ଗରିବଲୋକଙ୍କୁ ଖାଦ୍ୟ ବାଣ୍ଟୁଥିଲେ ଆପ୍ ବିଧାୟକଙ୍କ ପ୍ରତିନିଧି, କରୋନା ପରୀକ୍ଷା ରିପୋର୍ଟ ଆସିଲା ପଜିଟିଭ୍

Published By : Prameya-News7 Bureau | April 27, 2020 IST

ନୂଆଦିଲ୍ଲୀ ୨୭।୪: ଦିଲ୍ଲୀର ଆମ୍ ଆଦମୀ ପାର୍ଟି (AAP)ର ମହରୁଲି ବିଧାୟକ ନରେଶ ଯାଦବଙ୍କ ଦୁଇଜଣ ପ୍ରତିନିଧି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଦେଶରେ କରୋନା ଭାଇରସ୍ ବିସ୍ତାରକୁ ରୋକିବା ପାଇଁ ଲକ୍ ଡାଉନ୍ ଜାରି ରହିଛି । କରୋନା ପ୍ରଭାବିତ ଅଞ୍ଚଳକୁ ସିଲ୍ କରାଯାଇଛି । ଏଭଳି ପରିସ୍ଥିତିରେ ଆମ୍ ଆଦମୀ ପାର୍ଟିର ବିଧାୟକ ଲକ୍ ଡାଉନ୍ ସମୟରେ ଗରିବ ଏବଂ ଶ୍ରମିକମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ।

ବିଧାୟକ ନରେଶ ଯାଦବଙ୍କ ପ୍ରତିନିଧୀମାନେ ଅଞ୍ଚଳର ଅଭାବୀ ଲୋକଙ୍କୁ ଖାଦ୍ୟ ବଣ୍ଟନ କରୁଥିଲେ । ମହରୁଲିର ପହଲଓ୍ବାନା ଢାବା ଆଖପାଖ ଅଞ୍ଚଳ ଯେଉଁଠାରେ ପ୍ରାୟ ୧୦୦୦-୧୫୦୦ ଘର ରହିଛି ତାହା କଣ୍ଟେନମେଣ୍ଟ ଜୋନରେ ଅଛି । ବିଧାୟକ ନରେଶ ଯାଦବଙ୍କ ପ୍ରତିନିଧୀମାନେ ଏହି ଅଞ୍ଚଳରେ ଅଭାବୀ ଲୋକଙ୍କୁ ଖାଦ୍ୟ ବଣ୍ଟନ କରୁଥିଲେ । ସୋମବାର ଦିନ ସେହି ପ୍ରତିନିଧୀମାନଙ୍କର କରୋନା ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଛି ।

ଦିଲ୍ଲୀ କରୋନା ଭାଇରସ୍ ସଂକ୍ରମଣ ବଢୁଥିବାରୁ ବିଭିନ୍ନ ଅଞ୍ଚଳକୁ କଣ୍ଟେଣ୍ଟମେଣ୍ଟ ଜୋନ୍ ରେ ରଖାଯାଉଛି ।  ଦିଲ୍ଲୀର ହଟସ୍ପଟ୍-କଣ୍ଟେନମେଣ୍ଟ ଜୋନ୍ ସଂଖ୍ୟା ୯୭କୁ ବୃଦ୍ଧି ପାଇଛି । ଏହି ଅଞ୍ଚଳର ଲୋକଙ୍କ ଯାତାୟତ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ସମସ୍ତ ଦୋକାନ ବନ୍ଦ ରହିଛି ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ କରୋନା ଭାଇରସ୍ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢୁଛି । ରାଜଧାନୀରେ କରୋନା ରୋଗୀଙ୍କ ସଂଖ୍ୟା ୨୯୧୮କୁ ବୃଦ୍ଧି ପାଇଛି । କରୋନା ସଂକ୍ରମଣରେ ଏପର୍ଯ୍ୟନ୍ତ ୫୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮୭୭ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.