ଆପ ଓ କଂଗ୍ରେସ ଆସନ ବୁଝାମଣା ଚୂଡ଼ାନ୍ତ, ଦିଲ୍ଲୀ ସମେତ ଏହି ସବୁ ରାଜ୍ୟରେ ଏକାଠି ଲଢିବେ ନିର୍ବାଚନ, ମେଣ୍ଟ ଭାଙ୍ଗିବକୁ ମିଳୁଛି ଧମକ୍

Published By : Prameya-News7 Bureau | February 24, 2024 IST

ନୂଆଦିଲ୍ଲୀ ୨୪।୨: ଆଗାମୀ ଲୋକସଭା ନିର୍ବାଚନ ନିମନ୍ତେ ଶନିବାର କଂଗ୍ରେସ ଓ ଆମ ଆଦମୀ ପାର୍ଟି (ଆପ୍)  ଆସନ ବୁଝାମଣା ଘୋଷଣା କରିଛନ୍ତି। ଏହି ବୁଝାମଣା ଅନୁସାରେ ଆପ ଓ କଂଗ୍ରେସ ଦିଲ୍ଲୀ ସମେତ ଗୁଜରାଟ,ଗୋଆ ଓ ହରିୟାଣାରେ ଦୁଇ ଦଳଙ୍କ ମେଣ୍ଟ ହୋଇଛି। ତେବେ ଚଣ୍ଡଗଡ଼ରେ ଦୁଇ ଦଳ ଅଲଗା ଅଲଗା ନିର୍ବାଚନ ଲଢିବେ ବୋଲି ମେଣ୍ଟ ବୁଝାମଣାରୁ ସ୍ପଷ୍ଟ ହୋଇଯାଇଛି। ମେଣ୍ଟ ବୁଝାମଣା ଅନୁସାରେ ଦିଲ୍ଲୀରେ ସୋନିଆ ଓ ପ୍ରିୟଙ୍କା ଆମ ଆଦମୀ ପାର୍ଟିକୁ ଭୋଟ ଦେବେ।

କଂଗ୍ରେସ ସାଧାରଣ ସମ୍ପାଦକ ତଥା ସାଂସଦ ମୁକୁଲ ୱାସନିକ୍ କହିଛନ୍ତି ଯେ ଦିଲ୍ଲୀରେ ଲୋକସଭାର ୭ଟି ଆସନ ରହିଛି। ଏଥିରୁ ଆପ ୪ଟି ଆସନରେ ନିର୍ବାଚନ ଲଢିବ। ଏଥିରେ ନୂଆଦିଲ୍ଲୀ, ପଶ୍ଚିମ ଦିଲ୍ଲୀ, ଦକ୍ଷିଣ ଦିଲ୍ଲୀ ଓ ପୂର୍ବ ଦିଲ୍ଲୀ ରହିଛି। କଂଗ୍ରେସ ନେତା ମୁକୁଲ ୱାସନିକ ସାମ୍ବାଦିକ ସମ୍ମିଳନୀ କରି ଦିଲ୍ଲୀରେ କଂଗ୍ରେସ ୩ଟି ଆସନରେ ଲଢିବ ବୋଲି ଘୋଷଣା କରିଛନ୍ତି। ଏଥିରେ କଂଗ୍ରେସ ଚାନ୍ଦିନୀ ଚୌକ, ଉତ୍ତର-ପୂର୍ବ ଓ ଉତ୍ତର-ପଶ୍ଚିମ ନିର୍ବାଚନ ମଣ୍ଡଳିରେ ପ୍ରାର୍ଥୀ ଦେବ।

ଏପରି ହୋଇଛି ଆସନ ବଣ୍ଟାକୁଣ୍ଟା
ଦିଲ୍ଲୀର ୭ଟି ଆସନରୁ ୪ଟିରେ ଆପ ଲଢିବ ଓ ୩ଟିରେ କଂଗ୍ରେସ ଲଢିବ। ସେହିପରି ଗୁଜରାଟର ୨୬ଟି ଆସନରୁ ୨୪ଟିରେ କଂଗ୍ରେସ ଲଢିବ ଓ ୨ଟି(ଭରୁଚ ଓ ଭାବନଗର)ରେ ଆପ ଲଢିବ। ହରିୟାଣାର ୧୦ ଆସନରୁ ୯ଟିରେ କଂଗ୍ରେସ ଓ ଗୋଟିକ(କୁରୁକ୍ଷେତ୍ର)ରେ ଆପ ଲଢିବ। ଚଣ୍ଡିଗଡ଼ରେ କଂଗ୍ରେସ ଏକାକୀ ଗୋଟିଏ ଆସନରେ ନିର୍ବାଚନ ଲଢିବ। ଗୋଆରେ କଂଗ୍ରେସ ଉଭୟ ୨ଟି ସିଟ୍‌ରେ ନିର୍ବାଚନ ଲଢିବ।

wp:html /wp:html

ତେବେ ଦିଲ୍ଲୀରେ ଆପ-କଂଗ୍ରେସ ମେଣ୍ଟକୁ ନେଇ ବିଜେପି ନେତା ମନୋଜ ତିୱାରୀ ‘ଚୋରଚୋର ମସୋରେଭାଇ’ ବୋଲି କହିଛନ୍ତି। ଏହି ମେଣ୍ଟ ଯୋଗୁ ଆପ ଓ କଂଗ୍ରେସ ନେତା ନିରାଶ ହୋଇଥିବା ତିୱାରୀ କହିଛନ୍ତି। ଏକ ସମୟ ଥିଲା ଯେତେବେଳେ ଅରବିନ୍ଦ କେଜରିୱାଲ କଂଗ୍ରେସ ନେତାଙ୍କୁ ଜେଲରେ ଭର୍ତ୍ତି କରିବା କଥା କହୁଥିଲେ। ହେଲେ ଏବେ ପରିଦୃଶ୍ୟ ବଦଳି ଯାଇଛି ବୋଲି କହିଛନ୍ତି। ସେପଟେ କଂଗ୍ରେସ ସହ ମେଣ୍ଟ କରିବା ଯୋଗୁ ଆପ ନେତାମାନଙ୍କୁ ଧମକ ମିଳୁଥିବା ଅଭିଯୋଗ କରିଛନ୍ତି। ଯଦି କଂଗ୍ରେସ ସହ ମେଣ୍ଟ ନ ଭାଙ୍ଗନ୍ତି ତେବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରାଯିବ ବୋଲି ଧମକ ଦିଆଯାଉଛି।

ତେବେ ଆପ କହିଛି ଯେ କେଜରିୱାଲ ପଛେ ଗିରଫ ହୁଅନ୍ତୁ କଂଗ୍ରେସ ସହିତ ବୁଝାମଣା ହେବ ହିଁ ହେବ ଏହାକୁ କେହି ଅଟକାଇ ପାରିବେ ନାହିଁ। ହେଲେ ଏହା ମଧ୍ୟ ଚେତାବନୀ ଦେଇଛି ଯେ ଯେଉଁ ଦିନ କେଜରିୱାଲ ଗିରଫ ହେବେ ସେଦିନ ସାରା ଦେଶରେ ଆପ ସପକ୍ଷରେ ସୁନାମୀ ବହିବ ଓ ବିଜେପିର ସବୁ ଗୁଣା-ଗଣିତ ବିଗିଡିଯିବ। ତେବେ ଏହି ଆସନ ବୁଝାମଣାରେ ଦିଲ୍ଲୀ କଂଗ୍ରେସ ନେତାମାନେ ସନ୍ତୁଷ୍ଟ ବୋଲି ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅରବିନ୍ଦର ସିଂହ ଲଭଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.