scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରାଜ୍ୟସଭାରୁ ନିଲମ୍ବିତ ହେଲେ ଆପ୍ ସାଂସଦ ସଞ୍ଜୟ ସିଂହ

24/07/2023 at 5:04 PM

ନୂଆଦିଲ୍ଲୀ: ରାଜ୍ୟସଭାରେ ଚଳିତ ମୌସୁମୀ ଅଧିବେସନର ବାକିଥିବା ସମସ୍ତ କାର୍ଯ୍ୟ ଦିବସରୁ ନିଲମ୍ବିତ ହେଲେ ଆପ୍ ସାଂସଦ ସଞ୍ଜୟ ସିଂହ। ମଣିପୁର ହିଂସାକୁ ନେଇ ବିରୋଧୀ ଧଳର ହଙ୍ଗାମା ପରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼ ସଞ୍ଜୟ ସିଂହଙ୍କୁ ନିଲମ୍ବିତ କରିଛନ୍ତି।

ମଣିପୁର ଭାଇରାଲ ଭିଡିଓ ଘଟଣାରେ ବିରୋଧୀ ଦଳଗୁଡ଼ିକ ରାଜ୍ୟସଭାରେ ଆନ୍ଦୋଳନ କରୁଥିଲେ। ପ୍ରଧାନମନ୍ତ୍ରୀ ସଂସଦରେ ମୁହଁ ଖୋଲନ୍ତୁ ବୋଲି ବିରୋଧୀମାନେ ଦାବି କରିଥିଲେ। ତେବେ ସଞ୍ଜୟ ସିଂହଙ୍କୁ ଅଶୋଭନୀୟ ଆଚରଣ ପାଇଁ ରାଜ୍ୟସଭାର ବାକି ସମସ୍ତ ଅଧିବେଶନରୁ ନିଲମ୍ବିତ କରାଯାଇଛି।

ଏଥିପାଇଁ ସଂସଦ(ଲିଡର ଅଫ୍‌ ଦ ହାଉସ) ନେତା ପିୟୁଷ ଗୋୟଲ ପ୍ରସ୍ତାବ ଆଣିଥିଲେ। ଏହାପରେ ମୌଖିକ ଭୋଟ୍‌ରେ ପ୍ରସ୍ତାବ ପାସ୍ କରାଯାଇଥିଲା। ଫଳରେ ସଂଞ୍ଜୟ ସିଂହଙ୍କୁ ଚଳିତ ମୌସୁମୀ ଅଧିବେସନରୁ ବାକି ସମସ୍ତ  କାର୍ଯ୍ୟ ଦିବସରୁ ନିଲମ୍ବିତ କରାଯାଇଛି। ତେବେ ପ୍ରସ୍ତାବ ଆଣିବା ପୂର୍ବରୁ ରାଜ୍ୟସଭା ଅଧ୍ୟକ୍ଷ ସଞ୍ଜୟ ସିଂହଙ୍କୁ ଚେତାବନୀ ବି ଦେଇଥିଲେ। ସଞ୍ଜୟକୁ ନିଲମ୍ବନ କରିବା ପରେ ବି ଗୃହରେ ବିରୋଧୀଙ୍କ ହଙ୍ଗାମା ଥମି ନଥିଲା। ଫଳରେ ଅଧ୍ୟକ୍ଷ ରାଜ୍ୟସଭାକୁ ଦିନ ୨ଟ ପର୍ଯନ୍ତ ସ୍ଥଗିତ ରଖିଥିଲେ।

ପଢ଼ନ୍ତୁ-‘ଗେହଲଟ ସରକାରଙ୍କ ସବୁ କଳା-କାରନାମା ଏଥିରେ ଅଛି’, ଲାଲ୍ ଡାଏରୀ ଦେଖାଇ କହିଲେ ପୂର୍ବତନ ମନ୍ତ୍ରୀ   

କଣ ଘଟିଲା ରାଜ୍ୟସଭାରେ ?

ଆଜି ଦିନ ୧୨ଟାରେ ବେଳେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ନେତାମାନେ ଛିଡ଼ା ହୋଇ ମଣିପୁର ଖବରରେ ସ୍ଲୋଗାନ ଦେଇଥିଲେ। ସଂସଦରେ ପ୍ରଧାନମନ୍ତ୍ରୀଙ୍କ ବୟାନ ଦାବି କରିଥିଲେ। ବିରୋଧ ପରେ ଚେୟାରମ୍ୟାନ୍‌ ପ୍ରଶ୍ନକାଳ ଆରମ୍ଭ କରିଥିଲେ। କିଛି ସମୟ ପ୍ରଶ୍ନକାଳ ଚାଲିବା ପରେ ସଞ୍ଜୟ ସିଂହ ଗୃହର ମଧ୍ୟ ଭାଗକୁ ଆସି ଅଧ୍ୟକ୍ଷଙ୍କୁ ଆଙ୍ଗଳି ନିର୍ଦ୍ଦେଶ କରି ସ୍ଲୋଗାନ ଦେଇଥିଲେ। ଏହାପରେ ପିୟୂଷ ଗୋୟଲ ନିଲମ୍ବିତ ପ୍ରସ୍ତାବ ଆଣିଥିଲେ। ଶେଷରେ ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ଧନଖର ଏହାକୁ ଅନୁମତି ଦେବା ସହି ନିଲମ୍ବନ ନିର୍ଦ୍ଦେଶ ଘୋଷଣା କରିଥିଲା।

ସଞ୍ଜୟ ସିଂହଙ୍କ ନିଲମ୍ବନକୁ ବିରୋଧ କରିଥିଲେ ଆପ ରାଜ୍ୟସଭା ସାଂସଦ ସୌରଭ ଭରଦ୍ୱାଜ। ସତ କହି ସଞ୍ଜୟ ନିଲମ୍ବିତ ହେଲେ କିଛି ଅସୁବିଧା ନାହିଁ ସେଥିପାଇଁ ଆମର ଆଇନ ବିଭାଗ ଅଛି। କିନ୍ତୁ ଏହା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ଶ୍ରୀ ଭରଦ୍ୱାଜ କହିଥିଲେ।

ପଢ଼ନ୍ତୁ-ସଂସଦରେ ମଣିପୁର ହିଂସା ଝଡ଼; ଗୃହରେ ପ୍ରଧାନମନ୍ତ୍ରୀ ବିବୃତ୍ତି ରଖିବାକୁ ବିରୋଧୀଙ୍କ ଦାବି

   Related Posts