲୋକଙ୍କୁ ଯୋଡ଼ିବାକୁ ଦଳ ଆଗକୁ ପ୍ରତି ଜିଲ୍ଲାରେ ମୋହଲ୍ଲା କ୍ଲିନିକ୍ ଖୋଲିବ ବୋଲି ଶୋହେଲ ରାଣା କହିଛନ୍ତି।
ଏହି ଖବରଟିକୁ ପଢ଼ନ୍ତୁ-
wp:embed {"url":"https://www.prameyanews7.com/when-bjp-slogans-changed-election-mood/","type":"wp-embed","providerNameSlug":"prameya-news-7"} /wp:embed