ଝିଅ ବାହା କରିବେ ଅମୀର ଖାନ୍‌: ସରିଲା ଝିଅ ଇରା ଓ ଭାବି ଜ୍ୱାଇଁ ନୂପୁର ଶିଖରେଙ୍କ ନିର୍ବନ୍ଧ

Published By : Prameya-News7 Bureau | November 18, 2022 IST

ମୁମ୍ବାଇ: ବଲିଉଡ ଅଭିନେତା ଅମିର ଖାନ୍‌ ତାଙ୍କ ଝିଅ ବାହାଘର କରିବେ। ଆଜି ତାଙ୍କ ଝି ଅ ଇରା ଖାନ୍‌ଙ୍କର ନିର୍ବନ୍ଧ ହୋଇଛି। ତାଙ୍କ ପୁରୁଷ ବନ୍ଧୁ ନୂପୁର ଶିଖରେଙ୍କୁ ସହିତ ମୁମ୍ବାଇରେ ଇରାଙ୍କର ନିର୍ବନ୍ଧ ହୋଇଛି। ଏହି କାର୍ଯ୍ୟକ୍ରମରେ ଅମୀର ଖାନ୍‌ଙ୍କର ପୂର୍ବତନ ପତ୍ନୀ କିରଣ ରାଓଙ୍କ ସମେତ ପୁତୁରା ଇମ୍ରାନ ଖାନ୍, ନିର୍ଦ୍ଦେଶକ ଆଶୁତୋଷ ଗ୍ୱାରିକରଙ୍କ ସମେତ ପରିବାର ଓ ଫିଲ୍ମ ଫ୍ରେଣ୍ଡମାନେ ଯୋଗ ଦେଇଥିଲେ।  

{"id":710937,"width":842,"height":606,"sizeSlug":"full","linkDestination":"none"}

ନୂପୁର ଶିଖରେ ସାଇକେଲ୍ ରେସ୍‌ କାର୍ଯ୍ୟକ୍ରମରେ ଭାଗ ନେଇଥିବା ବେଳେ କାର୍ଯ୍ୟକ୍ରମ ଦେଖିବାକୁ ପହଞ୍ଚିଥିଲେ ଇରା। ଏହି ଇଭେଣ୍ଟରେ ହିଁ ନୂପୁର ଇରାଙ୍କୁ ମୁଦି ପିନ୍ଧାଇ ପ୍ରେମ ନିବେଦନ କରିଥିଲେ। ତାଙ୍କୁ ବିବାହ କରିବାକୁ ନିବେଦନ କରିବା ସହିତ ଇରାଙ୍କୁ ମୁଦି ପିନ୍ଧାଇଥିଲେ ନୂପୁର। ଇରା ମଧ୍ୟ ମାଇକ୍‌ ନେଇ ତାଙ୍କ ପ୍ରସ୍ତାବରେ ରାଜି ଥିବା କହିବା ସହିତ ତାଙ୍କ ଓଠକୁ ଚୁମା ଦେଇଥିଲେ। ଯାହାର ଭିଡିଓ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି ଇରା ଖାନ।

{"id":710940,"width":828,"height":595,"sizeSlug":"full","linkDestination":"none"}

ନୂପୁର ଶିଖରେ ଓ ଇରାଙ୍କ ମଧ୍ୟରେ ୨୦୨୦ରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଦୁଇ ବର୍ଷ ହେଲା ଦୁହେଁ ଦୁହିଙ୍କୁ ଭଲପାଇବା ପରେ ଆଜି ଏହି ପ୍ରେମ ପକ୍ଷୀଙ୍କର ନିର୍ବନ୍ଧ ହୋଇଛି। ନୂପୁରୁ ଜଣେ ଫିଟନେସ ଟ୍ରେନର। ଜିମ୍‌ରେ ସେଲିବ୍ରିଟିମାନଙ୍କୁ ଟ୍ରେନିଂ ଦିଅନ୍ତି ନୂପୁର।

{"id":710943,"width":837,"height":617,"sizeSlug":"full","linkDestination":"none"}

ସୂଚନା ଥାଉକି ଅମୀର ଖାନ୍‌ଙ୍କର ପ୍ରଥମ ପତ୍ନୀ ପ୍ରଯୋଜକ ରୀନା ଦତ୍ତଙ୍କର ଝିଅ ହେଉଛନ୍ତି ଇରା ଖାନ। ଅମୀରଙ୍କ ପ୍ରଥମ ପତ୍ନୀଙ୍କର ଜୁନେଦ ଖାନ ନାମକ ଜଣେ ପୁଅ ବି ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.