ନୂଆଦିଲ୍ଲୀ ୦୮।୦୨: ଆସନ୍ତା ୧୧ତାରିଖ, ମଙ୍ଗଳବାର କାହାର ହେବ ମଙ୍ଗଳ । କିଏ ମାରିବ ଦିଲ୍ଲୀ ବାଜି । ସରିଛି ଦିଲ୍ଲୀ ନିର୍ବାଚନ । ୧୧ରେ ମତଗଣନା । ଜଣା ପଡିବ ଦିଲ୍ଲୀରେ କିଏ ଗଢିବ ସରକାର । ତେବେ ମତଦାନ ପରେ ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ ରେଜଲ୍ଟ ଅନୁଯାୟୀ ଏଥର ଆମ ଆଦମୀ ପାର୍ଟି ଗଢିପାରେ ସରକାର । ଅରବିନ୍ଦ କେଜ୍ରିୱାଲ ହାଟ୍ରିକ କରିପାରନ୍ତି ଦିଲ୍ଲୀରେ ନୂଆ ସରକାର ଗଠନ ପାଇଁ ଭୋଟର ନିଷ୍ପତ୍ତି ନେଇ ସାରିଛନ୍ତି । ଇ.ଭି.ଏମ୍.ରେ ଭୋଟ୍ ସିଲ୍ ହୋଇଯାଇଛି । ଏବେ ଅପେକ୍ଷା ଭୋଟ୍ ଗଣତିକୁ । ଦିଲ୍ଲୀ ବାସିନ୍ଦା ଆପ୍ ଉପରେ ପୁଣି ଭରସା କରିଛନ୍ତି ନା ଦିଲ୍ଲୀ ସିଂହାସନରେ ନୂଆ ନେତା ଅଭିସିକ୍ତ ହେବେ ,ତାହା ୧୧ ତାରିଖରେ ଜଣାପଡ଼ିବ ।
ମତଦାନ ପରେ ପରେ ବିଭିନ୍ନ ସଂସ୍ଥା କରିଥିବା ଏକଜିଟ୍ ପୋଲରେ ପ୍ରାୟ ସମସ୍ତେ ପୂର୍ବାନୁମାନ କରିଛନ୍ତି ଏଥର ପୁଣି ଦିଲ୍ଲୀରେ ଝାଡୁ ଚାଲିବ। ପୁଣି କ୍ଷମତାକୁ ଫେରିବ ଆମ୍ ଆଦମି ପାର୍ଟି ଏବଂ ଅରବିନ୍ଦ କେଜରିୱାଲଙ୍କ ନେତୃତ୍ବାଧୀନ ଆମ୍ ଆଦମି ପାର୍ଟି । ପୁଣି ସରକାର ଗଠନ କରିବାକୁ ଯାଉଛି ଆପ୍। ୨୦୧୫ ଅପେକ୍ଷା ଏଥର ମତଦାନ ହାର କମ ରହିଥିବା ସୂଚନା ମିଳିଛି । ୨୦୧୫ରେ ୬୭ ପ୍ରତିଶତ ମତଦାନ ହୋଇଥିବା ବେଳେ ଏଥର କିନ୍ତୁ ପାଖପାଖି ୫୫ ପ୍ରତିଶତ ମତଦାନ ହୋଇଛି । ଆଉ ମତଦାନ ପରେ ବିଭିନ୍ନ ସଂସ୍ଥା କରିଥିବା ଏକଜିଟ୍ ପୋଲରେ ସଙ୍କେତ ମିଳିଛି ନିର୍ବାଚନରେ ଆଗୁଆ ରହିବ ଆମ୍ ଆଦମୀ ପାର୍ଟି।
{"id":222189,"sizeSlug":"large"}ନେତା ନ୍ୟୁଜ୍ ଏକ୍ସ କରିଥିବା ଏକଜିଟ୍ ପୋଲରେ ଆମ୍ ଆଦମୀ ପାର୍ଟି ୫୩ରୁ ୫୭, ବିଜେପି ୧୧ରୁ ୧୭ ଆସନରେ ବିଜୟୀ ହେବେ ଏବଂ କଂଗ୍ରେସ କୌଣସି ଆସନ ନ ପାଇପାରେ। ସେହିପରି ଟାଇମ୍ସ ନାଓ କରିଥିବା ପୂର୍ବାନୁମାନ ଅନୁସାରେ ଆପ୍ ୪୪, ବିଜେପି ୨୬ଟି ଆସନରେ ବିଜୟୀ ହୋଇପାରେ । ତେବେ କଂଗ୍ରେସ ଓ ଅନ୍ୟାନ୍ୟଙ୍କ ପାଇଁ ଟାଇମ୍ସ ନାଓ କିଛି ପୂର୍ବାନୁମାନ କରିନାହିଁ ।
ରିପବ୍ଲିକ୍ ଜନ୍ କି ବାତ୍ କରିଥିବା ଏକଜିଟ୍ ପୋଲ୍ ସରେ ଆମ୍ ଆଦମି ପାର୍ଟି ୪୮ରୁ ୬୧ ବିଜେପି ୯ ରୁ ୨୧, କଂଗ୍ରେସ ଅତିବେଶୀରେ ଗୋଟିଏ ଆସନ ଜିତିପାରେ । ଇଣ୍ଡିଆ ଟିଭି କରିଥିବା ଏକଜିଟ୍ ପୋଲରେ ଆମ ଆଦମି ପାର୍ଟି ୪୪ ଆସନ ଜିତିପାରେ ଏବଂ ବିଜେପି ୨୬ ଆସନ ଜିତିପାରେ ।
ପୋଲ୍ଷ୍ଟାର୍ଟ ଆକଳନ ଅନୁସାରେ ଦିଲ୍ଲୀ ବିଧାନସଭାର ମୋଟ ୭୦ ଆସନ ମଧ୍ୟରୁ ଆପ୍ ୫୦-୫୬ ଆସନ ପାଇବାକୁ ଥିବା ବେଳେ ବିଜେପି ୧୦ରୁ ୧୪ ଆସନ ପାଇବ । କିନ୍ତୁ କଂଗ୍ରେସ ଖାତା ଖୋଲିପାରିବ ନାହିଁ ବୋଲି ଏହି ସଂସ୍ଥା ଦର୍ଶାଇଛି । ଏବିପି-ସି ଭୋଟର ସର୍ଭେ ଦର୍ଶାଇଛି ଯେ ଆପ୍ ୪୯-୬୩ ଆସନ ପାଇବାକୁ ଥିଲା ବେଳେ ବିଜେପି ୫-୯ ଓ କଂଗ୍ରେସ ୦-୪ଟି ଆସନ ପାଇବାର ସମ୍ଭାବନା ରହିଛି ।
ଇଣ୍ଡିଆଟିଭି-ଆଇପିଏସ୍ଓଏସ୍ ସର୍ଭେ କହିଛି ଯେ ଆପ୍ ୪୪ ଓ ବିଜେପି ୨୬ ଆସନ ପାଇବ । କଂଗ୍ରେସକୁ ଗୋଟିଏ ହେଲେ ଆସନ ମିଳିବ ନାହିଁ ବୋଲି ଏହି ସଂସ୍ଥା ଉଲ୍ଲେଖ କରିଛି । ଟିଭି୯-ସିସେରୋ ପକ୍ଷରୁ କରାଯାଇଥିବା ଆକଳନ ଅନୁସାରେ ଆପ୍ ୫୪, ବିଜେପି ୧୫ ଓ କଂଗ୍ରେସକୁ ଗୋଟିଏ ଆସନ ମିଳିବ ।
ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆର ଆକଳନ ଅନୁସାରେ ଆପକୁ ୫୯-୬୮ ଆସନ ମିଳିବାକୁ ଥିବା ବେଳେ ବିଜେପିକୁ ୨-୧୧ ଆସନ ମିଳିବ । କଂଗ୍ରେସ ଖାତା ଖୋଲିପାରିବ ନାହିଁ ବୋଲି ଏହି ସଂସ୍ଥା ଅନୁମାନ ଲଗାଇଛି । ସେହିଭଳି ସୁଦର୍ଶନ ନ୍ୟୁଜ୍ ଦର୍ଶାଇଛି ଯେ ଆପ୍କୁ ୪୦-୪୫ ଆସନ ମିଳିବ । ବିଜେପିକୁ ୨୪-୨୮ ଆସନ ମିଳିବାକୁ ଥିଲା ବେଳେ କଂଗ୍ରେସ ୨-୩ଟି ଆସନ ପାଇବ ।
ସମସ୍ତ ଏକଜିଟ୍ ପୋଲକୁ ଅନୁଧ୍ୟାନ କଲେ ଆମ୍ ଆଦମି ପାର୍ଟି ଦିଲ୍ଲୀବାସୀଙ୍କ ବିଶ୍ବାସ ବଳବତ୍ତର ରଖିବାକୁ ଯାଉଛି । ଏବଂ ପୁଣିଥରେ ଦିଲ୍ଲୀରେ ଚାଲିବ କେଜରିୱାଲଙ୍କ ଶାସନ । ତେବେ ଏକଜିଟ୍ ପୋଲକୁ ନେଇ ଆପ୍ ନେତା ଖୁସି ଥିବା ବେଳେ , ଯଦି ଇଭିଏମ୍ ଖୋଲାହେବା ସମୟରେ ଏହାକୁ ଟ୍ୟାମ୍ପରିଂ କରାଯିବା ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି ଆପ୍ର ଦଳୀୟ ନେତା ।