ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

‘ଆପ୍’ ନେତା ସତ୍ୟେନ୍ଦ୍ର ଜୈନଙ୍କୁ କୋର୍ଟଙ୍କ ଝଟକା, ମନିଲଣ୍ଡ୍ରିଂ ମାମଲାରେ ମିଳିଲାନି ଜାମିନ

17/11/2022 at 3:53 PM

ନୂଆଦିଲ୍ଲୀ ୧୭।୧୧: ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଆପ୍) ନେତା ସତ୍ୟେନ୍ଦ୍ର ଜୈନଙ୍କୁ ଦିଲ୍ଲୀ କୋର୍ଟ ଝଟକା । ମନିଲଣ୍ଡ୍ରିଂ ମାମଲାରେ କୋର୍ଟ ତାଙ୍କ ଜାମିନ ନିବେଦନ ଅଗ୍ରାହ୍ୟ କରିଦେଇଛନ୍ତି। ଗୁରୁବାର ରାଉଜ ଏଭେନ୍ୟୁ କୋର୍ଟ ଜୈନ ଓ ଅନ୍ୟ ଦୁଇଜଣଙ୍କ ଜାମିନ ନିବେଦନ ଆଗତ ହୋଇଥିଲା। ତେବେ କୋର୍ଟ ସମସ୍ତଙ୍କ ଜାମିନ ଅଗ୍ରାହ୍ୟ କରିଦେଇଛନ୍ତି। ମାମଲାରେ ଜୈନଙ୍କ ସହ ବୈଭବ ଓ ଅଙ୍କୁଶ ଜୈନ ମଧ୍ୟ ଅଭିଯୁକ୍ତ ଅଛନ୍ତି। ଜୈନଙ୍କ ସହ ସେମାନଙ୍କ ଜାମିନ ନିବେଦନ ମଧ୍ୟ ଖାରଜ ହୋଇଯାଇଛି।

ଉଲ୍ଲେଖଯୋଗ୍ୟ ଯେ ସତ୍ୟେନ୍ଦ୍ର ଜୈନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମେ ୩୦ ତାରିଖ ଦିନ ଗିରଫ କରିଥିଲେ। ପିଏମଏଲଏ ଆକ୍ଟ ଅନୁସାରେ ତାଙ୍କୁ ଗିରଫ କରାଯାଇଥିଲା। ତେବେ କୋର୍ଟରୁ ତାଙ୍କୁ ଜାମିନ ମିଳିପାରୁ ନଥିବାରୁ ତାଙ୍କ ସମସ୍ୟା ବଢିବଢି ଚାଲିଛି। ଜୈନ ଏବେ ତିହାର ଜେଲରେ ବନ୍ଦୀ ଅଛନ୍ତି ଓ ତାଙ୍କୁ ବିଚାରବିଭାଗୀୟ ହାଜତରେ ରଖା ଯାଇଛି। ଗୁରୁବାର ଅପରାହ୍ନ ୨ଟା ବେଳେ କୋର୍ଟ ତାଙ୍କ ଜାମିନ ନିବେଦନର ଶୁଣାଣି କରିଥିଲେ।

ତେବେ ସତ୍ୟେନ୍ଦ୍ର ଜୈନ ମନ୍ତ୍ରୀ ହୋଇଥିବାରୁ ତାଙ୍କୁ ଗିରଫ କରାଯାଇଥିବା କହିଛନ୍ତି। ନଚେତ ସେ କୌଣସି ଭୁଲ କାମ କରି ନାହାନ୍ତି,ତେବେ ଜାମିନ ଲାଗି ସେ ତାଙ୍କ ସ୍ୱାସ୍ଥ୍ୟର କାରଣ ଦର୍ଶାଇଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ତାଙ୍କ ବିରୋଧରେ ଯାଞ୍ଚ ଏଜେନ୍ସୀ(ଇଡି ଓ ସିବିଆଇ)ଙ୍କ ନିକଟରେ କୌଣସି ମଜଭୁତ ପ୍ରମାଣ ନାହିଁ। ଏଣୁ ତାଙ୍କୁ କଷ୍ଟଡିରେ ରଖା ଯିବାର କୌଣସି ଯଥାର୍ଥତା ନାହିଁ ବୋଲି ଦର୍ଶାଇଥିଲେ। ସେ ଦୀର୍ଘ ସମୟରୁ ବିଚାରବିଭାଗୀୟ ହାଜତରେ ଥିବାର ମଧ୍ୟ ଜଣାଇଥିଲେ।  

   Related Posts