LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଆପ୍‌କୁ ଝଟକା, ଏମସିଡି ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗଦେଲେ କାଉନସିଲର ପଓ୍ବନ ସହରାଓ୍ବତ

24/02/2023 at 2:52 PM

Pawan Sehrawat joined BJP

ନୂଆଦିଲ୍ଲୀ, ୨୪/୦୨: ଏମସିଡିର ଷ୍ଟାଣ୍ଡିଂ କମିଟି ନିର୍ବାଚନ ପୂର୍ବରୁ ଆମ୍‌ ଆଦମୀ ପାର୍ଟୀ (ଆପ୍‌)କୁ ବଡ଼ ଝଟକା ଲାଗିଛି। ବଓ୍ବାନାରୁ ଆପ୍ କାଉନସିଲର ପଓ୍ବନ ସହରାଓ୍ବତ ବିଜେପିରେ ସାମିଲ୍ ହୋଇଛନ୍ତି। ପ୍ରକୃତରେ ବିଜେପିକୁ ଷ୍ଟାଣ୍ଡିଂ କମିଟି ପାଇଁ ଏହାର ତିନି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ୧୦୫ କାଉନସିଲରଙ୍କ ଆବଶ୍ୟକତା ରହିଥିଲା। ହେଲେ ବିଜେପି ପାଖରେ ୧୦୪ କାଉନସିଲର ଥିଲେ। କିନ୍ତୁ ପଓ୍ବନ ସେହରାଓ୍ବତଙ୍କ ବିଜେପି​‌ରେ ସାମିଲ୍‌ ହେବା ପରେ ଏହି ସଂଖ୍ୟା ୧୦୫ ହୋଇଛି। ଏହା ସହ ବିଜେପି ଷ୍ଟାଣ୍ଡିଂ କମିଟିରେ ଏହାର ୩ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଦରକାର ଭୋଟ୍‌ର ଯୋଗାଡ଼ କରିନେଇଛି।

ଏମସିଡି ନିର୍ବାଚନରେ ଆପ୍‌ ଏବଂ ବିଜେପି ଉଭୟ ଜୋର୍‌ ଲଗାଉଛନ୍ତି। ମେୟର ପଦରେ ସେଲି ଓବରୟଙ୍କୁ ବଛାଯିବା ପ​ରେ ଷ୍ଟାଣ୍ଡିଂ କମିଟିର ନିର୍ବାଚନ ହୋଇପାରିନଥିଲା। ଗୁରୁବାର ଏମସିଡିରେ ଷ୍ଟାଣ୍ଡିଂ କମିଟି ନିର୍ବାଚନକୁ ନେଇ ଖୁବ୍ ହଙ୍ଗାମା ହୋଇଥିଲା। ମେୟର ସେଲି ଓବରୟ ପ୍ରଥମେ କାଉନସିଲରଙ୍କୁ ସଦନକୁ ମୋବାଇଲ ଆଣିବାକୁ ଅନୁମତି ଦେଇଥିଲେ କିନ୍ତୁ ପରେ ବିଜେପିର ବିରୋଧ ପରେ ନିଷ୍ପତ୍ତି ଫେରାଇଥିଲେ। କିନ୍ତୁ ସେତେବେଳେକୁ ଅନେକ ଭୋଟ୍‌ ଦିଆଯାଇସାରିଥିଲା। ବିଜେପି ଏହାର ବିରୋଧ କରିଥିଲା।

ସୂଚନାଯୋଗ୍ୟ, ସ୍ଥାୟୀ ସମିତିରେ ୬ ସଦସ୍ୟଙ୍କ ନିର୍ବାଚିତ କରାଯିବ। କିନ୍ତୁ ଏଥର ସମୁଦାୟ ୭ ସଦସ୍ୟ ମଇଦାନରେ ଅଛନ୍ତି। ଆପ୍‌ ତରଫରୁ ୪ ପ୍ରାର୍ଥୀ ଥିବାବେଳେ ବିଜେପିରୁ ୩ କାଉନସିଲର ରହିଛନ୍ତି। ଏମସିଡି ଆକ୍ଟ ଅନୁଯାୟୀ, ଜଣେ ପ୍ରାର୍ଥୀଙ୍କୁ ୩୫ ଭୋଟ୍‌ ମିଳିବା ପରେ ସେ ନିର୍ବାଚିତ ହୋଇଯିବେ। ଏମିତିରେ ବିଜେପିକୁ ଏହାର ତିନି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ୧୦୫ ଭୋଟର ଆବଶ୍ୟକତା ଥିଲା । ଆଉ ସହରାଓ୍ବତଙ୍କ ବିଜେପିର ଯୋଗ ଦେବା ପରେ ଏହି କାଉନସିଲରଙ୍କ ସଂଖ୍ୟା ୧୦୫ ହୋଇଛି। ଅର୍ଥାତ୍ ବିଜେପିର ତିନି ସଦସ୍ୟ ନିର୍ବାଚନ ହୋଇଯିବେ। ସେହିଭଳି ଆପ୍‌ର ମଧ୍ୟ ତିନି ସଦସ୍ୟ ଜିତିଯିବେ କିନ୍ତୁ ୪ର୍ଥ ପ୍ରାର୍ଥୀଙ୍କ ପାଇଁ ୬ ଭୋଟ୍‌ର ଆବଶ୍ୟକତା ରହିଛି।

ତେବେ ଆପ୍‌ ଛାଡ଼ିବା ନେଇ ପଓ୍ବନ ସହରାଓ୍ବତ କହିଛନ୍ତି ଯେ, ନୈତିକତା ଆଧାରରରେ ସେ ଆପ୍ ଛାଡ଼ିଛନ୍ତି। ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ଆପ୍‌ କାଉନସିଲରଙ୍କୁ ଗୃହରେ ବୈଠକରେ ହଙ୍ଗାମା କରିବାକୁ ନିର୍ଦେ୍ଦଶ ଦିଆଯିବାକୁ ନେଇ ସେ ଦୁଃଖିତ। ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ବିରେନ୍ଦ୍ର ସଚଦେବା ଦାବି କରିଛନ୍ତି ଯେ ଷ୍ଟାଣ୍ଡିଂ କମିଟିର ନିର୍ବାଚନ ପୁଣି ହେଉ। ମୋବାଇଲ ଅନୁମତି ନହେଉ।

   Related Posts