scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସମସ୍ତ ରାଜ୍ୟରେ ଲାଗୁ ହେବ କଳା ଅଧ୍ୟାଦେଶ; ରାମଲୀଲା ମୈଦାନରେ କେନ୍ଦ୍ର ଉପରେ ବର୍ଷିଲେ କେଜ୍ରିଓ୍ବାଲ

11/06/2023 at 3:29 PM

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଲା ଆମ୍ ଆଦମୀ ପାର୍ଟି ।  ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କେନ୍ଦ୍ର ଆଣିଥିବା ଅଧ୍ୟାଦେଶକୁ ନେଇ ବର୍ଷିଛନ୍ତି । ରବିବାର ରାଜଧାନୀ ଦିଲ୍ଲୀର ରାମଲିଳା ମୈଦାନରେ ଆପ୍ ପକ୍ଷରୁ ମହାରାଲି ଆୟୋଜନ ହୋଇଥିଲା । ରାଲି ସମ୍ବୋଧିତ କରି କେଜ୍ରିଓ୍ବାଲ କହିଛନ୍ତି, କେବଳ ଦିଲ୍ଲୀରେ ନୁହେଁ ଏହି ଅଧ୍ୟାଦେଶ ସମସ୍ତ ରାଜ୍ୟରେ ଲାଗୁ ହେବାକୁ ଯାଉଛି ।

କେଜ୍ରିଓ୍ବାଲ କହିଛନ୍ତି, ଆମ୍ ଆଦମୀ ପାର୍ଟି କେବଳ ଦିଲ୍ଲୀ କଥା ଭାବୁ ନାହିଁ, ଦେଶର ସମସ୍ତ ରାଜ୍ୟକୁ ନେଇ ଚିନ୍ତିତ ଅଛୁ । ମୋତେ ବିଶେଷ ସୂତ୍ରରୁ ସୂଚନା ମିଳିଛି ଯେ, କେନ୍ଦ୍ର ସରକାର ଦିଲ୍ଲୀ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଯେଇଁ ଅଧ୍ୟାଦେଶ ଆଣିଛନ୍ତି, ତାହା ଆଗାମୀ ଦିନରେ ସମସ୍ତ ରାଜ୍ୟରେ ଲାଗୁ ହେବାକୁ ଯାଉଛି । ଏହାକୁ ସମୟ ଥାଉ ଥାଉ ରୋକିବାକୁ ପଡ଼ିବ ବୋଲି ଆହ୍ବନ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍ ।   

ମହା ରାଲିରେ ଆପ୍ ସଂଯୋଜକ କହିଛନ୍ତି,  ୨୦୧୫ରେ ଦିଲ୍ଲୀରେ ସମସ୍ତ ୭ ସିଟ୍‌ରେ ବିଜେପିକୁ ଯାଇଛି । ଦେଶବାସୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ କଲେ ଏବଂ ଦେଶ ସମ୍ଭାଳିବାକୁ ଦାୟିତ୍ବ ଦେଲେ । ସେହିପରି ଦିଲ୍ଲୀ ବିଧାନସଭାର ୭୦ ସିଟ୍‌ରୁ ଆପକୁ ୬୭ ଆସନ ଏବଂ ବିଜେପିକୁ ମିଳିଥିଲା ୩ ଆସନ । ରାଜଧାନୀବାସୀ କେଜ୍ରିଓ୍ବାଲଙ୍କୁ ଦିଲ୍ଲୀ ସମ୍ଭାଳିବାକୁ ଦାୟିତ୍ବ ଦେଇଥିଲେ ଏବଂ ଆପ୍ ଆଡ଼କୁ ନଜର ନଉଠାଇ ଦେଖିବାକୁ ବିଜେପିକୁ କହିଥିଲେ । ହେଲେ ବିଜେପି ଆପ୍ ସରକାର ନିଷ୍କ୍ରିୟ କରିବାକୁ ଉଦ୍ୟମ ଚଳାଇଛି ।

ଆହୁରି ମଧ୍ୟ କେଜ୍ରିଓ୍ବାଲ କହିଛନ୍ତି, ମନୀଷ ସିସୋଦିଆଙ୍କୁ କେନ୍ଦ୍ର ସରକାର ଜେଲରେ ଭର୍ତ୍ତି କରିଦେଇଛନ୍ତି । ସତ୍ୟେନ୍ଦ୍ର ଜୈନଙ୍କ ମଧ୍ୟ ଜେଲରେ ରହିଛନ୍ତି । ଆମ ପାଖରେ ଜଣେ ମନୀଷ ସିସୋଦିଆ ନାହାନ୍ତି , ହେଲେ ଶହେ ମନୀଷ ସିସୋଦିଆ ଅଛନ୍ତି ବୋଲି କେଜ୍ରଓ୍ବାଲ କହିଛନ୍ତି । ବିଜେପି ସବୁବେଳେ ହୀନ ରାଜନୀତି କରିବାକୁ ଚେଷ୍ଟ କରୁଛି । ଏହା ପରେ ବି ଦିଲ୍ଲୀରେ ବିକାଶର ରଥ ଅଟକିବ ନାହିଁ  ବୋଲି କେଜ୍ରିଓ୍ବାଲ କହିଛନ୍ତି ।  

ଦିଲ୍ଲୀରେ କେନ୍ଦ୍ର ସରକାର କଳା ଅଧ୍ୟାଦେଶ ଅଣିଛନ୍ତି । ସୁପ୍ରିମକୋର୍ଟଙ୍କ ଆଦେଶକୁ ମାନିବାକୁ ପ୍ରସ୍ତୁତ ନୁହଁନ୍ତି ଏମାନେ । ଦିଲ୍ଲୀରେ ଏବେ ଏଲଜି ହିଁ ସୁପ୍ରିମୋ । ଏବେ ରାଜଧାନୀରେ ତାନାଶାହୀ ସରକାର ଚାଲିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ।

   Related Posts