ଆସୁଛି ଅନୁଭବଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାବଣ’

Published By : Prameya-News7 Bureau | August 24, 2022 IST

ଭୁବନେଶ୍ଵର ୨୪।୦୮: ଏବେ ଓଡ଼ିଆ ନୁହେଁ ହିନ୍ଦୀରେ ଆସିବ ଲୋକପ୍ରିୟ ଅଭିନେତା ଅନୁଭବଙ୍କ ବହୁ ପ୍ରତୀକ୍ଷିତ ସ୍ୱପ୍ନର ସିନେମା ‘ରାବଣ’ । ଯାହାର ହିନ୍ଦୀ ଭର୍ସନ ପାଇଁ ପ୍ରଥମ ଟିଜର ଡବିଂ କରିବାବେଳେ ଚମତ୍କାର ଅନୁଭୂତିକୁ ବ୍ୟାଖ୍ୟା କରିଛନ୍ତି ଅନୁଭବ । ଓଡ଼ିଶାରେ ଏପରି ଏକ ଶକ୍ତିଶାଳୀ ଅଡିଓ ଷ୍ଟୁଡିଓ କରିଥିବାରୁ ସେ ଜିତୁ ମଙ୍ଗରାଜଙ୍କୁ ଧନ୍ୟବାଦ ଦେଇଛନ୍ତି । ତେବେ ସିନେମାଟି କେବେ ଆସିବ, କେଉଁଠି ରିଲିଜ୍‌ ହେବ ସେ ନେଇ କିଛି ପ୍ରକାଶ କରାଯାଇ ନାହିଁ । ଶେଷଥର ପାଇଁ ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ ସିନେମା ‘ବିଜୁବାବୁ’ରେ ଅନୁଭବଙ୍କୁ ଦେଖିବାକୁ ମିଳିଥିଲା ।

ଏଥିସହ କିଛି ଦିନ ପୂର୍ବରୁ ଟେଲି ପରଦା ଜୀସାର୍ଥକର ରିଆଲିଟି ଶୋ’ ‘ଦାଦାଗିରି’ରେ ତାଙ୍କୁ ଦେଖିବାକୁ ମିଳିଥିଲା । ସେଥିପାଇଁ ସମସ୍ତେ ତାଙ୍କୁ ବଡ଼ ପରଦାରେ ଦେଖିବାକୁ ଅନାଇ ରହିଛନ୍ତି । ସେ ଯେତେବେଳେ ‘ରାବଣ’ ସମ୍ପର୍କରେ ଗଣମାଧ୍ୟମରେ କିଛି ସୂଚନା ଦେଉଛନ୍ତି  ଦର୍ଶକଙ୍କ ଉତ୍ସାହ ଦ୍ୱିଗୁଣିତ ହେଇଯାଉଛି । ତେବେ ଏହା କେବଳ ଦେଖିବାକୁ ବାକି ରହିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.