ନୂଆଦିଲ୍ଲୀ ୧୧।୨: ଆଜି ଦିଲ୍ଲୀ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇସାରିଛି । ଟ୍ରେଣ୍ଡ ଅନୁସାରେ ୫୧ ସିଟ୍ରେ ଆମ୍ ଆଦ୍ମୀ ପାର୍ଟି ଆଗୁଆ ଥିବାବେଳେ ବିଜେପି ମାତ୍ର ୧୯ ସିଟ୍ରେ ଆଗୁଆ ରହିଛି । ଏକଜିଟ୍ ପୋଲ୍ ଫଳାଫଳ ଅନୁସାରେ ଦିଲ୍ଲୀରେ ଆମ୍ ଆଦ୍ମୀ ପାର୍ଟି ପୁଣି ଥରେ ସରକାର ଗଢିବ ବୋଲି ଆକଳନ କରାଯାଇଛି । ତୃତୀୟ ଥର ଅରବିନ୍ଦ କେଜ୍ରିଓ୍ବାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବେ ବୋଲି ମଧ୍ୟ ଆକଳନ କରାଯାଇଛି ।
{"id":223089,"sizeSlug":"large"}ତେବେ ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଆପ୍ ପକ୍ଷରୁ ସେଲିବ୍ରେସନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । କେଜ୍ରିଓ୍ବାଲଙ୍କ ଘର ଆଗରେ ସମର୍ଥକମାନେ ଭିଡ ଜମାଇବାରେ ଲାଗିଛନ୍ତି । ରୋଡ୍ ସୋ' କରିବା ପାଇଁ 'ବିଜୟ ରଥ' ଗାଡି ମଧ୍ୟ ସଜାଯାଇ ପ୍ରସ୍ତୁତ ହୋଇରହିଛି । ଆପ୍ କାର୍ଯ୍ୟାଳୟରେ ପହଞ୍ଚି ସାରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆପ୍ କାର୍ଯ୍ୟାଳୟକୁ ଗୋଲାପ ଏବଂ ବେଲୁନରେ ସଜାଯାଇଥିବା ଦେଖିବାକୁ ମିଳିଛି । ସେଠାରେ ମଧ୍ୟ କର୍ମୀ, ସମର୍ଥକଙ୍କ ଭିଡ ଜମିଛି ।
{"id":223090,"sizeSlug":"large"}ଫେବୃଆରୀ ୮ ତାରିଖ ଦିନ ଦିଲ୍ଲୀରେ ମତଦାନ ହୋଇଥିଲା । ଗତ ରବିବାର ଦିନ ମୁଖ୍ୟ ନିର୍ବାଚନ ଅଧିକାରୀ ରଣବୀର ସିଂହ ପ୍ରେସମିଟ୍ରେ ସୂଚନା ଦେଇଥିଲେ ଯେ, ଦିଲ୍ଲୀର ୬୨.୫୯ ପ୍ରତିଶତ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି । ଯାହା ୨୦୧୯ ଲୋକସଭା ନିର୍ବାଚନରୁ ୨ ପ୍ରତିଶତ ଅଧିକ । ଦିଲ୍ଲୀରେ ୮୧, ୦୫,୨୩୬ ପୁରୁଷ, ୬୬,୮୦,୨୭୭ ମହିଳା ଏବଂ ୮୬୯ ତୃତୀୟଲିଙ୍ଗୀ ଭୋଟରଙ୍କ ପାଇଁ ମୋଟ୍ ୧୩,୫୭୦ ଭୋଟ୍ ଗ୍ରହଣ କେନ୍ଦ୍ର ପ୍ରସ୍ତୁତ କରାଯାଇଥିଲା ।