ଦିଲ୍ଲୀରେ ବସ୍ତି ଉଚ୍ଛେଦକୁ ବିରୋଧ କରି ବସ୍ତି ବାସିନ୍ଦାଙ୍କ ସହ ବିଜେପି ସାଂସଦଙ୍କ ଘର ସାମ୍ନାରେ ଧାରଣା ଦେଲା ଆପ୍
21/01/2023 at 4:58 PM

ନୂଆଦିଲ୍ଲୀ: ତୁଗଲକବାଦ ଭଳି ଦକ୍ଷିଣ ଦିଲ୍ଲୀ ଏରିଆରେ ସରକାରୀ ଉଚ୍ଛେଦ ଜାରି ରହିଛି। ଏହାକୁ ବିରୋଧ କରିଛନ୍ତି ବସ୍ତି ବାସିନ୍ଦା ଓ ଆପ୍ ସରକାର। ଏହାକୁ ନେଇ ଆଜି ବସ୍ତିବାସିନ୍ଦାଙ୍କ ସହ ଆପ ସରକାର ବିଧାୟକ ଓ ମନ୍ତ୍ରୀମାନେ ଦିଲ୍ଲୀର ଲୋଧି ରୋଡ୍ରେ ଥିବା ବିଜେପି ସାଂସଦ ରମେଶ ବିଧୁରୀଙ୍କ ବାସବଭବନରେ ସାମ୍ନାରେ ବିକ୍ଷୋଭ କରିଛନ୍ତି।
ଆପ୍ ବିଧାୟକ ଅତିଶୀ, ମଦନ ଲାଲ୍, କଟର ସିଂହ ତନୱାର ଏବଂ ସହିରାମ ପହଲୱାନ ଆଦି ଉଚ୍ଛେଦକୁ ବିରୋଧ କରି ଆନ୍ଦୋଳନ କରିଛନ୍ତି। ବସ୍ତି ବାସିନ୍ଦାମାନେ ପ୍ଲାକାର୍ଡ ଧରି ଆନ୍ଦୋଳନ କରିଛନ୍ତି। ଯେଉଁଥିରେ ଲେଖାଯାଇଛି-ବିଜେପି ତୁମକୁ ଲାଜ ଲାଗିବା ଦରକାର, ଉଚ୍ଛେଦ ବନ୍ଦ କର।
ଏହି ଖବର ପଢନ୍ତୁ- ହୋଟେଲ୍ରେ ଭୀଷଣ ଅଗ୍ନିକାଣ୍ଡ, ଚାଲିଛି ନିଆଁଲିଭା କାମ…
ଏମ୍ସିଡି ନିର୍ବାଚନ ପୂର୍ବରୁ ବିଜେପି ବସ୍ତି ବାସିନ୍ଦାମାନଙ୍କୁ ଫ୍ଲାଟ୍ ଦେବାକୁ ଘୋଷଣା କରିଥିଲା। ହେଲେ ଏବେ ତାଙ୍କ ଘର ଭାଙ୍ଗିଦେବାକୁ ନୋଟିସ୍ ପଠାଉଛି ବୋଲି ଆପ୍ ବିଧାୟିକା ଅତିଶୀ କହିଛନ୍ତି। ତୁଗଲକବାଦବାସିନ୍ଦାମାନଙ୍କୁ ମଧ୍ୟ ସମାନ ନୋଟିସ୍ ପଠାଯାଇଛି। ୧୫ ଦିନ ଭିତରେ ଘର ଖାଲି କରିବାକୁ ସେମାନଙ୍କୁ ନୋଟିସ୍ରେ କୁହାଯାଇଥିବା ଆପ୍ ବିଧାୟିକା ଅତିଶୀ କହିଛନ୍ତି।