ନୂଆଦିଲ୍ଲୀ ୭।୧: ଆମ ଆଦମୀ ପାର୍ଟି (ଆପ୍) ଶନିବାର ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର (ଏଲଜି)ଙ୍କ ବାସଭବନ ବାହାରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛି। ଏଥିରେ ନଗରନିଗମ ସଦନରେ ନିର୍ବାଚିତ କାଉନସିଲରଙ୍କ ପୂର୍ବରୁ ଏଲଜିଙ୍କ ଦ୍ୱାରା ନାମିତ ୧୦ କାଉନସିଲରଙ୍କ ଶପଥପାଠକୁ ବିରୋଧ କରିଛନ୍ତି। ଏଲଜି ସମ୍ବିଧାନକୁ ନଷ୍ଟ କରୁଥିବାର ପାର୍ଟି ଅଭିଯୋଗ କରିଛି। ମହାପୌର ଓ ଉପ ମହାପୌର ନିର୍ବାଚନ ଲାଗି ଏହା ଏଲଜିଙ୍କ ଗୁପ୍ତ ଚାଲ ବୋଲି କହିଛି।
{"id":730264,"sizeSlug":"full","linkDestination":"none"}ଏଲଜି ଭି.କେ. ସକ୍ସେନା ୬ ଜାନୁୟାରୀ ମହାପୌର ନିର୍ବାଚନ ପୂର୍ବରୁ ମଙ୍ଗଳବାର ଦିଲ୍ଲୀ ନଗରନିଗମ (ଏମସିଡି) ଲାଗି ୧୦ ‘ଏଲ୍ଡରମ୍ୟାନ’ ନୋମିନେସନ କରିଥିଲେ। ଏଲଜି ନାମିତ କରିଥିବା ସବୁ ଏଲ୍ଡରମ୍ୟାନ ବିଜେପିର ଥିଲେ। ତେବେ ଏ ସମ୍ପର୍କରେ ଦିଲ୍ଲୀ ସରକାରଙ୍କୁ ନ ଜଣାଇ ନଗରନିଗମ ଏଲଜିଙ୍କ ନିକଟକୁ ପଠାଇଥିଲା। ଯାହାକୁ ଆପ୍ ଏମସିଡିରେ ଶୁକ୍ରବାର ବିରୋଧ କରିଥିଲା। ଏହାକୁ ନେଇ ଆପ୍ ନେତାମାନେ ପୋଷ୍ଟର ଓ ବ୍ୟାନର ନେଇ ଶନିବାର ସିଭିଲ ଲାଇନ୍ସ ସ୍ଥିତ ରାଜନିବାଶ ବାହାରେ ଠୁଳ ହେବା ସହ ଏଲଜିଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି।
{"id":730265,"sizeSlug":"full","linkDestination":"none"}ବରିଷ୍ଠ ଆପ ନେତା ଆତିଶ ଲେଫ୍ଟନାଣ୍ଟ ଗଭର୍ଣ୍ଣର ସମ୍ବିଧାନକୁ ନଷ୍ଟ କରିବା ସହ ଦିଲ୍ଲୀ ନଗରନିଗମ ଅଧିନିୟମର ମଧ୍ୟ ବିରୁଦ୍ଧାଚାରଣ କରୁଥିବା ଅଭିଯୋଗ କରିଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି ଯେ ଏଲଜି ଦିଲ୍ଲୀ ସରକାରଙ୍କୁ କଣଠେସା କରି ୧୦ ଏଲ୍ଡରମ୍ୟାନଙ୍କୁ ନାମିତ କରିଛନ୍ତି। ସେହିପରି ପୀଠାସୀନ ଅଧିକାରୀ ଭାବେ ସବୁଠୁ ବରିଷ୍ଠ କାଉନସିଲରଙ୍କୁ ନାମିତ କରିନଥିଲେ। ସେହିପରି ଏଲ୍ଡରମ୍ୟାନଙ୍କୁ ମତଦାନ ଅଧିକାର ଦେବାର ମଧ୍ୟ ହୀନ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ କରିଛନ୍ତି। ଏଣୁ ଏଲଜିଙ୍କୁ ଏହି ସବୁ ପ୍ରଶ୍ନର ଉତ୍ତର ଦେବାକୁ ହେବ ବୋଲି ସେ ଦାବି କରିଛନ୍ତି।