suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜେରୁଜେଲମ୍‌ରେ ପ୍ରାର୍ଥନାସ୍ଥଳରେ ଆତଙ୍କୀ ହମଲା, ଗୁଳିମାଡ଼ରେ ୮ମୃତ
  • ||
  • କେନ୍ଦୁଝର: ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଗୁରୁତର
  • ||

ଆମ୍ ଆଦମୀ ପାର୍ଟି ଦୃଢ଼ ପ୍ରତିଦ୍ୱନ୍ଦ୍ୱୀ ହୋଇପାରେ, କଂଗ୍ରେସ ବିଜେପି ଷଡଯନ୍ତ୍ରରେ ସାମିଲ୍‌ ଅଛି: ପିଡିପି ମୁଖ୍ୟ ମେହବୁବା ମୁଫ୍‌ତୀ

20/08/2022 at 5:01 PM

ନୂଆଦିଲ୍ଲୀ: ଆପ୍‌ ଅରବିନ୍ଦ କେଜରିୱାଲ୍‌ଙ୍କୁ ୨୦୨୪ ନିର୍ବାଚନରେ ମୋଦୀଙ୍କ ପ୍ରତିଦ୍ୱନ୍ଦ୍ୱୀ ବୋଲି ଘୋଷଣା କରିବା ପରେ ଏବେ ବିରୋଧୀ ଦଳର ନେତାମାନେ ମଧ୍ୟ ଏହାକୁ ସ୍ୱାକାର କଲେଣି। ଏହି ଭୟରେ ବିଜେପି ଆପ୍‌କୁ ନଷ୍ଟ କରିଦେବା ପାଇଁ ତାଙ୍କର ଦଳର ନେତାମାନଙ୍କ ଉପରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଲଗାଇ ହଇରାଣ କରୁଛି ବୋଲି ବିରୋଧୀ ନେତା କହୁଛନ୍ତି।

ଏପଟେ ଦୁର୍ନୀତି ଅଭିଯୋଗରେ ସିବିଆଇ ରେଡ୍‌ ପରେ କେଜରିୱାଲ୍ ଓ ସିସୋଦିଆଙ୍କର ଇସ୍ତଫା ଦାବି କରିଛି କଂଗ୍ରେସ। ଏନେଇ ଆଜି(ଶନିବାର) କଂଗ୍ରେସ ନେତାମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଯାହାକୁ ନେଇ କଂଗ୍ରେସ ଓ ବିଜେପିକୁ ଟାର୍ଗେଟ୍ କରିଛନ୍ତି ପିଡିପି ମୁଖ୍ୟ ମେହବୁବା ମୁଫ୍‌ତୀ। କଂଗ୍ରେସ ନିଜେ ଇଡିର ଶିକାର ହୋଇ ବି ସେମାନେ କେଜରିୱାଲ୍‌ଙ୍କ ବିରୋଧରେ ନାରାବାଜୀ କରୁଛନ୍ତି। କଂଗ୍ରେସ ବିଜେପି ଷଡ଼ଯନ୍ତ୍ରରେରେ ସାମିଲ ଅଛି ବୋଲି ମେହବୁବା କହିଛନ୍ତି।  

ତା ସହ ଆପ୍‌ ନିର୍ବାଚନରେ ବିଜେପିର ଦୃଢ଼ ବିରୋଧୀ ହୋଇପାରେ ବୋଲି କହି ଟ୍ୱିଟ୍ କରିଛନ୍ତି ମେହେବୁବା। ସେ ଲେଖିଛନ୍ତି “ ଦୁଃଖଦ କଥା ହେଲା କଂଗ୍ରେସ ଦଳୀୟ ସ୍ୱାର୍ଥରୁ ଉପରକୁ ଉଠିପାରୁ ନାହିଁ। କାରଣ ଆପ୍‌ ଏକ ଦୃଢ଼ ବିରୋଧୀ ଦଳ। ନିଜେ ଇଡିର ଶିକାର ହୋଇଛନ୍ତି, ତଥାପି ସେମାନେ ବିଜେପି ଦୁସ୍‌ପ୍ରଚାରରେ ସାମିଲ୍ ହୋଇଛନ୍ତି। ଏମିତି ସମୟରେ ଯେତେବେଳେ ସଂସ୍ଥାମାନଙ୍କୁ ଅସ୍ତ୍ର କରି ଟାର୍ଗେଟ୍ କରାଯାଉଛି ସେତେବେଳେ ବିରୋଧୀ ଏକାଠି ହୋଇ ବିରୋଧ କରିବା ଦରକାର।”

   Related Posts