ବିଜେଡିର ମିଶ୍ରଣ ପର୍ବ : ଦଳରେ ଯୋଗଦେଲେ ଆପ୍, କଂଗ୍ରେସ ଓ ବିଜେପି ନେତା

Published By : Prameya-News7 Bureau | February 29, 2024 IST

ଭୁବନେଶ୍ବର ୨: ବିଜେଡିର ମିଶ୍ରଣ ପର୍ବ । ଗୁରୁବାର ବିଜେଡିରେ ମିଶିଲେ କଳାହାଣ୍ଡି ଜିଲ୍ଲାର ଆମ୍ ଆଦମୀ ପାର୍ଟି, କଂଗ୍ରେସ ଓ ବିଜେପି ନେତା । ସେମାନଙ୍କ ମଧ୍ୟରେ ଆମ ଆଦମୀ ପାର୍ଟି ଜିଲ୍ଲା ସଭାପତି ବିଗ୍ନରାଜ ପଣ୍ଡା, ବିଜେପିର ବୈଦ୍ୟନାଥ ଠାକୁର, ଗଣେଶ ବାହାଲ, ପ୍ରଦୀପ ନାୟକ, ରମାକାନ୍ତ ନାୟକ, ପ୍ରସନ୍ନ ସାହୁଙ୍କ ଭଳି ଅନେକ ନେତା ଓ ପଞ୍ଚାୟତ ପ୍ରତିନିଧି ବିଜେଡିରେ ସାମିଲ ହୋଇଛନ୍ତି ।

{"id":915275,"sizeSlug":"full","linkDestination":"none"}

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦେଇଛନ୍ତି । ସମସ୍ତଙ୍କୁ ବିଜେଡିକୁ ସ୍ୱାଗତ କରାଯାଇଛି । ସେମାନଙ୍କ ମିଶିବା ଦ୍ୱାରା କଳାହାଣ୍ଡିରେ ବିଜେଡିର ସଂଗଠନ ଆହୁରି ମଜବୁତ ହୋଇଛି । ମୁଖ୍ୟମନ୍ତ୍ରୀ କଳାହାଣ୍ଡି ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି । ଏହାକୁ ଆହୁରି ତ୍ୱରାନ୍ୱିତ କରିବାରେ ସମସ୍ତଙ୍କ ଯୋଗଦାନ ସହାୟକ ହେବ । କଳାହାଣ୍ଡି ବିକାଶକୁ ଦୃଷ୍ଟିରେ ରଖି ବିଜେଡିରେ ଯୋଗ ଦେଇଛନ୍ତି ।

You Can Read :

wp:embed {"url":"https://www.prameyanews7.com/prasanta-jagdev-joins-bjp/","type":"wp-embed","providerNameSlug":"prameya-news-7"}
https://www.prameyanews7.com/prasanta-jagdev-joins-bjp/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.