ଶେଲୀ ଓବରୟ ହେବେ ଦିଲ୍ଲୀ ନଗରନିଗମରେ ‘ଆପ’ର ମେୟର ପ୍ରାର୍ଥୀ

Published By : Prameya-News7 Bureau | December 23, 2022 IST

ନୂଆଦିଲ୍ଲୀ ୨୩।୧୨: ଆମ ଆଦମୀ ପାର୍ଟି (ଆପ୍) ଦିଲ୍ଲୀ ନଗରନିଗମ(ଏମସିଡି) ଲାଗି ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଶେଲି ଓବରୟଙ୍କୁ ଆପ୍ ଦିଲ୍ଲୀ ଏମସିଡିର ମେୟର ପ୍ରାର୍ଥୀ କରିଛି। ସେହିପରି ଡେପୁଟି ମେୟର ପଦଲାଗି ଆଲେ ମହମ୍ମଦ ଇକବାଲଙ୍କୁ ଦଳର ପ୍ରାର୍ଥୀ କରାଯାଇଛି। ଆଲେ ମହମ୍ମଦ ସବୁଠୁ ବଡ଼ ୱାର୍ଡ ଅନ୍ଦରରୁ କାଉନସିଲର ନିର୍ବାଚିତ ହୋଇଛନ୍ତି।

ଆମ ଆଦମୀ ପାର୍ଟିର ଦିଲ୍ଲୀ ଏମସିଡି ମେୟର ପ୍ରାର୍ଥୀ ଶେଲୀ ଓବରୟ ବେଶ ଉଚ୍ଚ ଶିକ୍ଷିତା ମହିଳା। ଦିଲ୍ଲୀ ବିଶ୍ୱବିଦ୍ୟାଳୟଙ୍କ ପୂର୍ବତନ ପ୍ରଫେସର ଡ.ଶେଲୀ ଓବରୟ ପ୍ରଥମ ଥର କାଉନସିଲର ନିର୍ବାଚିତ ହୋଇଛନ୍ତି। ସେ ବିଜେପି ପ୍ରାର୍ଥୀଙ୍କୁ ହରାଇ ଆପର କାଉନସିଲର ହୋଇଛନ୍ତି। ମେୟର ପଦବୀ ଲାଗି ପ୍ରାର୍ଥୀ ଘୋଷିତ ହେବା ପରେ ଶେଲୀ ଓବରୟ ଦିଲ୍ଲୀକୁ ସଫାସୁତୁରା କରିବାକୁ ଉଦ୍ୟମ କରିବେ ବୋଲି କହିଛନ୍ତି। ଦିଲ୍ଲୀକୁ ସ୍ମାର୍ଟ ସିଟି କରିବା ତାଙ୍କ ଲକ୍ଷ୍ୟ ହେବବୋଲି ସେ କହିଛନ୍ତି।

{"id":724682,"width":839,"height":442,"sizeSlug":"full","linkDestination":"none"}

ଦିଲ୍ଲୀ ଏମସିଡି ନିର୍ବାଚନରେ ସବୁଠୁ ଅଧିକ ଭୋଟ ଅନ୍ତରରେ ବିଜୟୀ ହୋଇଥିବା କାଉନସିଲର ଆଲେ ମହମ୍ମଦ ଇକବାଲ ଆମଆଦମୀ ପାର୍ଟି ବିଧାୟକ ଶୋୟେବ ଇକବାଲଙ୍କ ପୁଅ। ଶୋୟେବ ଇକବାଲ ଏଥରକୁ ମିଶାଇ ୬ ଥର ଦିଲ୍ଲୀରେ ବିଧାୟକ ନିର୍ବାଚିତ ହେଲେଣି। ଗତ ଏମସିଡି ନିର୍ବାଚନରେ ତାଙ୍କ ପୁଅ ନିକଟତମ ବିଜେପି ପ୍ରାର୍ଥୀଙ୍କୁ ୧୭ ହଜାର ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି।

ଗତ ୮ ତାରିଖ ଦିନ ଦିଲ୍ଲୀ ଏମସିଡି ନିର୍ବାଚନର ଭୋଟ ଗଣନା ହୋଇଥିଲା। ୨୫୦ ସିଟ୍‌ର ଦିଲ୍ଲୀ ଏମସିଡି ନିର୍ବାଚନରେ ଆପକୁ ସର୍ବାଧିକ ୧୩୪ଟି ଆସନ ମିଳିଛି। ଦୀର୍ଘ ୧୫ ବର୍ଷ ପରେ ଦିଲ୍ଲୀ ନଗର ନିଗମ ବିଜେପି ହାତରୁ ଯାଇଛି। ଗତ ନଗରନିଗମ ନିର୍ବାଚନ କାଳରେ ଆପ୍ ଦିଲ୍ଲୀ ବାସିନ୍ଦାଙ୍କୁ ମହିଳା ମେୟର ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଏଥିରେ ଆପ ମହିଳା ମେୟର ପ୍ରାର୍ଥୀ ଘୋଷଣା କରି ତାର ପ୍ରତିଶ୍ରୁତି ପୁରଣ କରିଥିବା ପ୍ରମାଣିତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.