scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଛତିଶଗଡ଼ ପରେ ମଧ୍ୟପ୍ରଦେଶ; ମାଗଣା ବିଜୁଳି ଓ ଔଷଧ ସହ ଚିକିତ୍ସା, ଓ ଉନ୍ନତ ସ୍କୁଲ ପ୍ରତିଶ୍ରୁତି ଦେଲା ଆପ୍

20/08/2023 at 6:00 PM

ଇନ୍ଦୋର: ପାଖେଇ ଆସୁଛି ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ। ଏଭଳି ସ୍ଥିତିରେ ବିଜେପି ଓ କଂଗ୍ରେସ ବ୍ୟତୀତ ଅନ୍ୟ ବଡ଼ ଦଳଗୁଡ଼ିକ ମଧ୍ୟ ନିଜ ଭାଗ୍ୟ ପରୀକ୍ଷା କରିବାକୁ ମଇଦାନକୁ ଓହ୍ଲାଇଛନ୍ତି। ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ମଧ୍ୟପ୍ରଦେଶର ନିର୍ବାଚନ ଜୋର୍‌ସୋର୍‌ରେ ମାତିଛି। ଆଜି ମଧ୍ୟପ୍ରରଦେଶର ସତନା ଗସ୍ତ କରି ସେଠାକାର ଜନତାଙ୍କୁ ନିର୍ବାଚନ ପ୍ରତିଶ୍ରୁତି ଦେଇଛନ୍ତି କେଜରିୱାଲ୍।

ସତନାରେ ନିର୍ବାଚନ ପ୍ରଚାର କରି ଶିବରାଜ ସିଂହ ଚୌହ୍ୱାନଙ୍କୁ ଟାର୍ଗେଟ୍ କରିଛନ୍ତି କେଜରିୱାଲ୍। ସେ କହିଛନ୍ତି “’ମୁଁ ଶୁଣିଲେ ଯେ ମଧ୍ୟପ୍ରଦେଶରେ ଜଣେ ମାମୁଁ ଅଛନ୍ତି। ସେହି ମାମୁଁ ତାଙ୍କ ଭଣଜା ଏବଂ ଭଣଜାମାନଙ୍କୁ ପ୍ରତାରଣା କରିଛନ୍ତି। ତାଙ୍କୁ ବିଶ୍ୱାସ କରନ୍ତୁ ନାହିଁ।ଏବେ ତୁମର କକା ଆସିଛନ୍ତି। ସେ ତୁମ ପାଇଁ ବିଦ୍ୟାଳୟ, ଡାକ୍ତରଖାନା ନିର୍ମାଣ କରିବେ।” କେଜରିୱାଲ ଗ୍ୟାରେଣ୍ଟି ଅର୍ଥ ହେଉଛି ମୁଣ୍ଡ କାଟ ହେଉ ପଛେ ପ୍ରତିଶ୍ରୁତି ନିଶ୍ଚିତ ପୂରଣ କରିବ।ଆମକୁ ଦେଖି ଅନ୍ୟ ସରକାର ମଧ୍ୟ ଗ୍ୟାରେଣ୍ଟି ଦେବା ଆରମ୍ଭ କରିଛନ୍ତି। ସେମାନଙ୍କର ଗ୍ୟାରେଣ୍ଟି ମିଛ ହେଲେ ଆମର ସତ। ସେମାନେ ଗାଳିଗୁଲଜ କରନ୍ତି। ଆମେ ଗାଳି ଦେଉନା ବୋଲି କେଜରିୱାଲ କହିଛନ୍ତି।

ପଢନ୍ତୁ-ଛତିଶଗଡ଼ରେ ଆପ୍‌ର ପ୍ରତିଶ୍ରୁତି: ୩୦୦ ୟୁନିଟ୍ ମାଗଣା ବିଜୁଳି ସହ ମିଳିବ ୩ ହଜାର ବେରୋଜଗାରି ଭତ୍ତା

ମଧ୍ୟ ପ୍ରଦେଶରେ ପ୍ରତିଶ୍ରୁତି ଦେଇ ଅରବିନ୍ଦ କେଜରିୱାଲ କହିଛନ୍ତି, ‘ଦିଲ୍ଲୀରେ ଓ ପଞ୍ଜାବରେ ୨୪ ଘଣ୍ଟା ବିଜୁଳି ମିଳୁଛି। ମଧ୍ୟପ୍ରଦେଶରେ କେବଳ ଆମ୍ ଆଦମୀ ପାର୍ଟି ହିଁ ୨୪ ଘଣ୍ଟା ବିଦ୍ୟୁତ୍ ଯୋଗାଇବ। ଦ୍ୱିତୀୟରେ ବିଦ୍ୟୁତ୍ ମହଙ୍ଗା କି? ପଞ୍ଜାବ ଓ ଦିଲ୍ଲୀରେ ବିଦ୍ୟୁତ୍ ବିଲ୍ 0 ଆସୁଛି। ତୃତୀୟତରେ ଆପଣ କୌଣସି ଭୁଲ୍ ଓ ପୁରୁଣା ବିଦ୍ୟୁତ୍ ବିଲ୍ ପାଇଁ ଅଫିସ୍‌ର ଚକ୍କର କାଟୁଛନ୍ତି? ନଭେମ୍ବର ପର୍ଯ୍ୟନ୍ତ ପୁରୁଣା ବିଦ୍ୟୁତ୍ ବିଲ୍ ଛାଡ କରାଯିବ। ମାର୍ଚ୍ଚ ୧୬ରେ ପଞ୍ଜାବରେ ଆମ ସରକାର ଗଠନ କରାଯାଇଥିଲା, ପଞ୍ଜାବରେ ପୁରୁଣା ବିଲ୍ ଛାଡ କରାଯାଇଥିଲା ବୋଲି କେଜରିୱାଲ୍ କହିଛନ୍ତି।

ଶିକ୍ଷା କ୍ଷେତ୍ରରେ ପ୍ରତିଶ୍ରୁତି

କେଜରିୱାଲ କହିଛନ୍ତି, ‘ମୁଁ ଦିଲ୍ଲୀର ସରକାରୀ ବିଦ୍ୟାଳୟଗୁଡ଼ିକୁ ଉନ୍ନତମାନରେ କରି ଦେଇଛି। ସରକାରୀ ବିଦ୍ୟାଳୟରେ ଶିକ୍ଷକ ନଥିଲେ, କାନ୍ଥ ଭାଙ୍ଗି ଯାଇଥିଲା। ହେଲେ ଆମେ ଉନ୍ନତମାନର ବିଦ୍ୟାଳୟ ତିଆରି କଲୁ। ମଧ୍ୟପ୍ରଦେଶର ସରକାରୀ ବିଦ୍ୟାଳୟଗୁଡ଼ିକୁ ମଧ୍ୟ ଆମେ ଉନ୍ନତି କରିବୁ। ଆଜି ଗରିବଙ୍କ ପିଲାମାନେ ଦିଲ୍ଲୀରେ ଡାକ୍ତର ଏବଂ ଇଞ୍ଜିନିୟର ହେଉଛନ୍ତି। ସେଠାରେ ସମାନ ଶିକ୍ଷା ମିଳୁଛି। ଏଠିବି ଆମେ ବ୍ୟବସ୍ଥା କରିବୁ ବୋଲି କେଜରିୱାଲ୍ କହିଛନ୍ତି।

ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ‘ଦିଲ୍ଲୀରେ ସମସ୍ତଙ୍କ ଚିକିତ୍ସା ମାଗଣା। ଆପଣଙ୍କର ସମସ୍ତ ଔଷଧ ଏବଂ ଚିକିତ୍ସା ମାଗଣା, ପ୍ରତ୍ୟେକ ରାସ୍ତାରେ ମହଲା କ୍ଲିନିକ୍। ମଧ୍ୟପ୍ରଦେଶରେ ମହଲା କ୍ଲିନିକ୍ ଏବଂ ସରକାରୀ ଡାକ୍ତରଖାନା ମଧ୍ୟ ନିର୍ମାଣ ହେବ। ଚିକିତ୍ସା ଓ ଔଷଧ ସବୁ ମାଗଣା ହେବ। ଫୋର୍ଟିସ୍ , ମ୍ୟାକ୍ସ ଠାରୁ ବି ଜବରଦସ୍ତ ହସ୍ପିଟାଲ ତିଆରି କରିବୁ ବୋଲି କେଜରିୱାଲ୍ କହିଛନ୍ତି।

ପଢନ୍ତୁ-୨୦୨୪ ନିର୍ବାଚନ ପାଇଁ ଜାତୀୟ ସ୍ତରରେ ପରିବର୍ତ୍ତନ କଲା କଂଗ୍ରେସ: CWCରେ ସାମିଲ୍ ହେଲେ ସଚିନ ପାଇଲଟ ଓ ଶଶି ଥରୁର

ରୋଜଗାର ପ୍ରତିଶ୍ରୁତି

ଆମ୍‌ ଆଦ୍‌ମି ପାର୍ଟି ଦାବି କରୁଛି ଯେ ଦିଲ୍ଲୀରେ ୧୨ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇଛି। ମଧ୍ୟପ୍ରଦେଶରେ ରୋଜଗାର ଯୋଗାଇବାକୁ ଚେଷ୍ଟା କରିବୁ। ଚାକିରି ନ ମିଳିବା ପର୍ଯ୍ୟନ୍ତ ମାସକୁ ୩୦୦୦ ଟଙ୍କା ବେରୋଜଗାରି ଭତ୍ତା ମଧ୍ୟ ଦିଆଯିବ। ଆପଣଙ୍କୁ ସରକାରୀ ଚାକିରି ପାଇଁ ଟଙ୍କା ଦେବାକୁ ପଡ଼ୁଛି? ଆମେ ସବୁ ବନ୍ଦ କରିବୁ। ଲାଞ୍ଚ କି ସୁପାରିଶ ନାହିଁ। ସବୁ ଦୁର୍ନୀତି ବନ୍ଦ କରିବୁ ବୋଲି କେଜରିୱାଲ ଘୋଷଣା କରିଛନ୍ତି।

ସେହିପରି ବୟସ୍କଙ୍କ ପାଇଁ ମାଗଣା ତୀର୍ଥ ଯାତ୍ରା ବ୍ୟବସ୍ଥା ଓ ସହ ସେବା ବେଳେ ସହିଦ ହେଲେ ଉଭୟ ପୁଲିସ ଓ ସେନା ଯବାନଙ୍କ ପରିବାରକୁ ଏକ କୋଟି ଟଙ୍କାର ସହାୟତା ଦିଆଯିବ ବୋଲି କେଜରିୱାଲ୍ ଘୋଷଣା କରିଛନ୍ତି। ସେହିପରି ବ୍ଲଗ୍‌ ଗ୍ରାଣ୍ଟ ସରକାରୀ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ସରାକାରୀ କରାଯିବ ବୋଲି ଆପ୍ ଘୋଷଣା କରିଛି। ଜାଲିଆୟି ଓ ଦୁର୍ନୀତି ଟଙ୍କା ଜବତ କରି ଏହିସବୁ ବିକାଶ କାର୍ଯ୍ୟ ହେବ ବୋଲି କେଜରିୱାଲ୍ କହିଛନ୍ତି।

ଏହି ଖବରଟିକୁ ବି ପଢନ୍ତୁ- ଚୀନ୍‌ ଉପରେ ରାହୁଲଙ୍କ ବୟାନକୁ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲଙ୍କ ବିରୋଧ, ଜାଣନ୍ତୁ କହିଲେ କ’ଣ?

   Related Posts