ମଧ୍ୟପ୍ରଦେଶ ରାଜନୀତିରେ ଆପ୍ର ଏଣ୍ଟ୍ରି: ଜନତାଙ୍କୁ ୧୦ ଗ୍ୟାରେଣ୍ଟି ପ୍ରତିଶ୍ରୁତି ଦେଲେ କେଜ୍ରିଓ୍ୱାଲ
18/09/2023 at 11:42 PM

ନୂଆଦିଲ୍ଲୀ, ୧୮/୯: ମଧ୍ୟପ୍ରଦେଶ ଜନତାଙ୍କୁ ବଡ଼ ନିର୍ବାଚନୀ ପ୍ରତିଶ୍ରୁତି ଦେଇଛନ୍ତି କେଜ୍ରିଓ୍ୱାଲ। ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟିର ରାଷ୍ଟୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ୱାଲ ରିବାରେ ପହଞ୍ଚି ନିର୍ବାଚନୀ ବିଗୁଲ ବଜାଇଛନ୍ତି। ତେବେ ମଧ୍ୟପ୍ରଦେଶରେ ବିଜେପି ଓ କଂଗ୍ରେସ ଦଳ ମଧ୍ୟରେ ଘମାସନ ଚାଲିଥିବା ବେଳେ ଏଣ୍ଟ୍ରି ମାରିଛି ଆମ୍ ଆଦମୀ ପାର୍ଟି। ଯାହା ରାଜ୍ୟ ରାଜନୀତିକୁ ଆହୁରି ରୋଚକ କରିଛି।
ଏହି ଅବସରରେ ଜନସାଧାରଣଙ୍କୁ ସମ୍ବୋଧନ କେଜ୍ରିଓ୍ୱାଲ ମଧ୍ୟପ୍ରଦେଶକୁ ୧୦ଟି ଗ୍ୟାରେଣ୍ଟିର ପ୍ରତିଶ୍ରୁତି ଦେଇଛନ୍ତି। ଯାହା ସାଧାରଣ ଲୋକଙ୍କ ପାଇଁ ଲାଭଦାୟକ ହେବ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦାବି କରିଛନ୍ତି ଯେ ଯଦି ମଧ୍ୟପ୍ରଦେଶର ଲୋକମାନେ ଆସନ୍ତା ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟିକୁ କ୍ଷମତାକୁ ଆଣିବେ, ତେବେ ଏହି ୧୦ ଟି ଗ୍ୟାରେଣ୍ଟି ନିଶ୍ଚିତ ରୂପେ ପୂରଣ ହେବ।
ଆମ୍ ଆଦମୀ ପାର୍ଟିର ଏହି ୧୦ଟି ଗ୍ୟାରେଣ୍ଟି କଣ ଜାଣନ୍ତୁ
୧. ସହୀଦ ସମ୍ମାନ ରାଶି ଯୋଜନା ଗ୍ୟାରେଣ୍ଟି
୨ ମାଗଣା ତୀର୍ଥ ଯାତ୍ରା ଓ୍ୱାରେଣ୍ଟି
୩. ଚାଷୀଙ୍କ ଫସଲ ଉତ୍ପାଦନର ସଠିକ ମୂଲ୍ୟ ଦେବା
୪. ଆଦିବାସୀଙ୍କୁ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ଗ୍ୟାରେଣ୍ଟି
୫. ରୋଜଗାରର ଗ୍ୟାରେଣ୍ଟି
୬. ଭ୍ରଷ୍ଟାଚାର ମୂଳୋତ୍ପାଟନ ଗ୍ୟାରେଣ୍ଟି
୭. ସ୍ୱାସ୍ଥ୍ୟସେବାର ଗ୍ୟାରେଣ୍ଟି
୮. ଶିକ୍ଷାର ଗ୍ୟାରେଣ୍ଟି
୯. ବିଜୁଳିର ଗ୍ୟାରେଣ୍ଟି
୧୦. ଠିକା କର୍ମଚାରୀଙ୍କୁ ନିୟମିତ କରାଇବାର ଗ୍ୟାରେଣ୍ଟି