ବିଧାନସଭାରେ ଟଙ୍କା ବିଡ଼ା ଦେଖାଇଲେ ଆପ୍ ବିଧାୟକ, କହିଲେ ମତେ ଦିଆଯାଉଥିଲା ଲାଞ୍ଚ

Published By : Prameya-News7 Bureau | January 18, 2023 IST

ନୂଆଦିଲ୍ଲୀ, ୧୮/୦୧: ବିଧାନସଭାରେ ଟଙ୍କା ବିଡ଼ା ଦେଖାଇଲେ ବିଧାୟକ। ଦିଲ୍ଲୀ ବିଧାନସଭାରେ ଏଭଳି ଟଙ୍କା ବିଡ଼ା ଦେଖାଉଥିବାର ନଜର ଆସିଛନ୍ତି ଆମ୍ ଆଦମୀ ପାର୍ଟୀ ବିଧାୟକ ମୋହିନ୍ଦର ଗୋୟଲ। ବୁଧବାର ବିଧାନସଭାରେ ଲାଞ୍ଚରେ ମିଳିଥିବା ଟଙ୍କା ବିଡ଼ା ଦେଖାଇ କିଛି ଗୁରୁତର ଅଭିଯୋଗ ଆଣିଛନ୍ତି।

ମୋହିନ୍ଦର ଗୋୟଲଙ୍କ ଅନୁଯାୟୀ, ବାବା ସାହେବ ଆମ୍ବେଦକର ହସ୍ପିଟାଲରେ ନର୍ସିଂ ତଥା ଅନ୍ୟ ପଦରେ ଭର୍ତ୍ତି ପାଇଁ ଟେଣ୍ଡର ହୋଇଥାଏ। ସରକାରୀ ନିୟମ ରହିଛି ୮୦ ପ୍ରତିଶତ ପୁରୁଣା କର୍ମଚାରୀଙ୍କୁ ରଖିବାକୁ ହୋଇଥାଏ। କିନ୍ତୁ ଏମିତି ହୋଇନଥାଏ। ଏଥିରେ ବଡ଼ ଆକାରର ଟଙ୍କା କାରବାର ହୋଇଥାଏ। ଏମିତିକି ଚାକିରି ହେବା ପରେ ବି କର୍ମଚାରୀଙ୍କୁ ପୂରା ଟଙ୍କା ମିଳିନଥାଏ। ଠିକାଦାର ସେଥିରୁ ଅନେକ ଟଙ୍କା ନିଜେ ନେଇଯାନ୍ତି।

ସେ କହିଛନ୍ତି‌, ‘କର୍ମଚାରୀମାନେ ଏହାକୁ ନେଇ ଧାରଣାରେ ବସିଥିଲେ, କିନ୍ତୁ ସେମାନଙ୍କ ସହ ମାରପିଟ୍ ହୋଇଥିଲା। ମୁଁ ଏହାକୁ ନେଇ ଡିସିପିଙ୍କୁ ଅଭିଯୋଗ କରିଥିଲି। ସିଏସ ଏବଂ ଏଲଜିଙ୍କୁ ମଧ୍ୟ ଅଭିଯୋଗ କରିଥିଲି। କିନ୍ତୁ ସେମାନେ ମତେ ଲାଞ୍ଚ ଦେବାକୁ ଚେଷ୍ଟା କରିଥିଲି। ମତେ ବି ସାମିଲ୍ କରିବାକୁ ଚେଷ୍ଟା କରାଯାଇଥିଲା। ଏମିତିକି ମତେ ୧୫ ଲକ୍ଷ ଟଙ୍କା ଲାଞ୍ଚ ଭାବରେ ଦିଆଯାଇଥିଲା। ମୁଁ ସେହି ଟଙ୍କା ନେଇ ଦିଲ୍ଳୀ ପୋଲିସ୍‌, ଏସିବି, ଏଲଜି ସମସ୍ତଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ କହିଥିଲି। କିନ୍ତୁ କିଛି ହୋଇନାହିଁ। ଏଥିପାଇଁ ଆଜି ମତେ ସେହି ଟଙ୍କା ଦେଖାଇଛି। ମୁଁ ଏହା ମଧ୍ୟ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛି।’ ତେଣୁ ଏହି ମାମଲାର ନିରପେକ୍ଷ ଯାଞ୍ଚ ହେବା ଦରକାର ବୋଲି କହିଛନ୍ତି ମୋହିନ୍ଦର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.