scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆପ୍ ସାଂସଦ ରାଘବ ଚଡ୍ଡାଙ୍କ ନିଲମ୍ବନ ନିର୍ଦ୍ଦେଶ ପ୍ରତ୍ୟାହାର କଲେ ଜଗଦୀପ ଧନଖଡ଼

4/12/2023 at 4:27 PM

ନୂଆଦିଲ୍ଲୀ: ଆମ୍‌ ଆଦ୍‌ମୀ ସାଂସଦ ରାଘବ ଚଡ୍ଡାଙ୍କର ସନପେନ୍ସ ଅର୍ଡର ପ୍ରତ୍ୟାହାର କଲେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଢ଼। ସୋମବାର ବିଜେପି ସାଂସଦ ଜିଭିଏଲ୍ ନରସିହ୍ମା ରାଓ ଏନେଇ ପ୍ରସ୍ତାବ ଆଣିଥିଲେ। ରାଜ୍ୟ ସଭାରେ ବିଜେପି ସାଂସଦ କହିଥିଲେ ଯେ ନିଲମ୍ବିତ ହେବା ପରେ ଆପ୍‌ ସାଂସଦ ଯାହା ଭୋଗିଲେଣି ତାହା ତାଙ୍କ ପାଇଁ ଯଥେଷ୍ଟ ଶାସ୍ତି। ଏହାପରେ ରାଜ୍ୟସଭା ଅଧ୍ୟକ୍ଷ ଧନଖଡ଼ ଚଡ୍ଡାଙ୍କ ଉପରୁ ନିଲମ୍ବନ ନିର୍ଦ୍ଦେଶ ପ୍ରତ୍ୟାହାର କରିଥିଲେ।

ସେପଟେ ନିଲମ୍ବନ ନିର୍ଦ୍ଦେଶ ପ୍ରତ୍ୟାହାର ହେବା ପରେ ଖୁସୀ ବ୍ୟକ୍ତ କରିଛନ୍ତି ଆପ୍ ସାଂସଦ ରାଘବ ଚଡ୍ଡା। ଏନେଇ ସେ ସୁପ୍ରିମକୋର୍ଟ ଓ ରାଜ୍ୟସଭା ଚେୟାରମ୍ୟାନ୍ ଜଗଦୀପ ଧନଖଡ଼ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି “ଏହି ୧୧୫ ଦିନର ନିଲମ୍ବନ ସମୟରେ, ମୁଁ ଆପଣଙ୍କଠାରୁ ବହୁତ ଭଲପାଇବା ଏବଂ ଆଶୀର୍ବାଦ ପାଇଛି। ଆପଣମାନେ ସମସ୍ତେ ମୋତେ ମୋର ସଂଗ୍ରାମରେ ଯୁଦ୍ଧ କରିବାକୁ ସାହସ ଦେଇଛନ୍ତି।”

ସୂଚନା ଥାଉକି ଅଗଷ୍ଟ ୧୧ ତାରିଖରେ ରାଭବ ଚଡ୍ଡାକୁ ନିଲମ୍ବନ କରାଯାଇଥିଲା। ସାଂସଦମାନଙ୍କ ଠାରୁ ଅନୁମତି ନ ନେଇ ଦିଲ୍ଲୀର ଜାତୀୟ ରାଜଧାନୀ ଅଞ୍ଚଳ (ସଂଶୋଧନ) ବିଲ୍‌ରେ ପ୍ରସ୍ତାବ କମିଟିରେ ସେମାନଙ୍କୁ ସାମିଲ୍ କରାଯାଇଥିଲା। ମୌସୁମୀ ଅଧିବେଶନ ଶେଷ ଦିନରେ ତାଙ୍କୁ ନିଲମ୍ବନ କରାଯାଇଥିଲା। ନିୟମର ଉଲ୍ଲଂଘନ,ରାଜ୍ୟ ସଭା ମର୍ଯ୍ୟାଦା ଉଲ୍ଲଂଘନ, ରାଜ୍ୟସଭା ବିଶେଷାଧିକାର ଉଲ୍ଲଂଘନ ଆଦି ଯୋଗୁ ତାଙ୍କୁ ନିଲମ୍ବିତ କରାଯାଇଥିଲା।

ନିଲମ୍ବନ ନିର୍ଦ୍ଦେଶ ନେଇ ଶ୍ରୀ ଚଡ୍ଡା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ନିଲମ୍ବନ ମନମାନୀ ସ୍ୱେଚ୍ଛାଚାରିତା ବୋଲି ଚଡ୍ଡା ଅଭିଯୋଗ କରିଥିଲେ। ଘଟଣାକୁ ନେଇ ସୁପ୍ରିମକୋର୍ଟ ଚିନ୍ତା ବ୍ୟକ୍ତ କରିଥିଲେ। କୌଣସି ସାଂସଦଙ୍କ ଅସ୍ଥାୟୀ ଭାବେ ନିଲମ୍ବିତ କରିବା ସାଂସଦ ପ୍ରତିନିଧିତ୍ୱ କରୁଥିବା ଲୋକଙ୍କ ଅଧିକାରର ଉଲ୍ଲଂନ ବୋଲି ସୁପ୍ରିମ କୋର୍ଟ କହିଥିଲେ।   

   Related Posts