krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପଞ୍ଜାବରେ ହେବନି କୌଣସି ମେଣ୍ଟ, ଆପ୍‌ ମନ୍ତ୍ରୀ କହିଲେ ସବୁ ଆସନରେ ଲଢ଼ିବେ ଏକାକୀ

6/09/2023 at 4:47 PM

Punjab AAP

ନୂଆଦିଲ୍ଲୀ: ବିରୋଧୀ I.N.D.I.A ମେଣ୍ଟ ୨୦୨୪ ଲୋକସଭା ନିର୍ବାଚନ ଏକାଠି ମିଶି ଲଢ଼ିବା ନେଇ ଘୋଷଣା କରିଛି । ହେଲେ ପଞ୍ଜାବରେ ସ୍ଥିତି କିଛି ଭିନ୍ନ ଦେଖିବାକୁ ମିଳିଛି। ଏଠାରେ ଉଭୟ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟୀ (ଆପ୍) ଏକାକୀ ଲଢ଼ିବା କଥା କହିଛନ୍ତି। ଏମିତିକି କୌଣସି ମେଣ୍ଟ କରି ନିର୍ବାଚନ ଲଢ଼ିବାକୁ ପଞ୍ଜାବ କଂଗ୍ରେସ ଏବଂ ଆପ୍ ବିରୋଧ କରିଛନ୍ତି। ପଞ୍ଜାବ ଆପ୍‌ ନେତା କଂଗ୍ରେସ ସହ କୌଣସି ପ୍ରକାରର ​‌ମେଣ୍ଟ କରିବାକୁ ମନା କରିଛନ୍ତି।

ବୁଧବାର ପଞ୍ଜାବ ଆପ୍‌ ନେତା ଅନମୋଲ୍‌ ଗଗନ ମାନ୍‌ କହିଛନ୍ତି ‘‘ରାଜ୍ୟରେ କଂଗ୍ରେସ ସହ କୌଣସି ମେଣ୍ଟ ହେବନାହିଁ । ଦଳ ଏକା ହିଁ ନିର୍ବାଚନ ଲଢ଼ିବ।’’ ସେ ଆହୁରି କହିଛନ୍ତି ‘‘ଜାତୀୟ ସ୍ତରରେ ମେଣ୍ଟ ଉପରେ ନିଷ୍ପତ୍ତି ହାଇ କମାଣ୍ଡ୍‌ ନେବ, କିନ୍ତୁ ଆପ୍‌ ନିଜ ଚିହ୍ନରେ ହିଁ ପଞ୍ଜାବର ସମସ୍ତ ୧୩ ସିଟ୍‌ରେ ନିର୍ବାଚନ ଲଢ଼ିବ। ରାଜ୍ୟରେ ଆମେ କଂଗ୍ରେସ ସହ କୌଣସି ଚୁକ୍ତି କରିବୁ ନାହିଁ।’’

ଆହୁରି ପଢ଼ନ୍ତୁ: ମୁମ୍ବାଇରେ ‘ଇଣ୍ଡିଆ’ ମେଣ୍ଟର ମନ୍ଥନ, ଶେଷ ଦିନରେ ହେବ ସିଟ୍ ସେୟାରିଂ ବୁଝାବଣା

ସେପଟେ ରାଜ୍ୟରେ କଂଗ୍ରେସ ମଧ୍ୟ ମେଣ୍ଟରେ ଲଢ଼ିବାକୁ ବିରୋଧ କରିଛି। ଅନେକ କଂଗ୍ରେସ ନେତା ଆପ୍ ସହ ମେଣ୍ଟ କରି ନିର୍ବାଚନ ଲଢ଼ିବାକୁ ବିରୋଧ କରିଛନ୍ତି। କଂଗ୍ରେସ ନେତାଙ୍କ ମେଣ୍ଟକୁ ବିରୋଧ କରିବାକୁ ନେଇ ରାଜ୍ୟ କଂଗ୍ରେସ ମୁଖ୍ୟ ଅମରିନ୍ଦର ସିଂହ ରାଜା ଓ୍ବାରିଙ୍ଗ କହିଛନ୍ତି ‘‘ଏପ୍ରସଙ୍ଗରେ ଦଳର ଜାତୀୟ ନେତୃବୃନ୍ଦ ନିଷ୍ପତ୍ତି ନେବେ।’’ ସେ କହିଛନ୍ତି ’’ଦଳରେ ଅନେକ ଅଛନ୍ତି ଯେଉଁମାନେ ଏହାକୁ ସମର୍ଥନ କରୁଛନ୍ତି ପୁଣି ଅନେକ ଏହାକୁ ବିରୋଧ କରୁଛନ୍ତି। ଏହା ଦଳର ଅନ୍ତରୀଣ ମାମଲା। ଆମେ ଏନେଇ ଆମର ନେତାଙ୍କ ସହ ଆଲୋଚନା କରିବୁ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍‌ ଖଡଗେ ଏବଂ ରାହୁଲ ଗାନ୍ଧିୀ ଆମକୁ ସମସ୍ତ ୧୩ ଲୋକସଭା ସିଟ୍‌ରେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ରହିବାକୁ କହିଛନ୍ତି।’’ ସେପଟେ ପୂର୍ବତନ କଂଗ୍ରେସ ମୁଖ୍ୟ ନବଜୋତ୍ ସିଂହ ସିଦ୍ଧୁ ମଧ୍ୟ କହିଛନ୍ତି ଏହି ନିଷ୍ପତ୍ତି ହାଇକମାଣ୍ଡଙ୍କର ।

ସୂଚନାଥାଉକି, ମଙ୍ଗଳବାର ରାଜ୍ୟର କଂଗ୍ରେସ ନେତା ଆପ୍‌ ସହ କୌଣସି ମେଣ୍ଟ କରି ୨୦୨୪ ନିର୍ବାଚନ ଲଢ଼ିବାକୁ ବିରୋଧ କରିଥିଲେ। ଏନେଇ ଦଳର ସଦସ୍ୟ ରାଜ୍ୟ କଂଗ୍ରେସ ମୁଖ୍ୟ ଏବଂ ବିରୋଧୀ ଦଳ ନେତା ପ୍ରତାପ ସିଂହ ବାଜଓ୍ବାଙ୍କୁ ଜଣାଇଥିଲେ। ଏହାପୂର୍ବରୁ ସେପ୍ଟେମ୍ବର ୧ରେ ଇଣ୍ଡିଆ ମେଣ୍ଟ ମୁମ୍ବାଇ ବୈଠକରେ ୨୦୨୪ ଲୋକସଭା ନିର୍ବାଚନ ଏକାଠି ଲଢ଼ିବା ପାଇଁ ଘୋଷଣା କରିଥିଲେ। । ପଞ୍ଜାବରେ ୨୦୨୨ ମାର୍ଚ୍ଚରେ ଆପ୍‌, କଂଗ୍ରେସକୁ ହରାଇ ବିଜୟୀ ହୋଇଥିଲା। ସମୁଦାୟ ୧୧୭ ସିଟ୍‌ ବିଶିଷ୍ଟ ବିଧାନସଭାରୁ ୯୨ ସିଟ୍‌ରେ ଜିତିଥିଲା।

ଆହୁରି ପଢ଼ନ୍ତୁ: ୨ ଅକ୍ଟୋବରରେ ‘ଇଣ୍ଡିଆ’ ମେଣ୍ଟ ଆୟୋଜନ କରିବାକୁ ଯାଉଛି ବଡ଼ କାର୍ଯ୍ୟକ୍ରମ, ଜାଣନ୍ତୁ ସିଟ୍‌ ସେୟାରିଂ ନେଇ କ’ଣ କହିଲେ ନିତିଶ

   Related Posts