ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

୧୮ ବର୍ଷରେ ଦେଉଛୁ ଭୋଟ, କାହିଁକି ପିଇପାରିବୁନି ମଦ : ଆପ୍‌ ସରକାରଙ୍କ ମଦ ୨୧କୁ ହାଇକୋର୍ଟରେ ଚ୍ୟାଲେଞ୍ଜ

25/08/2021 at 11:47 AM

ନୂଆଦିଲ୍ଲୀ ୨୫।୦୮: ଦିଲ୍ଲୀରେ ଆପ୍‌ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍‌ । ଦିଲ୍ଲୀର ଆପ୍‌ ସରକାର ମଦ ପିଇବାକୁ ଆଇନଗତ ବୟସ ହ୍ରାସ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାକୁ ବିରୋଧ କରି ହୋଇଥିବା ମାମଲାର ଶୁଣାଣି କରି ଦିଲ୍ଲୀ ସରକାରଙ୍କୁ ନୋଟିସ ଜାରି କରି ଏହାର ଜବାବ ମାଗିଛନ୍ତି ହାଇକୋର୍ଟ ।

ଦିଲ୍ଲୀ ସରକାର ଏହି ଆବେଦନକୁ ବିରୋଧ କରି କହିଛନ୍ତି ଯେ ମଦ୍ୟପାନ ପାଇଁ ସର୍ବନିମ୍ନ ବୟସ ହ୍ରାସ କରିବାର ନିଷ୍ପତ୍ତି ମଦ୍ୟ ପିଇ ଡ୍ରାଇଭିଂ କରିବା ସହିତ କୌଣସି ସମ୍ପର୍କ ନାହିଁ । ହାଇକୋର୍ଟ ମୁଖ୍ୟ ବିଚାରପତି ଡି.ଏନ୍ ପଟେଲ ଏବଂ ଜଷ୍ଟିସ୍ ଜ୍ୟୋତି ସିଂଙ୍କ ଏକ ବେଞ୍ଚ ଦିଲ୍ଲୀ ସରକାରଙ୍କୁ ଏହି ଆବେଦନ ଉପରେ ଜବାବ ମାଗିଛନ୍ତି । ଏନେଇ ଦିଲ୍ଲୀ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ସେପ୍ଟେମ୍ବର ୧୭ରେ ମାମଲାର ପରବର୍ତ୍ତୀ ଶୁଣାଣି ।

ସେହିପରି ଆବେଦନରେ ଅନୁରୋଧ କରାଯାଇଛି ଯେ,  ବୟସ ଯାଞ୍ଚର ଏକ ଠୋସ୍ ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ, ଦିଲ୍ଲୀ ସରକାରଙ୍କୁ ନୂତନ ଏକ୍ସାଇଜ୍ ପଲିସି ୨୦୨୧-୨୨ ଲାଗୁ କରିବା ନିଷ୍ପତ୍ତିକୁ ବନ୍ଦ କରାଯାଉ । ଯେଉଁଥିରେ ମଦ ପିଇବାକୁ ସର୍ବନିର୍ମ ବୟସ ୨୫ ରୁ ୨୧କୁ ହ୍ରାସ କରାଯାଇଛି ।

ଦିଲ୍ଲୀ ସରକାରଙ୍କ ପକ୍ଷରୁ ବରିଷ୍ଠ ଓକିଲ ମନୁ ସିଂଭୀ ଓ ରାହୁଲ ମେହେରା କୋର୍ଟରେ ଦଲିଲ ଦେଇଛନ୍ତି ଯେ, ବାହାନା କରି ଏହି ନୀତିକୁ ବନ୍ଦ କରିବାକୁ ପ୍ରୟାସ କରାଯାଉଛି । ଆଜି ମତାଦାନ ପାଇଁ ସର୍ବାଧିକ ବୟ ୧୮ ବର୍ଷ ରହିଛି । କହିବାକୁ ଗଲେ ୧୮  ବର୍ଷରୁ ଅଧିକ ବ୍ୟକ୍ତି ଭୋଟ୍ ଦେଇପାରନ୍ତି । କିନ୍ତୁ ମଦ୍ୟପାନ କରିପାରିବେ ନାହିଁ, ଏହା ବାସ୍ତବତାଠାରୁ ଦୂରରେ ରହିବା ବୋଲି ଘଟଣା । ଯେହେତୁ ଲୋକମାନଙ୍କୁ ୧୮ ବର୍ଷ ବୟସ ପରେ ମଦ୍ୟପାନ କରିବାକୁ ଅନୁମତି ଦିଆଯାଉଛି , ଏହାର ଅର୍ଥ ନୁହେଁ ଯେ ଆପଣ ସେମାନଙ୍କୁ ମଦ୍ୟ ପିଇ ଗାଡି ଚଳାଇବାକୁ ଅନୁମତି ଦିଆଯାଉଛି । ୫୦ ବର୍ଷର ବ୍ୟକ୍ତିଙ୍କୁ ମଧ୍ୟ ମଦ ପିଇ ଗାଡି ଚଳାଇବାକୁ ଅନୁମତି ଦିଆଯାଇନଥାଏ । ଆଇନଜୀବୀ ମେହେରା କହିଛନ୍ତି ଯେ, ଦିଲ୍ଲୀର ପଡୋଶୀ ରାଜ୍ୟମାନଙ୍କ ମଦ ପିଇବାକୁ ବୟସ ୨୧ ଅଟେ।

ଆବେଦନରେ କୁହାଯାଇଛି ଯେ, ମଦ୍ୟ ପାନ ବୟସ ହ୍ରାସ କରିବା ମାନେ କମ୍‌ ବୟସରେ ଗାଡ଼ି ଚଳାଇବା, ନିଶାରେ ଗାଡ଼ି ଚଳାଇବା, ସଡକରେ ଉତ୍ପାତ ହେବା ଭଳି ଘଟଣାମାନେ ବୃଦ୍ଧି ଘଟିପାରେ । ଦିଲ୍ଲୀ ସରକାର ୨୦୧୭ରେ ଏକ PIL ଉପରେ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ରହିଛି । ଯେଉଁଠାରେ ସରକାର ମଦ ବିକ୍ରୟ ସ୍ଥାନରେ ବୟସ ଯାଞ୍ଚ ନୀତି ପ୍ରସ୍ତୁତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

   Related Posts