scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରାଜ୍ୟସଭାରୁ ସସ୍‌ପେଣ୍ଡ୍‌ ହେଲେ ଆପ୍ ସାଂସଦ ରାଘବ ଚଡ୍ଡା, ପ୍ରସ୍ତାବ ଉପରେ ବିବାଦ ପରେ ନିଆଗଲା ଆକ୍ସନ

11/08/2023 at 5:06 PM

Raghav Chaddha

ନୂଆଦିଲ୍ଲୀ, ୧୧/୦୮: ଆମ୍‌ ଆଦମୀ ପାର୍ଟି (ଆପ୍) ସାଂସଦ ରାଘବ ଚଡ୍ଡାଙ୍କୁ ଶୁକ୍ରବାର ରାଜ୍ୟସଭାରୁ ନିଲମ୍ବିତ କରାଯାଇଛି। ଦିଲ୍ଲୀ ସେବା ବିଲ୍‌ ସହ ଜଡ଼ିତ ରାଘବଙ୍କ ଏକ ପ୍ରସ୍ତାବ ଉପରେ ବିବାଦ ପରେ ଏହି ଆକ୍ସନ ନିଆଯାଇଛି। ଏହି ମାମଲା ଏକ ସ୍ବତନ୍ତ୍ର କମିଟିକୁ ପଠାଯାଇଥିଲା। ଅବଶ୍ୟ ଏହା ପୂର୍ବରୁ ଆପ୍‌ ସାଂସଦ ରାଘବ ଚଡ୍ଡା ଗୁରୁବାର ତାଙ୍କ ଉପରେ ଆସିଥବା ଅଭିଯୋଗକୁ ନେଇ ବିଜେପିକୁ ଟାର୍ଗେଟ କରିଥିଲେ। ଚଡ୍ଡା କହିଥିଲେ ‘‘ବିଜେପି ସେହି କାଗଜ ଦେଖାଉ ଯେଉଁଥିରେ ହସ୍ତାକ୍ଷର ନିଆଯାଉଥିବା କହୁଛି।’’

ପ୍ରକୃତରେ ପାଞ୍ଚ ସାଂସଦ ଅଭିଯୋଗ ଆଣିଥିଲେ ଯେ, ରାଘବ ଚଡ୍ଡା ସେମାନଙ୍କ ବିନା ସହମତିରେ ପ୍ରସ୍ତାବିତ ପ୍ୟାନେଲରେ ତାଙ୍କ ନାମ ଯୋଡ଼ିଛନ୍ତି । ସଭାପତି ଜଗଦୀପ ଧନଖଡ଼ ବୁଧବାର ସାଂସଦଙ୍କ ଅଭିଯୋଗର ଯାଞ୍ଚ, ସ୍ବତନ୍ତ୍ର କମିଟିକୁ ପଠାଇଥିଲେ। କମିଟି ସଭାପତିଙ୍କୁ ଚଡ୍ଡାଙ୍କ ଦ୍ବାରା ସ୍ବତନ୍ତ୍ର ବିଶେଷାଧିକାର ହନନର ଅଭିଯୋଗ ମିଳିଥିଲା।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସେବା ବିଧେୟକ ଅଧ୍ୟାଦେଶଠାରୁ ମଧ୍ୟ ଅଧିକ ବିପଦଜନକ : ରାଘବ ଚ଼ଡ୍ଡା

କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲ କହିଥିଲେ ଯେ, ସହମତି ବିନା ସାଂସଦଙ୍କ ନାମକୁ ଚୟନ କମିଟିର ପ୍ରସ୍ତାବରେ ସାମିଲ୍‌ କରି ରାଘବ ଚଡ୍ଡା ଗୃହର ମର୍ଯ୍ୟାଦାର ଅବମାନନା କରିଛନ୍ତି। ସାଂସଦମାନଙ୍କ ବିଶେଷାଧିକାରର ହନନ କରିଛନ୍ତି। ସଂସଦ ବାହାରେ ଗଣମାଧ୍ୟମ ସମ୍ମିଳନୀରେ ପୀୟୁଷ ଗୋଏଲ କହିଛନ୍ତି ରାଘବ ଚଡ୍ଡାଙ୍କୁ ରାଜ୍ୟସଭାରେ ସସପେଣ୍ଡ କରିବା ପାଇଁ ରାଜ୍ୟସଭାରେ ପ୍ରସ୍ତାବି ପାରିତ ହୋଇଥିଲା। ଯାଞ୍ଚ କମିଟିର ରିପୋର୍ଟ ଆସିବା ପର୍ଯ୍ୟନ୍ତ ନିଲମ୍ବନ ଜାରି ରହିବ। କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି ‘‘ନିଲମ୍ବିତ ସାଂସଦ ସଞ୍ଚୟ ସିଂହଙ୍କୁ ଅର୍ମଯ୍ୟାଦିତ ବ୍ୟବହାର କାରଣରୁ ନିଲମ୍ବିତ କରାଯାଇଛି।

   Related Posts